< ଯିରିମୀୟ 17 >
1 “ଯିହୁଦାର ପାପ ଲୌହ ଲେଖନୀରେ ଓ ହୀରକର କଣ୍ଟକ ଦ୍ୱାରା ଲିଖିତ ଅଛି; ତାହା ସେମାନଙ୍କର ହୃଦୟ ଫଳକରେ ଓ ତୁମ୍ଭମାନଙ୍କ ଯଜ୍ଞବେଦିର ଶୃଙ୍ଗରେ ଖୋଦିତ ହୋଇଅଛି।
Грех је Јудин записан гвозденом писаљком и врхом од дијаманта, урезан је на плочи срца њиховог и на роговима олтара ваших,
2 ପୁଣି, ସେମାନଙ୍କର ସନ୍ତାନଗଣ ଉଚ୍ଚ ଗିରିସ୍ଥିତ ହରିତ୍ପୂର୍ଣ୍ଣ ବୃକ୍ଷ ନିକଟରେ ସେମାନଙ୍କର ଯଜ୍ଞବେଦି ଓ ଆଶେରା ମୂର୍ତ୍ତିସକଳ ସ୍ମରଣ କରନ୍ତି।
Да се синови њихови сећају олтара њихових и лугова њихових под зеленим дрветима, на високим хумовима.
3 ହେ ଆମ୍ଭର କ୍ଷେତ୍ରସ୍ଥ ପର୍ବତ, ତୁମ୍ଭର ସମୁଦାୟ ଅଞ୍ଚଳରେ କୃତ ପାପ ସକାଶେ ଆମ୍ଭେ ତୁମ୍ଭର ସମ୍ପତ୍ତି ଓ ସବୁ ଧନଭଣ୍ଡାର ଓ ଉଚ୍ଚସ୍ଥଳୀସକଳ ଲୁଟିତ ହେବା ପାଇଁ ଦେବା।
Горо с пољем, даћу имање твоје, све благо твоје даћу да се разграби, висине твоје, за грех по свим међама твојим.
4 ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ଅଧିକାର ଦେଲୁ, ତୁମ୍ଭେ ଆପେ ତହିଁରୁ କ୍ଷାନ୍ତ ହେବ। ଆଉ, ଆମ୍ଭେ ତୁମ୍ଭ ଅଜ୍ଞାତ ଦେଶରେ ତୁମ୍ଭକୁ ତୁମ୍ଭ ଶତ୍ରୁଗଣର ସେବା କରାଇବା; କାରଣ ତୁମ୍ଭେମାନେ ଆମ୍ଭ କ୍ରୋଧରୂପ ଅଗ୍ନି ପ୍ରଜ୍ୱଳିତ କରିଅଛ, ତାହା ସଦାକାଳ ଜ୍ୱଳିବ।”
И ти ћеш и који су с тобом оставити наследство своје, које сам ти дао, и учинићу да служиш непријатељима својим у земљи које не познајеш; јер сте распалили огањ гнева мог, који ће горети до века.
5 ସଦାପ୍ରଭୁ ଏହି କଥା କହନ୍ତି; “ଯେଉଁ ମନୁଷ୍ୟ, ମନୁଷ୍ୟ ଉପରେ ନିର୍ଭର କରେ ଓ ମାଂସକୁ ଆପଣାର ବାହୁ କରେ, ଆଉ ଯାହାର ହୃଦୟ ସଦାପ୍ରଭୁଙ୍କ ନିକଟରୁ ଦୂରକୁ ଯାଏ, ସେ ଶାପଗ୍ରସ୍ତ।
Овако вели Господ: Да је проклет човек који се узда у човека и који ставља тело себи за мишицу, а од Господа одступа срце његово.
6 ସେ ମରୁଭୂମିସ୍ଥିତ ଝାଉଁ ବୃକ୍ଷ ତୁଲ୍ୟ ହେବ, ମଙ୍ଗଳ ଉପସ୍ଥିତ ହେବା ବେଳେ ସେ ଦେଖିବ ନାହିଁ; ମାତ୍ର ପ୍ରାନ୍ତରର ଶୁଷ୍କ ସ୍ଥାନରେ, ନିବାସୀବିହୀନ ଲବଣ ଭୂମିରେ ବାସ କରିବ।
Јер ће бити као врес у пустињи, који не осећа кад дође добро, него стоји у пустињи, на сувим местима у земљи сланој и у којој се не живи.
7 ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଉପରେ ନିର୍ଭର କରେ, ପୁଣି ସଦାପ୍ରଭୁ ଯାହାର ବିଶ୍ୱାସଭୂମି ଅଟନ୍ତି, ସେ ଧନ୍ୟ।
Благо човеку који се узда у Господа и коме је Господ узданица.
