< ଯିରିମୀୟ 38 >
1 ଏଥିଉତ୍ତାରେ ମତ୍ତନର ପୁତ୍ର ଶଫଟୀୟ, ପଶ୍ହୂର ପୁତ୍ର ଗଦଲୀୟ, ଶେଲିମୀୟର ପୁତ୍ର ଯିହଖଲ ଓ ମଲ୍କୀୟର ପୁତ୍ର ପଶ୍ହୂର, ସମସ୍ତ ଲୋକଙ୍କ ନିକଟରେ ଯିରିମୀୟଙ୍କ କଥିତ ଏହି ବାକ୍ୟ ଶୁଣିଲେ, ଯଥା,
Shefatia wuod Matan, Gedalia wuod Pashur, Jehukal wuod Shelemia, kod Pashur wuod Malkija nowinjo gima Jeremia ne nyiso ji duto sa mane owacho ni,
2 “ସଦାପ୍ରଭୁ ଏହି କଥା କହନ୍ତି, ଯେକେହି ଏହି ନଗରରେ ରହିବ, ସେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ; ମାତ୍ର ଯେକେହି ବାହାର ହୋଇ କଲ୍ଦୀୟମାନଙ୍କ ନିକଟକୁ ଯିବ, ସେ ବଞ୍ଚିବ, ତାହାର ପ୍ରାଣ ତାହା ପ୍ରତି ଲୁଟିତ ଦ୍ରବ୍ୟ ତୁଲ୍ୟ ହେବ ଓ ସେ ବଞ୍ଚିବ।”
“Ma e gima Jehova Nyasaye wacho: ‘Ngʼato angʼata modak e dala maduongʼni noneg gi ligangla, kech kata masira, to ngʼato angʼata manodhi ir jo-Babulon nobed mangima. Notony gi ngimane; mi nobed mangima.’
3 ସଦାପ୍ରଭୁ ଏହି କଥା କହନ୍ତି, “ଏହି ନଗର ବାବିଲ ରାଜାର ସୈନ୍ୟ ହସ୍ତରେ ନିଶ୍ଚୟ ସମର୍ପିତ ହେବ ଓ ସେ ତାହା ହସ୍ତଗତ କରିବ।”
Kendo ma e gima Jehova Nyasaye wacho: ‘Dala maduongʼni nyaka chiwne jolweny mar ruodh Babulon ma nokawe.’”
4 ତହିଁରେ ଅଧିପତିମାନେ ରାଜାକୁ କହିଲେ, “ଆମ୍ଭେମାନେ ବିନୟ କରୁଅଛୁ, ଏହି ଲୋକର ପ୍ରାଣଦଣ୍ଡର ଆଜ୍ଞା ହେଉ; କାରଣ ସେ ଏହି ପ୍ରକାର କଥା କହି ଏହି ନଗରରେ ଥିବା ଅବଶିଷ୍ଟ ଯୋଦ୍ଧାମାନଙ୍କ ହସ୍ତ ଓ ସକଳ ଲୋକଙ୍କ ହସ୍ତ ଦୁର୍ବଳ କରୁଅଛି; ପୁଣି, ଏ ବ୍ୟକ୍ତି ଏହି ଲୋକମାନଙ୍କର ମଙ୍ଗଳ ନୁହେଁ, କେବଳ ଅମଙ୍ଗଳର ଚେଷ୍ଟା କରୁଅଛି।”
Eka jotelo nowachone ruoth niya, “Ngʼatni onego negi. Onyoso chuny jolweny modongʼ e dala maduongʼ ni, kaachiel gi ji duto, gi gigo mowachonegi. Ngʼatni ok dwar dhi maber mar jogi to mana kethruokgi.”
5 ଏଥିରେ ସିଦିକୀୟ ରାଜା କହିଲା, “ଦେଖ, ସେ ତୁମ୍ଭମାନଙ୍କ ହସ୍ତରେ ଅଛି; କାରଣ ରାଜା ତୁମ୍ଭମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ କରିବା ଲୋକ ନୁହନ୍ତି।”
Ruoth Zedekia nowacho niya, “En e lwetu. Onge gima ruoth nyalo timo mondo okwed wachu.”
