< ଯୋହନ 18 >
1 ଯୀଶୁ ଏହିସବୁ କଥା କହି ଆପଣା ଶିଷ୍ୟମାନଙ୍କ ସହିତ କିଦ୍ରୋଣ ଜୋଡ଼ର ଆରପାଖକୁ ବାହାରିଗଲେ। ସେଠାରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେ ଓ ତାହାଙ୍କ ଶିଷ୍ୟମାନେ ସେଥିରେ ପ୍ରବେଶ କଲେ।
ଆକେନ୍ ପାର୍ତନା ଆଡାଚେ ଜିସୁ ମେଁନେ ସିସ୍ଇଂ ଏତେ କିଦ୍ରୋଣ ଜଲା ଇନୁମେତା ତାର୍ ୱେଆର୍କେ । ଆତ୍ଅରିଆ ମୁଇଙ୍ଗ୍ ଡୁଗ୍ଡି ଲେଃଗେ ବାରି ମେଁ ଆରି ମେଁନେ ସିସ୍ଇଂ ଆତ୍ଅରିଆ ଗାଆର୍କେ ।
2 ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେହି ସ୍ଥାନ ଜାଣିଥିଲା, କାରଣ ଯୀଶୁ ଅନେକ ଥର ଆପଣା ଶିଷ୍ୟମାନଙ୍କ ସହିତ ସେ ସ୍ଥାନକୁ ଯାଉଥିଲେ।
ମୁଡ଼ି ଜିଉଦା ଆମେକେ ବିରଦ୍ ରେମୁଆଁଇଂନେ ନ୍ତିନ୍ନିଆ ଅପେଃ ବଗେ ମେଁ ଡିଗ୍ ଆତେନ୍ ଜାଗା ମ୍ୟାଲେଃଗେ ଡାଗ୍ଲା ଜିସୁ ଗ୍ଲୁଏତର୍ ମେଁନେ ସିସ୍ଇଂ ଏତେ ଆତେନ୍ ଜାଗା ଡାଗ୍ରା ୱେଆର୍ଡିଂଗେ ।
3 ଅତଏବ, ଯିହୂଦା ସୈନ୍ୟଦଳ ପୁଣି, ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କଠାରୁ ପ୍ରାପ୍ତ ପଦାତିକମାନଙ୍କୁ ଘେନି ବତୀ, ମଶାଲ ଓ ଅସ୍ତ୍ରଶସ୍ତ୍ର ଧରି ସେଠାକୁ ଆସିଲା।
ତେସା, ଜିଉଦା ମୁଇଙ୍ଗ୍ ମାନ୍ଦା ରମିୟ ସନ୍ୟ ବାରି ମ୍ନା ପୁଜାରି ବାରି ଫାରୁଶୀଇଂ ବେବଗ୍ନେ ମନ୍ଦିର୍ନ୍ନିଆ ଉର୍ଣ୍ଡ୍ରେଇଂକେ ସାଚେ ଆତ୍ଅରିଆ ପିଙ୍ଗ୍ଚାଆର୍କେ । ମେଇଂ ଅସ୍ତ୍ରସସ୍ତ୍ର ଆଃବାଲେଆର୍ଗେ ।
4 ସେଥିରେ ଯୀଶୁ, ତାହାଙ୍କ ପ୍ରତି ଯାହା ଯାହା ଘଟିବାକୁ ଯାଉଅଛି, ସେହିସବୁ ଜାଣି ଆଗକୁ ଯାଇ ସେମାନଙ୍କୁ ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଅଛ?”
ମେଁ ଆଡ଼ାତ୍ରା ମେଁନେ ଗଟେଏ ଜିସୁ ସାପା ମ୍ୟାଲେଃଗେ । ତେସା ମେଁ ଡାଗ୍ରା ପାଙ୍ଗ୍ଚେ ସାଲ୍ୟାକୁକେ “ପେଇଂ ଆଜାକେ ତୁର୍ପେଡିଙ୍ଗ୍କେ?”