8 କାରଣ ସେ ଜଳ ନିକଟରେ ରୋପିତ ଓ ନଦୀ କୂଳରେ ବିସ୍ତୃତମୂଳ ବୃକ୍ଷ ତୁଲ୍ୟ ହେବ ଓ ଗ୍ରୀଷ୍ମ ଉପସ୍ଥିତ ହେବା ବେଳେ ସେ ଭୟ କରିବ ନାହିଁ, ମାତ୍ର ତାହାର ପତ୍ର ସତେଜ ହେବ; ଆଉ, ଅନାବୃଷ୍ଟିର ବର୍ଷରେ ସେ ଚିନ୍ତିତ ହେବ ନାହିଁ, କିଅବା ତାହାର ଫଳ ଫଳିବାର ନିବୃତ୍ତ ହେବ ନାହିଁ।”
Јер ће бити као дрво усађено крај воде и које низ поток пушта жиле своје, које не осећа кад дође припека, него му се лист зелени, и сушне године не брине се и не престаје рађати род.
9 ଅନ୍ତଃକରଣ ସବୁଠାରୁ କପଟମୟ ଓ ଅପ୍ରତୀକାର୍ଯ୍ୟ ରୂପେ ପୀଡ଼ିତ; କିଏ ତାହା ଜାଣିପାରେ?
Срце је преварно више свега и опако: ко ће га познати?
10 “ଆମ୍ଭେ ସଦାପ୍ରଭୁ, ପ୍ରତ୍ୟେକ ମନୁଷ୍ୟକୁ ତାହାର ଆଚରଣ ଅନୁସାରେ ତାହାର କର୍ମର ଫଳ ଦେବା ପାଇଁ, ଅନ୍ତଃକରଣ ଅନୁସନ୍ଧାନ କରୁ, ଆମ୍ଭେ ମର୍ମ ପରୀକ୍ଷା କରୁ।”
Ја Господ испитујем срца и искушавам бубреге, да бих дао свакоме према путевима његовим и по плоду дела његових.
11 ଯେଉଁ ତିତ୍ତିର ପକ୍ଷୀ ଆପଣାର ଅପ୍ରସୂତ ଛୁଆମାନଙ୍କୁ ସଂଗ୍ରହ କରେ, ଅନ୍ୟାୟରେ ଧନ ସଞ୍ଚୟକାରୀ ଲୋକ ତାହାରି ତୁଲ୍ୟ; ତାହାର ପରମାୟୁ ମଧ୍ୟରେ ସେ ଧନ ତାହାକୁ ଛାଡ଼ିଯିବ ଓ ଆପଣାର ଅନ୍ତିମ କାଳରେ ସେ ମୂଢ଼ ହେବ।
Као што јаребица лежи на јајима али не излеже, тако ко сабира богатство али с неправдом, у половини дана својих оставиће га и најпосле ће бити луд.
12 ଆଦିକାଳରୁ ଊର୍ଦ୍ଧ୍ୱରେ ସ୍ଥାପିତ ଗୌରବମୟ ସିଂହାସନ, ଆମ୍ଭମାନଙ୍କର ଧର୍ମଧାମ ଅଟେ।
Место је светиње наше престо славе, високо место од почетка.
13 ହେ ଇସ୍ରାଏଲର ପ୍ରତ୍ୟାଶାଭୂମି ସଦାପ୍ରଭୁ, ଯେଉଁମାନେ ତୁମ୍ଭଙ୍କୁ ପରିତ୍ୟାଗ କରନ୍ତି, ସେସମସ୍ତେ ଲଜ୍ଜିତ ହେବେ; ଯେଉଁମାନେ ମୋʼ ନିକଟରୁ ପ୍ରସ୍ଥାନ କରନ୍ତି, ସେମାନଙ୍କର ନାମ ଧୂଳିରେ ଲିଖିତ ହେବ, କାରଣ ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛନ୍ତି।
Надо Израиљева, Господе! Сви који Те остављају нека се посраме; који одступају од мене, нека се запишу на земљи, јер оставише извор воде живе, Господа.
14 ହେ ସଦାପ୍ରଭୁ, ମୋତେ ସୁସ୍ଥ କର, ତହିଁରେ ମୁଁ ସୁସ୍ଥ ହେବି, ମୋତେ ପରିତ୍ରାଣ କର, ତହିଁରେ ମୁଁ ପରିତ୍ରାଣ ପାଇବି; କାରଣ ତୁମ୍ଭେ ମୋର ପ୍ରଶଂସାଭୂମି।
Исцели ме, Господе, и бићу исцељен; избави ме, и бићу избављен, јер си Ти хвала моја.