6 ତହିଁରେ ସେମାନେ ଯିରିମୀୟଙ୍କୁ ଧରି ପ୍ରହରୀ ପ୍ରାଙ୍ଗଣସ୍ଥିତ, ମଲ୍କୀୟ ରାଜପୁତ୍ରର କୂପରେ ପକାଇଦେଲେ; ଅର୍ଥାତ୍, ସେମାନେ ରଜ୍ଜୁ ଦ୍ୱାରା ଯିରିମୀୟଙ୍କୁ ଓହ୍ଲାଇ ଦେଲେ। ପୁଣି, ସେହି କୂପରେ ଜଳ ନ ଥିଲା, କେବଳ ପଙ୍କ ଥିଲା। ଆଉ, ଯିରିମୀୟ ସେହି ପଙ୍କରେ ମଗ୍ନପ୍ରାୟ ହେଲେ।
Omiyo negikawo Jeremia ma giketo e bur mar Malkija, wuod ruoth, mane nitiere e laru mar jarito. Ne giloro Jeremia gi tonde ei burno; ne onge pi e iye, chwodho ema ne nitie, kendo Jeremia nonimo ei chwodho.
7 ଏଥିମଧ୍ୟରେ ସେମାନେ ଯିରିମୀୟଙ୍କୁ କୂପରେ ପକାଇ ଦେଇଅଛନ୍ତି ବୋଲି, ରାଜଗୃହସ୍ଥିତ ଏବଦ୍-ମେଲକ ନାମକ ଜଣେ କୂଶୀୟ ନପୁଂସକ ଲୋକ ଶୁଣିଲା; ସେସମୟରେ ରାଜା ବିନ୍ୟାମୀନ୍ ଦ୍ୱାରରେ ଉପବିଷ୍ଟ ଥିଲା।
To Ebed-Melek, ja-Kush, ma jatelo e kar dak ruoth, nowinjo nine giseketo Jeremia ei bur. Ka ruoth ne obet e Dhoranga Benjamin,
8 ଏବଦ୍-ମେଲକ ରାଜଗୃହରୁ ବାହାରି ରାଜାକୁ କହିଲା,
Ebed-Melek nowuok oa e kar dak ruoth kendo owachone ni,
9 “ହେ ଆମ୍ଭର ପ୍ରଭୁ ମହାରାଜ, ଏହି ଲୋକମାନେ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ପ୍ରତି ନିତାନ୍ତ ମନ୍ଦ ବ୍ୟବହାର କରିଅଛନ୍ତି, ସେମାନେ ତାଙ୍କୁ କୂପରେ ପକାଇଅଛନ୍ତି; ସେ ଯେଉଁଠାରେ ଅଛନ୍ତି, ଦୁର୍ଭିକ୍ଷ ସକାଶୁ ସେଠାରେ ସେ ମଲା ପରି ଅଛନ୍ତି, କାରଣ ନଗରରେ ଆଉ ରୁଟି ନାହିଁ।”
“Jaduongʼ ma ruodha, jogi osetimo gima mono kuom gigo duto magisetimone janabi Jeremia. Giwite e bur, kama kech biro nege motho ka makati duto orumo e dala maduongʼ.”
10 ସେତେବେଳେ ରାଜା କୂଶୀୟ ଏବଦ୍-ମେଲକକୁ ଆଜ୍ଞା କଲା, “ତୁମ୍ଭେ ଏଠାରୁ ତିରିଶ ଜଣ ଲୋକ ଆପଣା ସଙ୍ଗରେ ନେଇ ଯିରିମୀୟ ଭବିଷ୍ୟଦ୍ବକ୍ତା ମରିବା ପୂର୍ବରୁ ତାଙ୍କୁ କୂପରୁ ବାହାର କରି ଆଣ।”
Eka ruoth nomiyo Ebed-Melek ja-Kush chik, “Kaw chwo piero adek koa kae kendo ugol janabi Jeremia e bur kapok otho.”
11 ତହିଁରେ ଏବଦ୍-ମେଲକ ଆପଣା ସଙ୍ଗେ ସେହି ଲୋକମାନଙ୍କୁ ନେଇ ରାଜଗୃହକୁ ଯାଇ ଭଣ୍ଡାରର ତଳରୁ କେତେଗୁଡ଼ିଏ ପୁରୁଣା ତ୍ୟକ୍ତ ବସ୍ତ୍ର ଓ ଚିରାକନା ନେଲା, ଆଉ ରଜ୍ଜୁ ଦ୍ୱାରା ସେସବୁ କୂପରେ ଯିରିମୀୟଙ୍କୁ ଦେଲା।
Omiyo Ebed-Melek nokawo jogo kendo odhigo e agola manie bwo kar keno mar dala ruoth. Ne okawo lewni moyiech kod lewni moti kanyo kendo nolorogi piny gi tol ne Jeremia ei bur.