5 ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାଜରିତୀୟ ଯୀଶୁକୁ। ସେ ସେମାନଙ୍କୁ କହିଲେ, “ମୁଁ ସେହି।” ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇଥିଲା।
ମେଇଂ ବାସଙ୍ଗ୍ ଆର୍କେ “ନାଜରିତିୟ ଜିସୁକେ ।” ଜିସୁ ବାସଙ୍ଗ୍କେ “ନେଙ୍ଗ୍ଆ ଆତେନ୍ ରେମୁଆଁ ।” ବିସ୍ବାସ୍ଗାତ୍ ଜିଉଦା ମେଁ ଏତେ ତୁଆଁ ଲେଃଗେ ।
6 ଯୀଶୁ ଯେତେବେଳେ ସେମାନଙ୍କୁ କହିଲେ, ମୁଁ ସେହି, ସେତେବେଳେ ସେମାନେ ପଛକୁ ହଟିଯାଇ ଭୂମିରେ ପଡ଼ିଗଲେ।
“ନେଙ୍ଗ୍ ଆତେନ୍ ରେମୁଆଁ” ଡାଗ୍ଚେ ଜିସୁ ବାଲିର୍ନେ ଦାପ୍ରେ ମେଇଂ ପ୍ଲାପାକା ଗୁଚେଚେ ତୁବଃନ୍ନିଆ ଲଃ ଆର୍କେ ।
7 ସେଥିରେ ସେ ସେମାନଙ୍କୁ ଆଉ ଥରେ ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଅଛ?” ସେମାନେ କହିଲେ, ନାଜରିତୀୟ ଯୀଶୁଙ୍କୁ।
ଜିସୁ ବାର୍ମୁଇଂତର୍ ସାଲ୍ୟାକୁକେ “ପେଇଂ ଆଜାକେ ତୁର୍ପେଡିଙ୍ଗ୍କେ?” ମେଇଂ ଉତର୍ ବିକେ । “ନାଜରିତିୟ ଜିସୁକେ ।”
8 ଯୀଶୁ ଉତ୍ତର ଦେଲେ, “ମୁଁ ଯେ ସେହି, ଏହା ତ ମୁଁ ତୁମ୍ଭମାନଙ୍କୁ କହିଲି। ଏଣୁ ଯଦି ତୁମ୍ଭେମାନେ ମୋତେ ଖୋଜୁଅଛ, ତାହାହେଲେ ଏମାନଙ୍କୁ ଯିବା ପାଇଁ ଛାଡ଼ିଦିଅ।”
ଜିସୁ ବାସଙ୍ଗ୍କେ “ନେଙ୍ଗ୍ ବାସଙ୍ଗ୍ ଆଡାମ୍ୱକେ ନେଙ୍ଗ୍ ଆତେନ୍ ରେମୁଆଁ । ଜଦି ପେଇଂ ଆନେଙ୍ଗ୍କେ ତୁର୍ପେଡିଙ୍ଗ୍କେ ତେଲା ଆକ୍ମେଇଂ ଆନ୍ତାର୍ବି ।
9 ସେ ଏହା କହିଲେ, ଯେପରି ତାହାଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, “ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ସୁଦ୍ଧା ହରାଇ ନାହିଁ।”
ମୁଡ଼ି ରେମୁଆଁଇଂକେ ନାଁ ଆନେଙ୍ଗ୍ ବିନାବକେ ମେଁଇଙ୍ଗ୍ନେ ବିତ୍ରେ ମୁଇଂଜାକେ ଡିଗ୍ ନେଙ୍ଗ୍ ନ୍ନାଆରେକେ ଣ୍ଡୁ” ମେଁନେ ଆକେନ୍ ବ୍ନାଲିର୍ ପୁରନ୍ ଆଡିଙ୍ଗ୍ନ୍ସା ମେଁ ଦେକ୍ ବାସଙ୍ଗ୍କେ ।
10 ଶିମୋନ ପିତରଙ୍କ ପାଖରେ ଖଣ୍ଡା ଥିବାରୁ ସେ ତାହା ବାହାର କରି ମହାଯାଜକଙ୍କ ଦାସକୁ ଆଘାତ କଲେ ଓ ତାହାର ଡାହାଣ କାନ କାଟିପକାଇଲେ; ସେହି ଦାସର ନାମ ମାଲ୍ଖ।
ଶିମୋନ୍ ପିତର୍ ଡାଗ୍ରା ମୁଇଙ୍ଗ୍ କାଣ୍ଡା ଲେଃଗେ । ମେଁ ଆତେନ୍ ଜଗ୍ ଆତାର୍ଚେ ମ୍ନା ପୁଜାରିନେ ଞ୍ଚଙ୍ଗ୍ତି ପାକାନେ ନ୍ଲୁଗ୍କେ ଗୁଆ ବିକେ । ଆତେନ୍ ଦାସ୍ନେ ମ୍ନି ମାଲ୍ଖ ।
11 ସେଥିରେ ଯୀଶୁ ପିତରଙ୍କୁ କହିଲେ, “ଖଣ୍ଡା ଖାପରେ ରଖ; ପିତା ମୋତେ ଯେଉଁ ପାତ୍ର ଦେଇଅଛନ୍ତି, ମୁଁ କଅଣ ସେଥିରୁ ପାନ କରିବି ନାହିଁ?”
ଜିସୁ ପିତର୍କେ ବାସଙ୍ଗ୍କେ “କାଣ୍ଡା ବନେ କଲ୍ପାନିଆ କାଣ୍ଡା ବ । ନାଁ ମେଃନେ ବାବେ ନାଡିଙ୍ଗ୍କେ ଆବା ଇସ୍ପର୍ ଆନେଙ୍ଗ୍ ବିବକ୍ନେ ଆକେନ୍ ଦୁକ୍ ବଗେନେ ଙ୍କୁଇବାନ୍ ନେଙ୍ଗ୍ ନେଉଗ୍ ଣ୍ଡୁ?”
12 ଏହାପରେ ସୈନ୍ୟଦଳ, ପ୍ରଧାନ ସେନାପତି, ପୁଣି, ଯିହୁଦୀମାନଙ୍କର ପଦାତିକମାନେ ଯୀଶୁଙ୍କୁ ଧରିଲେ
ଆତ୍ ଅରିଆ ରୋମୀୟ ସନ୍ୟଇଂନେ ଦଲ୍ ମ୍ନା ସେନାପତି ଆରି ଇହୁଦୀ ଜାଗୁଆଲ୍ଇଂ ଜିସୁକେ ସାଚେ ଗାଗ୍ ଆର୍କେ ।
13 ଓ ତାହାଙ୍କୁ ବାନ୍ଧି ପ୍ରଥମେ ହାନାନଙ୍କ ନିକଟକୁ ଘେନିଗଲେ, କାରଣ ସେ ସେହି ବର୍ଷର ମହାଯାଜକ କୟାଫାଙ୍କର ଶ୍ୱଶୁର ଥିଲେ।
ବାରି ପର୍ତୁମ୍ ଆମେକେ କୟାଫାନେ ମାମାଡ଼େ ହାନାନ୍ ଡାଗ୍ରା ଡୁଂୱେ ଆର୍କେ । ଡାଗ୍ଲା ଆତେନ୍ ମୁଆଁନେ ମ୍ନା ପୁଜାରି ଲେଃଗେ ।
14 ଲୋକସାଧାରଣଙ୍କ ନିମନ୍ତେ ଜଣେ ମରିବା ମଙ୍ଗଳଜନକ ବୋଲି ଯିହୁଦୀମାନଙ୍କୁ ଯେ ପରାମର୍ଶ ଦେଇଥିଲେ, ଏ ସେହି କୟାଫା।
ରେମୁଆଁଇଂ ଆତ୍ଲା ମୁଇଂଜା ଗୁଏଚେ ମଙ୍ଗଲ୍ ଡାଗ୍ଚେ ଜିଉଦିଇଂକେ ଜେ ବାସଙ୍ଗ୍ ବଗେ କିମେ ଆତେନ୍ କୟାଫା ।
15 ଶିମୋନ ପିତର ଓ ଆଉ ଜଣେ ଶିଷ୍ୟ ଯୀଶୁଙ୍କ ପଛେ ପଛେ ଯାଉଥିଲେ। ସେହି ଶିଷ୍ୟ ମହାଯାଜକଙ୍କର ପରିଚିତ ଥିଲେ ଓ ଯୀଶୁଙ୍କ ସହିତ ମହାଯାଜକଙ୍କ ପ୍ରାଙ୍ଗଣରେ ପ୍ରବେଶ କଲେ;
ଶିମୋନ ପିତର୍ ଆରି ବାର୍ମୁଇଂଜା ସିସ୍ ଜିସୁନେ ପ୍ଲାପ୍ଲା ୱେଡିଙ୍ଗ୍ଗେ । ଆତେନ୍ ସିସ୍ ମ୍ନାଃ ପୁଜାରି ଏତେ ସ୍ନାମୁଆଁ ଲେଃଗେ ବାରି ଜିସୁ ଏତେ ମ୍ନା ପୁଜାରି ଡୁଆନେ ପ୍ଲେଡ଼ିଆ ବିତ୍ରେ ଗାକେ ।
16 କିନ୍ତୁ ପିତର ବାହାରେ ଦ୍ୱାର ନିକଟରେ ଠିଆ ହୋଇ ରହିଲେ। ଅତଏବ, ସେହି ଯେଉଁ ଅନ୍ୟ ଶିଷ୍ୟ ମହାଯାଜକଙ୍କ ପରିଚିତ ଥିଲେ, ସେ ବାହାରକୁ ଯାଇ ଦ୍ୱାରରକ୍ଷିକାକୁ କହି ପିତରଙ୍କୁ ଭିତରକୁ ଆଣିଲେ।
ପିତର୍ ବାଜାର୍ନେ ର୍ଣ୍ଣସାଙ୍ଗ୍ନ୍ନିଆ ଲେଃୱେଗେ । ବାରି ମୁଇଙ୍ଗ୍ ସିସ୍ ମ୍ନାପୁଜାରିନେ ସ୍ନାମୁଁଆଃ ରେମୁଆଁ ଲେଃଗେ, ମେଁ ଆଣ୍ଡେ ପାଙ୍ଗ୍ଚେ ର୍ଣ୍ଣସାଙ୍ଗ୍ ଡାଗ୍ରା ଲେଃକ୍ନେ ମୁଇଙ୍ଗ୍ ଚାକର୍ ରାନିକେ ବାସଙ୍ଗ୍ଚେ ପିତର୍କେ ପ୍ଲେଡ଼ିଆ ବିତ୍ରେ ଡୁଂପାଂଆର୍କେ ।
17 ସେଥିରେ ସେହି ଦ୍ୱାରରକ୍ଷିକା ଦାସୀ ପିତରଙ୍କୁ କହିଲା, ତୁମ୍ଭେ ମଧ୍ୟ କଅଣ ଏହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ? ସେ କହିଲେ, ମୁଁ ନୁହେଁ।
ର୍ଣ୍ଣସାଙ୍ଗ୍ ଡାଗ୍ରା ଲେଃକ୍ନେ ଆତେନ୍ ଚାକର୍ବଏଃ ପିତର୍କେ ବାସଙ୍ଗ୍କେ “ନାଁ ମେଃନେ ଆତେନ୍ ରେମୁଆଁନେ ସିସ୍ଇଂ ବିତ୍ରେବାନ୍ ନାଁ ମୁଇଂଜା ଣ୍ଡୁ?” ପିତର୍ ଅବିସ୍ବାସ୍ ଡିଙ୍ଗ୍ଚେ ବାସଙ୍ଗ୍କେ “ଣ୍ଡୁ ନେଙ୍ଗ୍ ଣ୍ଡୁ ।”