15 ଦେଖ, ସେମାନେ ମୋତେ କୁହନ୍ତି, “ସଦାପ୍ରଭୁଙ୍କର ବାକ୍ୟ କାହିଁ। ତାହା ଏବେ ଉପସ୍ଥିତ ହେଉ।”
Гле, они ми говоре: Где је реч Господња? Нека дође.
16 ମୁଁ ତ ତୁମ୍ଭ ପଛେ ପଛେ ମେଷପାଳକର କାର୍ଯ୍ୟ କରିବାରୁ ବିମୁଖ ହେବା ପାଇଁ ବେଗଗାମୀ ହୋଇ ନାହିଁ; କିଅବା ସେହି ଅମଙ୍ଗଳର ଦିନ ଚାହିଁ ନାହିଁ; ତୁମ୍ଭେ ଜାଣୁଅଛ; ମୋʼ ଓଷ୍ଠରୁ ଯାହା ନିର୍ଗତ ହେଲା, ତାହା ତୁମ୍ଭ ସମ୍ମୁଖରେ ଥିଲା।
А ја се не затезах ићи за Тобом као пастир, и дан жалосни не желех, Ти знаш; шта је год изашло из уста мојих, пред Тобом је.
17 ମୋʼ ପ୍ରତି ତ୍ରାସଜନକ ହୁଅ ନାହିଁ; ବିପଦ ଦିନରେ ତୁମ୍ଭେ ମୋର ଆଶ୍ରୟ ଅଟ।
Не буди ми страх, Ти си уточиште моје у злу.
18 ଯେଉଁମାନେ ମୋତେ ତାଡ଼ନା କରନ୍ତି, ସେମାନେ ଲଜ୍ଜିତ ହେଉନ୍ତୁ, ମାତ୍ର ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; ସେମାନେ ନିରାଶ ହେଉନ୍ତୁ, ମାତ୍ର ମୋତେ ନିରାଶ ହେବାକୁ ଦିଅ ନାହିଁ; ସେମାନଙ୍କ ଉପରେ ଅମଙ୍ଗଳର ଦିନ ଆଣ ଓ ଦ୍ୱିଗୁଣ ବିନାଶରେ ସେମାନଙ୍କୁ ବିନାଶ କର।
Нека се посраме који ме гоне, а ја не; нека се они уплаше, а ја не; пусти на њих зли дан, и двоструким поломом поломи их.
19 ସଦାପ୍ରଭୁ ମୋତେ ଏହି କଥା କହିଲେ, “ଯିହୁଦାର ରାଜାଗଣ ଯେଉଁ ଦ୍ୱାର ଦେଇ ଭିତରେ ଯାଆନ୍ତି ଓ ବାହାରେ ଆସନ୍ତି, ଲୋକମାନଙ୍କ ସନ୍ତାନଗଣର ସେହି ଦ୍ୱାରରେ ଓ ଯିରୂଶାଲମର ସକଳ ଦ୍ୱାରରେ ଯାଇ ଠିଆ ହୁଅ;
Овако ми рече Господ: Иди, и стани на врата синова народних, на која улазе цареви Јудини и на која излазе, и на свака врата јерусалимска.
20 ଆଉ, ସେମାନଙ୍କୁ କୁହ, ‘ହେ ଯିହୁଦାର ରାଜାଗଣ, ହେ ସମୁଦାୟ ଯିହୁଦା ଓ ହେ ଯିରୂଶାଲମର ନିବାସୀ ସମସ୍ତେ, ତୁମ୍ଭେମାନେ ଯେତେ ଲୋକ ଏହିସବୁ ଦ୍ୱାର ଦେଇ ପ୍ରବେଶ କରିଥାଅ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
И реци им: Чујте реч Господњу, цареви Јудини и сви Јудејци и сви Јерусалимљани, који улазите на ова врата.
21 ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୁଅ ଓ ବିଶ୍ରାମ ଦିନରେ କୌଣସି ଭାର ବହ ନାହିଁ, କିଅବା ଯିରୂଶାଲମର ଦ୍ୱାର ଦେଇ ତାହା ଭିତରକୁ ଆଣ ନାହିଁ;
Овако вели Господ: Чувајте се да не носите бреме у суботу и не уносите на врата јерусалимска.
22 ଅଥବା ବିଶ୍ରାମ ଦିନରେ ଆପଣା ଆପଣା ଗୃହରୁ କୌଣସି ବୋଝ ବାହାର କରି ନିଅ ନାହିଁ, କିଅବା ତୁମ୍ଭେମାନେ କୌଣସି କାର୍ଯ୍ୟ କର ନାହିଁ; ମାତ୍ର ତୁମ୍ଭେମାନେ ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ କର, ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ଏହିରୂପେ ଆଜ୍ଞା କରିଥିଲୁ।
И не износите бремена из кућа својих у суботу, и никакав посао не радите, него светите суботу, као што сам заповедио оцима вашим.
23 ମାତ୍ର ସେମାନେ ମନୋଯୋଗ କଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ବରଞ୍ଚ ନ ଶୁଣିବା ପାଇଁ ଓ ଶିକ୍ଷା ଗ୍ରହଣ ନ କରିବା ପାଇଁ ଆପଣା ଆପଣା ଗ୍ରୀବା ଶକ୍ତ କଲେ।
Али не послушаше нити пригнуше уха свог, него отврднуше вратом својим да не послушају и не приме науке.
24 ପୁଣି, ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଯେବେ ଯତ୍ନପୂର୍ବକ ଆମ୍ଭ କଥାରେ ମନୋଯୋଗ କରି ବିଶ୍ରାମବାରରେ ଏହି ନଗର-ଦ୍ୱାର ଦେଇ କୌଣସି ବୋଝ ଭିତରକୁ ନ ଆଣ ଓ ସେହି ଦିନ କୌଣସି କାର୍ଯ୍ୟ ନ କରି ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ କର;
Ако ме послушате, говори Господ, да не носите бремена на врата овог града у суботу, него светите суботу не радећи у њу никакав посао,
25 ତେବେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ରାଜାଗଣ ଓ ଅଧିପତିଗଣ ରଥରେ ଓ ଅଶ୍ୱରେ ଚଢ଼ି, ସେମାନେ ଓ ସେମାନଙ୍କର ଅଧିପତିମାନେ, ଯିହୁଦାର ଲୋକମାନେ ଓ ଯିରୂଶାଲମର ନିବାସୀମାନେ ଏହି ନଗର-ଦ୍ୱାର ଦେଇ ପ୍ରବେଶ କରିବେ ଓ ଏହି ନଗର ସଦାକାଳ ରହିବ।
Тада ће улазити на врата града овог цареви и кнезови, који седе на престолу Давидовом, на колима и на коњима, они и кнезови њихови, Јудејци и Јерусалимљани, и стајаће овај град до века.
26 ପୁଣି, ଲୋକମାନେ ଯିହୁଦାର ନଗରସମୂହରୁ, ଯିରୂଶାଲମର ଚତୁର୍ଦ୍ଦିଗସ୍ଥିତ ଅଞ୍ଚଳରୁ, ବିନ୍ୟାମୀନ୍ ଦେଶରୁ ଓ ନିମ୍ନ ଭୂମିରୁ ଓ ପାର୍ବତୀୟ ଦେଶରୁ ଓ ଦକ୍ଷିଣ ଦେଶରୁ ହୋମବଳି, ନୈବେଦ୍ୟ ଓ କୁନ୍ଦୁରୁ ନେଇ, ଆଉ ପ୍ରଶଂସାର୍ଥକ ବଳି ଘେନି ସଦାପ୍ରଭୁଙ୍କ ଗୃହକୁ ଆସିବେ।
И долазиће из градова Јудиних и из околине јерусалимске, и из земље Венијаминове, и из равнице и из гора и с југа, и доносиће жртве паљенице и приносе с даром и кадом, и жртве захвалне доносиће у дом Господњи.
27 ମାତ୍ର ଯଦି ତୁମ୍ଭେମାନେ ଆମ୍ଭ ବାକ୍ୟରେ ଅବଧାନ ନ କରି ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ ନ କର ଓ ବିଶ୍ରାମ ଦିନରେ ବୋଝ ବହି ଯିରୂଶାଲମର ଦ୍ୱାରରେ ପ୍ରବେଶ କର, ତେବେ ଆମ୍ଭେ ତହିଁର ଦ୍ୱାରସମୂହରେ ଅଗ୍ନି ଜ୍ୱଳାଇବା, ପୁଣି ତାହା ଯିରୂଶାଲମର ଅଟ୍ଟାଳିକାସବୁ ଗ୍ରାସ କରିବ ଓ ତାହା ନିର୍ବାଣ ହେବ ନାହିଁ।’”
Ако ли ме не послушате да светите суботу и не носите бремена улазећи на врата јерусалимска у суботу, онда ћу распалити огањ на вратима његовим, који ће упалити дворове јерусалимске и неће се угасити.