12 ପୁଣି, କୂଶୀୟ ଏବଦ୍-ମେଲକ ଯିରିମୀୟଙ୍କୁ କହିଲା, “ସେହି ପୁରୁଣା ତ୍ୟକ୍ତ ବସ୍ତ୍ର ଓ ଚିରାକନା ଆପଣା କକ୍ଷମୂଳରେ ରଜ୍ଜୁ ତଳେ ଦିଅ।”
Ebed-Melek ja-Kush nowacho ne Jeremia niya, “Ket lewni mokengoregi kod lewni moti e yuothi mondo kik tol ridhi.” Jeremia notimo kamano,
13 ତହିଁରେ ଯିରିମୀୟ ସେପରି କଲେ। ତହୁଁ ସେମାନେ ରଜ୍ଜୁ ଧରି ଟାଣି ଯିରିମୀୟଙ୍କୁ କୂପରୁ ବାହାର କରି ଆଣିଲେ। ପୁଣି, ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।
mine giywaye gi tol ma gigole oko mar bur. Kendo Jeremia nodongʼ e laru mar jarito.
14 ଏଥିଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ସଦାପ୍ରଭୁଙ୍କ ଗୃହର ତୃତୀୟ ପ୍ରବେଶ ସ୍ଥାନରେ ଆପଣା ନିକଟକୁ ଅଣାଇଲା। ଆଉ, ରାଜା ଯିରିମୀୟଙ୍କୁ କହିଲା, “ମୁଁ ତୁମ୍ଭକୁ ଗୋଟିଏ କଥା ପଚାରିବି; ତୁମ୍ଭେ ମୋʼ ଠାରୁ କିଛି ଗୋପନ କରିବ ନାହିଁ।”
Eka Ruoth Zedekia nooro wach mondo okelne janabi Jeremia kendo nokelnego e kar donjo mar adek mar hekalu mar Jehova Nyasaye. Ruoth nowachone niya, “Adhi penji gimoro. Kik ipanda wach.”
15 ତେବେ ଯିରିମୀୟ ସିଦିକୀୟକୁ କହିଲେ, “ମୁଁ ଯଦି ଆପଣଙ୍କୁ ତାହା ଜଣାଇବି, ତେବେ ଆପଣ କି ମୋତେ ନିଶ୍ଚୟ ବଧ କରିବେ ନାହିଁ? ଆଉ, ମୁଁ ଯଦି ଆପଣଙ୍କୁ ପରାମର୍ଶ ଦେବି, ତେବେ ଆପଣ ମୋʼ କଥା ଶୁଣିବେ ନାହିଁ।”
Jeremia nowachone Zedekia niya, “Ka adwoki, donge ibiro nega? Kata ka anangʼadni rieko, bende iniwinja.”
16 ତହିଁରେ ସିଦିକୀୟ ରାଜା ଗୋପନରେ ଯିରିମୀୟଙ୍କ ନିକଟରେ ଶପଥ କରି କହିଲା, “ଆମ୍ଭମାନଙ୍କର ଏହି ଜୀବାତ୍ମାର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କର ଶପଥ, ମୁଁ ତୁମ୍ଭକୁ ବଧ କରିବି ନାହିଁ, କିଅବା ତୁମ୍ଭ ପ୍ରାଣନାଶର ଚେଷ୍ଟାକାରୀ ଏହି ଲୋକମାନଙ୍କ ହସ୍ତରେ ସମର୍ପଣ କରିବି ନାହିଁ।”
To Ruoth Zedekia nokwongʼore gi kwongʼruokni lingʼ-lingʼ ne Jeremia: “Akwongʼora gi nying Jehova Nyasaye mangima, mosemiyowa muya, ok ananegi kata chiwi ne jogo madwaro ngimani.”