18 ଶୀତ ହେତୁ ଦାସ ଓ ପଦାତିକମାନେ ଅଙ୍ଗାର ଜାଳି ସେଠାରେ ଠିଆ ହୋଇ ନିଆଁ ପୋଉଁଥିଲେ; ପିତର ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇ ନିଆଁ ପୋଉଁଥିଲେ।
ଆତେନ୍ ବେଲା ରାସଃ ଡିଂଡିଂଗେ ତେସା ଚାକର୍ ବାରି ଜାଗୁଆଲ୍ଇଂ ଏଲେଃସନ୍ନିଆ ସୁଆ ଆଡୁଆଚେ ମେଁନେ ପିତୁର୍ପାକା ତୁଆଁଚେ ନିଜ୍କେ ଉସୁମ୍ ଆଡିଂଆର୍ଡିଙ୍ଗ୍ଗେ । ପିତର୍ ଡିଗ୍ ମେଁ ଡାଗ୍ରା ତୁଆଁ ଲେଃଗେ ।
19 ଇତିମଧ୍ୟରେ ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ଓ ତାହାଙ୍କ ଶିକ୍ଷା ସମ୍ବନ୍ଧରେ ପଚାରିଲେ।
ମ୍ନା ପୁଜାରି ଜିସୁକେ ମେଁନେ ସିକ୍ୟା ଆରି ସିସ୍ଇଂନେ ସାମୁଆଁରେ ପ୍ରସ୍ନ ସାଲ୍ୟାକୁକେ ।
20 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ଜଗତ ନିକଟରେ ପ୍ରକାଶରେ କଥା କହିଅଛି; ଯେଉଁଠାରେ ସମସ୍ତ ଯିହୁଦୀ ଏକତ୍ର ହୁଅନ୍ତି, ଏପରି ସମାଜଗୃହ ଓ ମନ୍ଦିରରେ ମୁଁ ସର୍ବଦା ଶିକ୍ଷା ଦେଇଅଛି; ମୁଁ ଗୋପନରେ କିଛି କହି ନାହିଁ।
ଜିସୁ ଉତର୍ ବିଚେ ବାସଙ୍ଗ୍କେ, “ନେଙ୍ଗ୍ କାଲାଆଃ ଦର୍ତନିନ୍ନିଆ ସାପାରେ ଡାଗ୍ରା କୁଲାକୁଲି ବାବ୍ରେ ସିକ୍ୟା ବିଃ ମ୍ୱକେ ମନ୍ଦିର୍ ଆରି ପାର୍ତନା ଡୁଆଇଂନ୍ନିଆ ରେମୁଆଁଇଂ ମୁଇଂତୁଗ୍ ରିସିଙ୍ଗ୍ ଲେଃକେଲା ନେଙ୍ଗ୍ ସାମୁଆଁ ବାସଙ୍ଗ୍ମ୍ୱକେ । ମେଃଡିଗ୍ ସାମୁଆଁ ନେଙ୍ଗ୍ ବୁଃଡିଚେ ନାବାସଙ୍ଗ୍କେ ଣ୍ଡୁ ।
21 ମୋତେ କାହିଁକି ପଚାରୁଅଛନ୍ତି? ମୁଁ ସେମାନଙ୍କୁ କଅଣ କହିଅଛି, ଯେଉଁମାନେ ଶୁଣିଅଛନ୍ତି, ସେମାନଙ୍କୁ ପଚାରନ୍ତୁ; ଦେଖନ୍ତୁ, ମୁଁ ଯାହା ଯାହା କହିଅଛି, ସେମାନେ ସେହିସବୁ ଜାଣନ୍ତି।”
ଆନେଙ୍ଗ୍ ମେସା ସାଲ୍ୟାକୁ ପେଡିଙ୍ଗ୍କେ? ଜାଣ୍ଡେଇଂ ନେଙ୍ଗ୍ ସିକ୍ୟା ଅଁ ଲେଃଆର୍କେ; ଆମେଇଂକେ ସାଲ୍ୟାକୁ ନେଙ୍ଗ୍ ମେଃନେ ବାସଙ୍ଗ୍ମ୍ୱକେ, ମେଁଇଙ୍ଗ୍ନେ ବାନ୍ ପେଦ୍ରିଗ୍ଏ ମେଇଂ ମ୍ୟା ଲେଃଆର୍କେ ।”
22 ସେ ଏହା କହିବାରୁ ପଦାତିକମାନଙ୍କ ମଧ୍ୟରୁ ପାଖରେ ଠିଆ ହୋଇଥିବା ଜଣେ ଯୀଶୁଙ୍କୁ ଚାପୁଡ଼ା ମାରି କହିଲା, ତୁ ମହାଯାଜକଙ୍କୁ ଏପରି ଉତ୍ତର ଦେଉଅଛୁ?
ଜିସୁ ଆକେନ୍ ସାମୁଆଁ ବାସଙ୍ଗ୍ନେ ବେଲା ଜାଗୁଆଲ୍ଇଂବାନ୍ ବିତ୍ରେ ମୁଇଂଜା ଆମେକେ ଚାପ୍ଡ଼ା ବଗ୍ଚେ ବାସଙ୍ଗ୍କେ, “ନାନେ ଅଃତେନ୍ ସାହାସ୍! ମ୍ନା ପୁଜାରିକେ ଦେକ୍ ନାବାସଙ୍ଗ୍କେ?”
23 ଯୀଶୁ ତାହାକୁ ଉତ୍ତର ଦେଲେ, “ଯଦି ମୁଁ ମନ୍ଦ କହିଲି, ତାହାହେଲେ ମନ୍ଦର ପ୍ରମାଣ ଦିଅ; କିନ୍ତୁ ଯଦି ଭଲ କହିଲି, ତାହାହେଲେ କାହିଁକି ମୋତେ ମାରୁଅଛ?”
ଜିସୁ ଆମେକେ ବାସଙ୍ଗ୍କେ “ନେଙ୍ଗ୍ ଜଦି ମେଃଡିଗ୍ ଦଦିଆ ସାମୁଆଁ ବାସଙ୍ଗ୍ମ୍ୱଏ ଆତେନ୍ ସାପାରେନେ ସେନୁଗ୍ ବାସଙ୍ଗ୍ । ଜଦି ନେଙ୍ଗ୍ ସତ୍ ବାସଙ୍ଗମ୍ୱଏ ତେଲା ଆନେଙ୍ଗ୍ ମେଁନ୍ସା ବଗ୍ପେଡିଙ୍ଗ୍?”
24 ସେଥିରେ ହାନାନ ତାହାଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ।
ଆକେନ୍ ଇଡ଼ିଙ୍ଗ୍ ହାନାନ୍ ଜିସୁକେ ଗାଗ୍ବକ୍ନେ ଅବସ୍ତାରେ ମ୍ନା ପୁଜାରି କୟାଫା ଡାଗ୍ରା ବେବିକେ ।
25 ଇତିମଧ୍ୟରେ ଶିମୋନ ପିତର ଠିଆ ହୋଇ ନିଆଁ ପୋଉଁଥିଲେ। ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତୁମ୍ଭେ ମଧ୍ୟ କଅଣ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ? ସେ ଅସ୍ୱୀକାର କରି କହିଲେ, ମୁଁ ନୁହେଁ।
ପିତର୍ ସୁଆ ଡାଗ୍ରା ତୁଆଁଲେଃକ୍ନେ ବେଲା ଆତ୍ଅରିଆ ରିସିଙ୍ଗ୍ ଲେକ୍ନେ ରେମୁଆଁଇଂ ଆମେକେ ସାଲ୍ୟାକୁକେ “ନା ମେଃନେ ମେଁନେ ମୁଇଙ୍ଗ୍ ସିସ୍ ଣ୍ଡୁ?” ପିତର୍ ଅବିସ୍ବାସ୍ ଡିଙ୍ଗ୍ଚେ ବାସଙ୍ଗ୍କେ “ଣ୍ଡୁ ନେଙ୍ଗ୍ ଣ୍ଡୁ ।”
26 ମହାଯାଜକଙ୍କ ଦାସମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍ ପିତର ଯାହାର କାନ କାଟିପକାଇଥିଲେ, ତାହାର ଜଣେ ଆତ୍ମୀୟ କହିଲା, ମୁଁ କଅଣ ତୋତେ ତାହାଙ୍କ ସାଙ୍ଗରେ ବଗିଚାରେ ଦେଖି ନ ଥିଲି?
ପିତର୍ ମ୍ନା ପୁଜାରିନେ ମୁଡ଼ି ଚାକର୍ନେ ନ୍ଲୁଗ୍ ସିତଗ୍ ବଗେ ମେଁନେ ମୁଇଙ୍ଗ୍ ନିଜର୍ ରେମୁଆଁ ବାସଙ୍ଗ୍କେ “ଆତେନ୍ ଡୁଗ୍ଡି ଡାଗ୍ରା ନେଙ୍ଗ୍ ଆନାକେ ମେଁ ଏତେ ନେକେକେ ଡାଗ୍ଚେ ବାବେ ନାଡିଙ୍ଗ୍କେ?”
27 ସେଥିରେ ପିତର ପୁନର୍ବାର ଅସ୍ୱୀକାର କଲେ; ଆଉ, ସେହିକ୍ଷଣି କୁକୁଡ଼ା ଡାକିଲା।
ପିତର୍ ବାରି ମୁଇଂତର୍ ଅବିସ୍ବାସ୍ ଡିଙ୍ଗ୍ଚେ ବାସଙ୍ଗ୍କେ “ଣ୍ଡୁ” ନେଙ୍ଗ୍ ଣ୍ଡୁ । ଆତେନ୍ ଦାପ୍ରେ ଗିସେଙ୍ଗ୍ ସକେ ।
28 ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ନିକଟରୁ ପ୍ରାସାଦକୁ ଘେନିଗଲେ; ସେତେବେଳେ ପ୍ରାତଃକାଳ ହୋଇଥିଲା; ଆଉ, ସେମାନେ ଯେପରି ଅଶୁଚି ନ ହୋଇ ନିସ୍ତାର ପର୍ବର ଭୋଜ ପ୍ରତିପାଳନ କରିପାରନ୍ତି, ଏଥିନିମନ୍ତେ ନିଜେ ପ୍ରାସାଦ ମଧ୍ୟରେ ପ୍ରବେଶ କଲେ ନାହିଁ।
ମାର୍ତଡ଼େ ଗିସେଙ୍ଗ୍ ତେଃସବେଲା ମେଇଙ୍ଗ୍ ଜିସୁକେ କୟାଫାନେ ଡୁଆବାନ୍ ଡୁଂୱେଚେ ରୋମୀୟ ରାଜ୍ୟପାଲ୍ନେ ବିଚାର୍ ଡୁଆନ୍ନିଆ ଆପିଙ୍ଗ୍ଚା ଆର୍କେ । ଇହୁଦୀଇଂ ବିଚାର୍ ଡୁଆ ବିତ୍ରେ ଆୱେଆର୍କେ ଡାଗ୍ଲା ମେଇଂ ଜେନ୍ତିକି ଆବୁଲେ ମାଡିଙ୍ଗ୍ଚେ ଉଦାର୍ ପାଣ୍ଡୁଏନେ ବଜି ପାଲେ ୟାଆର୍ଏ ଆତେନ୍ସା ନିଜେନେ ବିଚାର୍ ଡୁଆନ୍ନିଆ ଆରା ଗାଆର୍କେ ଣ୍ଡୁ ।
29 ଅତଏବ, ପୀଲାତ ସେମାନଙ୍କ ନିକଟକୁ ବାହାରି ଆସି ପଚାରିଲେ, ଏ ଲୋକ ବିରୁଦ୍ଧରେ ତୁମ୍ଭେମାନେ କେଉଁ ଅଭିଯୋଗ ଆଣୁଅଛ?
ତେସା ରାଜ୍ୟପାଲ୍ ପିଲାତ ତାର୍ଚେ ଆମେଇଂକେ ସାଲ୍ୟାକୁକେ “ଏନ୍ ରେମୁଆଁନେ ବିରଦ୍ରେ ପେନେ ପର୍ମାନ୍ ମେଃନେ?”
30 ସେମାନେ ତାହାଙ୍କୁ ଉତ୍ତର ଦେଲେ, ଏ ଲୋକଟା ଯଦି ଦୁଷ୍କର୍ମକାରୀ ହୋଇ ନ ଥାଆନ୍ତା, ତାହାହେଲେ ଆମ୍ଭେମାନେ ତାହାକୁ ଆପଣଙ୍କ ହସ୍ତରେ ସମର୍ପଣ କରି ନ ଥାଆନ୍ତୁ।
ମେଇଂ ଆମେକେ ଉତର୍ ବିକେ “ଆକେନ୍ ରେମୁଆଁ ଜଦି ଅପରାଦି ଡିଙ୍ଗ୍ ଆଲେଃଲା ତେଲା ନେ ଆକ୍ମେକେ ନାନେ ନ୍ତିନିଆ ଅପେଃ ନେପାବି ।”
31 ସେଥିରେ ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ଏହାକୁ ଘେନିଯାଇ ତୁମ୍ଭମାନଙ୍କ ବ୍ୟବସ୍ଥାନୁସାରେ ଏହାର ବିଚାର କର। କେତେକ ଯିହୁଦୀ ନେତାମାନେ ତାହାଙ୍କୁ କହିଲେ, କାହାକୁ ପ୍ରାଣଦଣ୍ଡ ଦେବା ଆମ୍ଭମାନଙ୍କର ଅଧିକାର ନାହିଁ।
ଆତ୍ବା ପିଲାତ ଆମେଇଂକେ ବାସଙ୍ଗ୍କେ “ତେଲା ଆକ୍ମେକେ ଡୁଙ୍ଗ୍ୱେଚେ ପେନେ ନିଅମ୍ ଇସାବ୍ରେ ବିଚାର୍ ଡିଙ୍ଗ୍ପା ।” ମେଇଙ୍ଗ୍ ଉତର୍ ବିକେ “ଆଜାକେ ଡିଗ୍ ଗୁଏଚେ ଡଣ୍ଡ୍ ବିଃନ୍ସା ନେନେ ଅଦିକାର୍ ଣ୍ଡୁ ।”
32 ଯୀଶୁ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ସେ ଯେଉଁ ବାକ୍ୟ କହିଥିଲେ, ତାହା ଯେପରି ସଫଳ ହୁଏ, ଏଥିନିମନ୍ତେ ସେମାନେ ଏହା କହିଲେ।
ମେଁ ଡିରକମ୍ ଗୁଏଃଏ ଆକେନ୍ ବିସୟ୍ରେ ଜିସୁ ମେଁନେ ବାସଙ୍ଗ୍ ବଗେ, ଆତେନ୍ ପୁରନ୍ ଡିଂ ନ୍ସାଃ ଆକେନ୍ ଗଟେକେ ।
33 ଅତଏବ, ପୀଲାତ ପୁନର୍ବାର ପ୍ରାସାଦ ମଧ୍ୟରେ ପ୍ରବେଶ କରି ଯୀଶୁଙ୍କୁ ଡାକି ତାହାଙ୍କୁ ପଚାରିଲେ, ତୁମ୍ଭେ କଅଣ ଯିହୁଦୀମାନଙ୍କର ରାଜା?
ପିଲାତ ବିଚାର୍ ଡୁଆ ବିତ୍ରେ ୱେଚେ ଜିସୁକେ ୱାଚେ ସାଲ୍ୟାକୁକେ “ନା ମେଃନେ ଯିହୁଦୀଇଂନେ ଇଃସାଙ୍ଗ୍?”
34 ଯୀଶୁ ଉତ୍ତର ଦେଲେ, “ଆପଣ କଅଣ ନିଜରୁ ଏହା କହୁଅଛନ୍ତି, ନା ଅନ୍ୟମାନେ ମୋʼ ସମ୍ବନ୍ଧରେ ଆପଣଙ୍କୁ ଏହା କହିଅଛନ୍ତି?”
ଜିସୁ ଉତର୍ ବିକେ “ଆକେନ୍ ପ୍ରସ୍ନ ନାଁ ନିଜେ ମନ୍ ବିତ୍ରେବାନ୍ ସାଲ୍ୟାକୁ ନାଡିଙ୍ଗ୍କେ ଲେଃ ବିନ୍ରେ ନେଙ୍ଗ୍ ସମ୍ପର୍କରେ ଆନାକେ ମେଃନେ ବାସଙ୍ଗ୍ବକେ?”
35 ପୀଲାତ ଉତ୍ତର ଦେଲେ, ଆମ୍ଭେ କଅଣ ଜଣେ ଯିହୁଦୀ? ତୁମ୍ଭର ସ୍ୱଜାତି ଓ ପ୍ରଧାନ ଯାଜକମାନେ ତୁମ୍ଭକୁ ଆମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି; ତୁମ୍ଭେ କଅଣ କରିଅଛ?
ପିଲାତ ବାଲିର୍କେ “ନାଁ ମେଃନେ ନାବାବେକେ ନେଙ୍ଗ୍ ମୁଇଙ୍ଗ୍ ଇହୁଦୀ? ନାନେ ନିଜର୍ ଜାତି ରେମୁଆଁ ବାରି ମ୍ନାଃପୁଜାରିଇଂ ଆନାକେ ଡୁଙ୍ଗ୍ପାଙ୍ଗ୍ଚେ ନେଙ୍ଗ୍ ନ୍ତିଡାଗ୍ରା ଅପେଃ ବଆର୍କେ । ବାସଙ୍ଗ୍, ନାଁ ମେଃନେ ଡିଙ୍ଗ୍ନାବ?”
36 ଯୀଶୁ ଉତ୍ତର ଦେଲେ, “ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ; ଯଦି ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାଆନ୍ତା, ତାହାହେଲେ ମୁଁ ଯେପରି ଯିହୁଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ; କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ତତ୍ସମ୍ବନ୍ଧୀୟ ନୁହେଁ।”
ଜିସୁ ବାସଙ୍ଗ୍କେ, “ନେଙ୍ଗ୍ ରାଇଜ୍ ଆକେନ୍ ଜାଗତିକ ଇସାବ୍ରେ ଣ୍ଡୁ । ଜଦି ନେଙ୍ଗ୍ନେ ରାଇଜ୍ ଜାଗତିକ ଡିଙ୍ଗ୍ପାଲେଃ ନେଙ୍ଗ୍ନେ ପ୍ଲା ପାଙ୍ଗ୍ନେ ରେମୁଆଁଇଂ ନେଙ୍ଗ୍ ପାକା କୁଡ଼େଚେ ଜୁଦ୍ ପାଡିଙ୍ଗ୍ ଆର୍ଏ । ତେଲା ମେଇଂ ଅଃନାଡିଗ୍ ଆନେଙ୍ଗ୍କେ ଇହୁଦୀଇଂନେ ନ୍ତିନ୍ନିଆ ଆନ୍ତାର୍ ଆବି ପାଡିଙ୍ଗ୍ । ଣ୍ଡୁ ନେଙ୍ଗ୍ନେ ରାଇଜ୍ ଆକେନ୍ ମଞ୍ଚ୍ପୁର୍ ଇସାବ୍ରେ ଣ୍ଡୁ ।”
37 ସେଥିରେ ପୀଲାତ ତାହାଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କଅଣ ଜଣେ ରାଜା ନୁହଁ? ଯୀଶୁ ଉତ୍ତର ଦେଲେ, “ଆପଣ ତ କହୁଅଛନ୍ତି, ମୁଁ ଜଣେ ରାଜା। ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥିନିମନ୍ତେ ମୁଁ ଜନ୍ମ ହୋଇଅଛି ଓ ଜଗତକୁ ଆସିଅଛି। ଯେ କେହି ସତ୍ୟର ସନ୍ତାନ, ସେ ମୋହର କଥା ଶୁଣେ।”
ପିଲାତ ବାରି ସାଲ୍ୟାକୁକେ “ନାଁ ମେଃନେ ସତ୍ରେ ମୁଇଙ୍ଗ୍ ଇଃସାଙ୍ଗ୍?” ଜିସୁ ଉତର୍ ବିକେ “ନାଁ ବାସଙ୍ଗ୍ ନାଡିଙ୍ଗ୍କେ ନେଙ୍ଗ୍ ମୁଇଙ୍ଗ୍ ଇଃସାଙ୍ଗ୍ । ମାତ୍ରମ୍ ନେଙ୍ଗ୍ ସତ୍ ସାମୁଆଁ ବାଲିର୍ ନ୍ସା ପାଙ୍ଗ୍ ନ୍ଲେକେ ଆକେନ୍ ସାମୁଆଁ ସାଚେ ନେଙ୍ଗ୍ ଆକେନ୍ ମଞ୍ଚ୍ପୁର୍ ଜନମ୍ ଡିଙ୍ଗ୍ ନ୍ଲେକେ । ଜାଣ୍ଡେଇଂ ସତ୍ନେ ଗଡ଼େଇଂ ମେଁ ଆଃ ନେଙ୍ଗ୍ ସାମୁଆଁ ଅଁଆର୍ଏ ।”
38 ପୀଲାତ ତାହାଙ୍କୁ କହିଲେ, ସତ୍ୟ କଅଣ? ଏହା କହି ସେ ପୁଣି, ଯିହୁଦୀମାନଙ୍କ ନିକଟକୁ ବାହାରକୁ ଯାଇ ସେମାନଙ୍କୁ କହିଲେ, ଆମ୍ଭେ ଏହାଠାରେ କୌଣସି ଦୋଷ ପାଉ ନାହୁଁ।
ପିଲାତ ଆମେକେ ସାଲ୍ୟାକୁକେ, “ସତ୍ ମେଁନେ ।” ପିଲାତ ବାଜାର୍ ତାର୍ଚେ ରେମୁଆଁଇଂକେ ବାସଙ୍ଗ୍କେ “ଆମେକେ ଗୁଏଃନେ ଡଣ୍ଡ୍ ବିଃନ୍ସା ନେଙ୍ଗ୍ ମେଃଡିଗ୍ ଦସ୍ ନେବାକେ ଣ୍ଡୁ ।
39 କିନ୍ତୁ ଆମେ ଯେ ନିସ୍ତାର ପର୍ବ ସମୟରେ ତୁମ୍ଭମାନଙ୍କ ନିମନ୍ତେ ଜଣକୁ ମୁକ୍ତ କରିଦେଉ, ଏହା ତୁମ୍ଭମାନଙ୍କ ରୀତି ଅଛି; ଅତଏବ, ଯିହୁଦୀମାନଙ୍କ ରାଜାଙ୍କୁ ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ମୁକ୍ତ କରିଦେବୁ ବୋଲି କଅଣ ତୁମ୍ଭମାନଙ୍କର ଇଚ୍ଛା?
ମାତର୍ ପେନେ ନିୟମ୍ ଇସାବ୍ରେ ଉଦାର୍ ପାଣ୍ଡୁଏ କେଲା ନେଙ୍ଗ୍ ମୁଇଙ୍ଗ୍ ବନ୍ଦିଆକେ କୁଲାସ୍ ଆଡିଙ୍ଗ୍ ମ୍ୟାକେ । ଏବେ ଇହୁଦୀଇଂନେ ଇଃସାଙ୍ଗ୍କେ ପେନ୍ସା ଆନ୍ତାର୍ ବିଃପା ଏନ୍ ମେଁନେ ପେଇଂ ଚାଏଁ ପେଡିଙ୍ଗ୍କେ ।”
40 ସେଥିରେ ସେମାନେ ପୁନର୍ବାର ଚିତ୍କାର କରି କହିଲେ, ଏ ଲୋକଟାକୁ ନୁହେଁ, କିନ୍ତୁ ବାରବ୍ବାକୁ। ଏହି ବାରବ୍ବା ଜଣେ ଡକାଇତ ଥିଲା।
ରେମୁଆଁଇଂ ଅଃଗିଆଚେ ବାସଙ୍ଗ୍ଆର୍କେ, “ଣ୍ଡୁ ଆମେକେ ଣ୍ଡୁ । ବାରବ୍ବାକେ କୁଲାସ୍ ଆଡିଙ୍ଗ୍ବି । ଆନେକେ ବାର୍ବା ଦର୍କାର୍!” ମୁଇଙ୍ଗ୍ ଡଙ୍ଗାରେ ଲେଃଗେ ।