17 ସେତେବେଳେ ଯିରିମୀୟ ସିଦିକୀୟକୁ କହିଲେ, “ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଯଦି ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ, ତେବେ ତୁମ୍ଭର ପ୍ରାଣ ବଞ୍ଚିବ ଓ ଏହି ନଗର ଅଗ୍ନିରେ ଦଗ୍ଧ ହେବ ନାହିଁ; ପୁଣି, ତୁମ୍ଭେ ଓ ତୁମ୍ଭ ପରିବାର ବଞ୍ଚିବ।
Eka Jeremia nowachone Zedekia niya, “Ma e gima Jehova Nyasaye Maratego, ma Nyasach Israel, wacho: ‘Ka ichiwori ne jotelo mag ruodh Babulon, ngimani noweni kendo dala maduongʼni ok nowangʼ, in kod joodi unubed mangima.
18 ମାତ୍ର ଯଦି ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ ନାହିଁ, ତେବେ ଏହି ନଗର କଲ୍ଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ତାହା ଦଗ୍ଧ କରିବେ, ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ।”
To ka ok ichiwori ne jotend ruodh Babulon, dala maduongʼni nomi jo-Babulon kendo giniwangʼe; un uwegi ok unutony e lwetgi.’”
19 ଏଥିରେ ସିଦିକୀୟ ରାଜା ଯିରିମୀୟଙ୍କୁ କହିଲା, “ଯେଉଁ ଯିହୁଦୀ ଲୋକମାନେ କଲ୍ଦୀୟମାନଙ୍କ ପକ୍ଷକୁ ଯାଇଅଛନ୍ତି, ସେମାନଙ୍କୁ ମୁଁ ଭୟ କରୁଅଛି, କେଜାଣି ଲୋକେ ମୋତେ ସେମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ସେମାନେ ମୋତେ ପରିହାସ କରିବେ।”
Ruoth Zedekia nowachone Jeremia niya, “Aluoro jo-Yahudi mosedhi ir jo-Babulon, nimar jo-Babulon nyalo chiwa e lwetgi mi gisanda.”
20 ମାତ୍ର ଯିରିମୀୟ କହିଲେ, “ସେମାନେ ଆପଣଙ୍କୁ ସମର୍ପଣ କରିବେ ନାହିଁ। ବିନୟ କରୁଅଛି, ମୋʼ ଦ୍ୱାରା କଥିତ ସଦାପ୍ରଭୁଙ୍କର ବାକ୍ୟ ଆପଣ ମାନନ୍ତୁ; ତହିଁରେ ଆପଣଙ୍କର ମଙ୍ଗଳ ହେବ ଓ ଆପଣଙ୍କ ପ୍ରାଣ ବଞ୍ଚିବ।
Jeremia nodwoke niya, “Ok ginichiwi.” Luor Jehova Nyasaye kitimo gima anyisi. Eka inine maber, kendo ngimani noweni.
21 ମାତ୍ର ଯଦି ଆପଣ ବାହାରି ଯିବା ପାଇଁ ଅସମ୍ମତ ହୁଅନ୍ତି, ତେବେ ସଦାପ୍ରଭୁ ଯେଉଁ କଥା ମୋତେ ଜଣାଇ ଅଛନ୍ତି, ତାହା ଏହି:
To ka itamori chiwori, ma e gima Jehova Nyasaye osefwenyona:
22 ଦେଖନ୍ତୁ, ଯେତେ ସ୍ତ୍ରୀଲୋକ ଯିହୁଦାର ରାଜଗୃହରେ ଅବଶିଷ୍ଟ ଅଛନ୍ତି, ସେମାନେ ସମସ୍ତେ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଅଣାଯିବେ, ଆଉ ସେହି ସ୍ତ୍ରୀମାନେ କହିବେ, ‘ତୁମ୍ଭର ସୁହୃଦମାନେ ତୁମ୍ଭକୁ ପ୍ରବର୍ତ୍ତାଇ ତୁମ୍ଭକୁ ପରାସ୍ତ କରିଅଛନ୍ତି; ଆଉ, ଏବେ ତୁମ୍ଭର ପାଦ ପଙ୍କରେ ମଗ୍ନ ହେବାରୁ ସେମାନେ ତୁମ୍ଭଠାରୁ ବିମୁଖ ହୋଇଅଛନ୍ତି।’
Mon duto mane odongʼ kar dak mar ruodh Juda nokelne jotelo mar ruodh Babulon. Mon-go nowachni ni: Osiepegi mane igenogo nowuondi kendo noloyi. Tiendegi oselingʼore e chwodho; osiepegi oseweyi.
23 ପୁଣି, ଲୋକମାନେ ଆପଣଙ୍କ ଭାର୍ଯ୍ୟା ଓ ସନ୍ତାନ ସମସ୍ତଙ୍କୁ ବାହାର କରି କଲ୍ଦୀୟମାନଙ୍କ ନିକଟକୁ ଆଣିବେ; ଆଉ, ଆପଣ ସେମାନଙ୍କ ହସ୍ତରୁ ରକ୍ଷା ପାଇବେ ନାହିଁ, ମାତ୍ର ବାବିଲ ରାଜାର ହସ୍ତରେ ଧରାଯିବେ ଓ ଆପଣ ଏହି ନଗରକୁ ଅଗ୍ନିରେ ଦଗ୍ଧ କରାଇବେ।”
“Mondeu duto kod nyithindu nokelne jo-Babulon. Un uwegi ok unutony e lwetgi to enomaku gi ruodh Babulon; kendo dala maduongʼni nowangʼ mapodhi.”
24 ଏଥିରେ ସିଦିକୀୟ ଯିରିମୀୟଙ୍କୁ କହିଲା, “ଏସବୁ କଥା କେହି ନ ଜାଣୁ, ତହିଁରେ ତୁମ୍ଭେ ମରିବ ନାହିଁ।
Eka Zedekia nowachone Jeremia niya, “Kik iwe ngʼato ongʼe twak-wani, ka ok kamano to inyalo tho.
25 ମାତ୍ର ମୁଁ ତୁମ୍ଭ ସଙ୍ଗେ କଥାବାର୍ତ୍ତା କରିଅଛି ବୋଲି ଯଦି ଅଧିପତିମାନେ ଶୁଣନ୍ତି ଓ ତୁମ୍ଭ ନିକଟକୁ ଆସି କହନ୍ତି, ‘ତୁମ୍ଭେ ରାଜାଙ୍କୁ କି କି କଥା କହିଅଛ, ତାହା ଆମ୍ଭମାନଙ୍କୁ ଜଣାଅ; ସେ କଥା, ମଧ୍ୟ ରାଜା ତୁମ୍ଭକୁ ଯାହା କହିଅଛନ୍ତି, ତାହା, ଆମ୍ଭମାନଙ୍କଠାରୁ ଗୋପନ ନ କର, ତହିଁରେ ଆମ୍ଭେମାନେ ତୁମ୍ଭକୁ ବଧ କରିବୁ ନାହିଁ।’
Ka jotelo owinjo nine awuoyo kodi, kendo gibiro iri ma giwacho, ‘Nyiswa gima ne iwachone ruoth kendo gima ruoth nowachoni; kik ipandwa ka ok kamano to wabiro negi,’
26 ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ମୋତେ ଯୋନାଥନ ଗୃହରେ ମରିବା ପାଇଁ ରାଜା ଯେପରି ଫେରି ନ ପଠାନ୍ତି, ଏଥିପାଇଁ ମୁଁ ତାଙ୍କ ଛାମୁରେ ନିବେଦନ କଲି।’”
to nyisgi ni, ‘Ne asayo ruoth mondo kik oora adog e od Jonathan mondo atho kanyo.’”
27 ଏଥିଉତ୍ତାରେ ଅଧିପତି ସମସ୍ତେ ଯିରିମୀୟଙ୍କ ନିକଟକୁ ଆସି ତାଙ୍କୁ ପଚାରିଲେ; ତହିଁରେ ସେ ରାଜାଙ୍କ ଆଜ୍ଞାନୁସାରେ ଏହିସବୁ କଥା ସେମାନଙ୍କୁ ଜଣାଇଲେ। ତହୁଁ ସେମାନେ ତାଙ୍କ ସଙ୍ଗେ କଥା କହିବାର ତ୍ୟାଗ କଲେ; କାରଣ କଥା ପ୍ରକାଶ ପାଇଲା ନାହିଁ।
Jotelo duto nobiro ir Jeremia mi gipenje, kendo nonyisogi gik moko duto mane ruoth ochike mondo awachi. Omiyo onge gima negichako ginyise, nimar onge ngʼama nowinjo twakgi gi ruoth.
28 ତହିଁରେ ଯିରୂଶାଲମର ପରାଜୟ ଦିନ ପର୍ଯ୍ୟନ୍ତ ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।
Kendo Jeremia nodongʼ e laru mar jarito nyaka odiechiengʼ ma Jerusalem nokaw. Ma e kaka Jerusalem ne okaw: