< ଯିଶାଇୟ 59 >
1 ଦେଖ, ସଦାପ୍ରଭୁଙ୍କର ହସ୍ତ ଛୋଟ ହୋଇଯାଇ ନାହିଁ ଯେ, ତାହା ପରିତ୍ରାଣ କରି ନ ପାରେ, କିଅବା ତାହାଙ୍କର କର୍ଣ୍ଣ ଭାରୀ ହୋଇ ନାହିଁ, ଯେ ତାହା ଶୁଣି ନ ପାରେ।
Lódodo ọwọ́ Olúwa kò kúrú láti gbàlà, tàbí kí etí rẹ̀ wúwo láti gbọ́.
2 ମାତ୍ର ତୁମ୍ଭମାନଙ୍କର ଅପରାଧସବୁ, ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଚାଇଅଛି, ଏଥିପାଇଁ ସେ ଶୁଣିବେ ନାହିଁ।
Ṣùgbọ́n ẹ̀ṣẹ̀ yín ló ti yà yín kúrò lọ́dọ̀ Ọlọ́run yín; ẹ̀ṣẹ̀ yín ti fi ojú u rẹ̀ pamọ́ fún un yín tó bẹ́ẹ̀ tí òun kò fi le gbọ́.
3 କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତରେ ଓ ତୁମ୍ଭେମାନେ ମିଥ୍ୟା କହିଅଛ, ଓ ତୁମ୍ଭମାନଙ୍କର ଜିହ୍ୱା ଦୁଷ୍ଟତା ବକେ;
Nítorí ọwọ́ yín di aláìmọ́ fún ẹ̀jẹ̀, àti ìka ọwọ́ yín fún ẹ̀bi. Ètè yín ń pa irọ́ púpọ̀, ahọ́n yín sì ń sọ̀rọ̀ nǹkan ibi.
4 କେହି ନ୍ୟାୟରେ ଗୁହାରି ଶୁଣେ ନାହିଁ ଓ କେହି ସତ୍ୟରେ ପ୍ରତିବାଦ କରେ ନାହିଁ; ସେମାନେ ଅସାରତାରେ ନିର୍ଭର କରନ୍ତି ଓ ମିଥ୍ୟା କଥା କହନ୍ତି; ସେମାନେ ଅନିଷ୍ଟକୁ ଗର୍ଭରେ ଧାରଣ କରନ୍ତି ଓ ଅପରାଧ ପ୍ରସବ କରନ୍ତି।
Kò sí ẹni tí ó béèrè fún ìdájọ́ òdodo; kò sí ẹni tí ó ro ẹjọ́ rẹ̀ pẹ̀lú òtítọ́. Wọ́n gbẹ́kẹ̀lé àwíjàre asán àti ọ̀rọ̀ irọ́; wọ́n lóyún ìkà, wọn sì bí wàhálà.
5 ସେମାନେ କାଳସର୍ପର ଡିମ୍ବ ଫୁଟାନ୍ତି ଓ ମାକଡ଼ସାର ଜାଲ ବୁଣନ୍ତି; ଯେ ସେମାନଙ୍କର ଡିମ୍ବ ଖାଏ, ସେ ମରେ, ଆଉ ତାହା ଦଳିତ ହେଲେ ତହିଁରୁ କାଳସର୍ପ ବାହାର ହୁଏ।
Wọn ń pa ẹ̀yin paramọ́lẹ̀ wọn sì ń ta owú aláǹtakùn. Ẹnikẹ́ni tí ó bá jẹ ẹyin wọn yóò kú, àti nígbà tí a pa ọ̀kan, paramọ́lẹ̀ ni ó jáde.
6 ସେମାନଙ୍କର ଜାଲ ବସ୍ତ୍ର ହେବ ନାହିଁ, କିଅବା ସେମାନେ ଆପଣା କର୍ମରେ ଆପଣାମାନଙ୍କୁ ଆଚ୍ଛାଦନ କରିବେ ନାହିଁ; ସେମାନଙ୍କର କର୍ମସବୁ ଅଧର୍ମର କର୍ମ ଓ ସେମାନଙ୍କ ହସ୍ତରେ ଦୌରାତ୍ମ୍ୟର କାର୍ଯ୍ୟ ଥାଏ।
Òwú wọn kò wúlò fún aṣọ rírán; wọn kò lè fi aṣọ tí wọ́n hun bo ara wọn. Iṣẹ́ wọn jẹ́ ti ibi, ìwà jàǹdùkú sì kún ọwọ́ wọn.
7 ସେମାନଙ୍କର ଚରଣ ଦୁଷ୍କର୍ମର ଆଡ଼େ ଦୌଡ଼େ ଓ ସେମାନେ ନିର୍ଦ୍ଦୋଷର ରକ୍ତପାତ କରିବାକୁ ବେଗଗାମୀ ହୁଅନ୍ତି; ସେମାନଙ୍କର ଚିନ୍ତାସବୁ ଅଧର୍ମର ଚିନ୍ତା; ସେମାନଙ୍କ ପଥରେ ଉଚ୍ଛିନ୍ନତା ଓ ବିନାଶ ଥାଏ।
Ẹsẹ̀ wọn yára bọ́ sínú ẹ̀ṣẹ̀; wọ́n yára láti ta ẹ̀jẹ̀ aláìṣẹ̀ sílẹ̀. Èrò wọn sì jẹ́ èrò ibi; ìparun àti ìdahoro ni ó wà ní ṣíṣe àmì ọ̀nà wọn.
8 ଶାନ୍ତିର ବାଟ ସେମାନେ ଜାଣନ୍ତି ନାହିଁ ଓ ସେମାନଙ୍କ ମାର୍ଗରେ କୌଣସି ବିଚାର ନାହିଁ; ସେମାନେ ଆପଣାମାନଙ୍କ ପାଇଁ ବକ୍ର ପଥ କରିଅଛନ୍ତି; ଯେକେହି ତହିଁରେ ଗମନ କରେ, ସେ ଶାନ୍ତି ଜାଣେ ନାହିଁ।
Ọ̀nà àlàáfíà èyí ni wọn kò mọ̀; kò sí òdodo ní ojú ọ̀nà wọn wọ́n ti sọ wọ́n dì ọ̀nà kọ́rọkọ̀rọ, kò sí ẹni tí ó tọ ọ̀nà yìí tí yóò rí àlàáfíà.
9 ଏନିମନ୍ତେ ବିଚାର ଆମ୍ଭମାନଙ୍କଠାରୁ ଦୂରରେ ଥାଏ, ଧାର୍ମିକତା ଆମ୍ଭମାନଙ୍କ ସଙ୍ଗ ଧରେ ନାହିଁ; ଆମ୍ଭେମାନେ ଦୀପ୍ତି ପାଇଁ ଅପେକ୍ଷା କରୁ, ମାତ୍ର ଦେଖ, ଅନ୍ଧକାର; ଆଲୁଅର ଅପେକ୍ଷା କରୁ, ମାତ୍ର ଆମ୍ଭେମାନେ ଅନ୍ଧାରରେ ଭ୍ରମଣ କରୁ।
Nítorí èyí ni ẹ̀tọ́ fi jìnnà sí wa, àti tí òdodo kò fi tẹ̀ wá lọ́wọ́. A ń wá ìmọ́lẹ̀, ṣùgbọ́n gbogbo rẹ̀ jẹ́ òkùnkùn; ìmọ́lẹ̀, ṣùgbọ́n à ń rìn nínú òjìji.
10 ଆମ୍ଭେମାନେ ଅନ୍ଧ ଲୋକ ପରି କାନ୍ଥ ପାଇଁ ଦରାଣ୍ଡି ହେଉ, ହଁ, ଚକ୍ଷୁହୀନ ଲୋକମାନଙ୍କ ପରି ଆମ୍ଭେମାନେ ଦରାଣ୍ଡି ହେଉ; ଆମ୍ଭେମାନେ ସନ୍ଧ୍ୟାବେଳ ପରି ମଧ୍ୟାହ୍ନ କାଳରେ ଝୁଣ୍ଟି ପଡ଼ୁ; ଆମ୍ଭେମାନେ ହୃଷ୍ଟପୁଷ୍ଟ ଲୋକଙ୍କ ମଧ୍ୟରେ ମୃତ ଲୋକଙ୍କ ପରି ଅଛୁ।
Gẹ́gẹ́ bí afọ́jú à ń táràrà lọ lẹ́gbẹ̀ẹ́ ògiri tí a ń wá ọ̀nà wa gẹ́gẹ́ bí ènìyàn tí kò ní ojú. Ní ọ̀sán gangan ni à ń kọsẹ̀ bí ẹni pé alẹ́ ni; láàrín alágbára àwa dàbí òkú.
11 ଆମ୍ଭେ ସମସ୍ତେ ଭଲ୍ଲୁକର ନ୍ୟାୟ ଗର୍ଜ୍ଜନ କରୁ ଓ ଘୁଘୁ ପରି ଅତିଶୟ ବିଳାପ କରୁ; ଆମ୍ଭେମାନେ ବିଚାରର ଅପେକ୍ଷା କରୁ, ମାତ୍ର ତାହା ନାହିଁ; ପରିତ୍ରାଣର ଅପେକ୍ଷା କରୁ, ମାତ୍ର ତାହା ଆମ୍ଭମାନଙ୍କଠାରୁ ଦୂରରେ ଅଛି।
Gbogbo wa là ń ké bí i beari; àwa pohùnréré ẹkún bí àdàbà. A ń wá ìdájọ́ òdodo ṣùgbọ́n kò sí; à ń wọ́nà fún ìtúsílẹ̀, ṣùgbọ́n ó jìnnà réré.
12 କାରଣ ତୁମ୍ଭ ସାକ୍ଷାତରେ ଆମ୍ଭମାନଙ୍କର ଅଧର୍ମ ବୃଦ୍ଧି ପାଇଅଛି ଓ ଆମ୍ଭମାନଙ୍କର ପାପ ଆମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି; ଯେହେତୁ ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ଓ ଆମ୍ଭମାନଙ୍କର ଅପରାଧସବୁ ଆମ୍ଭେମାନେ ତ ଜାଣୁ;
Nítorí àwọn àṣìṣe wa pọ̀ níwájú rẹ, àwọn ẹ̀ṣẹ̀ wa sì ń jẹ́rìí takò wá. Àwọn àìṣedéédéé wa sì wà pẹ̀lú wa, àwa pẹ̀lú sì mọ àìṣedéédéé wa,
13 ତାହା ଅପରାଧ ଓ ସଦାପ୍ରଭୁଙ୍କୁ ଅସ୍ୱୀକାର କରିବା ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚାଦ୍ଗମନରୁ ବିମୁଖ ହେବା, ଉପଦ୍ରବ ଓ ରାଜଦ୍ରୋହର କଥା କହିବା, ମିଥ୍ୟା କଥା ଧାରଣ କରି ଅନ୍ତଃକରଣରୁ ବାହାର କରିବାର ଅଟେ।
ọ̀tẹ̀ àti àrékérekè wa sí Olúwa, kíkọ ẹ̀yìn wa sí Ọlọ́run, dídá yánpọnyánrin àti ìnilára sílẹ̀, pípààrọ̀ tí ọkàn wa ti gbèrò síta.
14 ଏଥିପାଇଁ ବିଚାର ପଛକୁ ହଟି ଯାଇଅଛି ଓ ଧର୍ମ ଦୂରରେ ଠିଆ ହେଉଅଛି; ଛକସ୍ଥାନରେ ସତ୍ୟତାର ପତନ ହୋଇଅଛି ଓ ସରଳତା ପ୍ରବେଶ କରି ପାରୁ ନାହିଁ।
Nítorí èyí ni a ṣe lé ìdájọ́ òdodo sẹ́yìn, àti ti òdodo dúró lókèèrè; òtítọ́ ti ṣubú ní òpópó ọ̀nà, òdodo kò sì le è wọlé.
15 ହଁ, ସତ୍ୟତାର ଅଭାବ ହୋଇଅଛି ଓ ଯେ ଦୁଷ୍କର୍ମ ତ୍ୟାଗ କରେ, ସେ ଆପଣାକୁ ଲୁଟିତ ସ୍ୱରୂପ କରେ; ପୁଣି, ସଦାପ୍ରଭୁ ଏହା ଦେଖିଲେ: ଆଉ, ନ୍ୟାୟବିଚାର ନ ଥିବାରୁ ଅସନ୍ତୁଷ୍ଟ ହେଲେ।
A kò rí òtítọ́ mọ́, àti ẹni tí ó bá sá fun ibi tì di ìjẹ. Olúwa wò ó ọkàn rẹ̀ sì bàjẹ́ pé kò sí ìdájọ́ òdodo.
16 ଆହୁରି, ସେ ଦେଖିଲେ ଯେ, କୌଣସି ପୁରୁଷ ବର୍ତ୍ତମାନ ନାହିଁ, ପୁଣି ମଧ୍ୟସ୍ଥ କେହି ନାହିଁ ବୋଲି ଚମତ୍କୃତ ହେଲେ; ଏହେତୁ ତାହାଙ୍କର ନିଜ ବାହୁ ତାହାଙ୍କ ନିମନ୍ତେ ପରିତ୍ରାଣ ସାଧନ କଲା ଓ ତାହାଙ୍କର ଧାର୍ମିକତା ହିଁ ତାହାଙ୍କୁ ଧରି ରଖିଲା।
Òun rí i pé kò sí ẹnìkan, àyà fò ó pé kò sí ẹnìkan láti ṣèrànwọ́; nítorí apá òun tìkára rẹ̀ ló ṣiṣẹ́ ìgbàlà fún ara rẹ̀, àti òdodo òun tìkára rẹ̀ ló gbé e ró.
17 ପୁଣି, ସେ ବୁକୁପଟା ରୂପେ ଧାର୍ମିକତା ଓ ପରିତ୍ରାଣର ଟୋପର ଆପଣାର ମସ୍ତକରେ ପିନ୍ଧିଲେ; ଆଉ, ସେ ପ୍ରତିଶୋଧରୂପ ବସ୍ତ୍ର ପରିଧାନ କଲେ ଓ ଉତ୍ତରୀୟ ବସ୍ତ୍ରରୂପେ ଉଦ୍ଯୋଗରୂପ ବସ୍ତ୍ର ପିନ୍ଧିଲେ।
Ó gbé òdodo wọ̀ gẹ́gẹ́ bí ìgbàyà rẹ̀, àti àṣíborí ìgbàlà ní orí rẹ̀; ó gbé ẹ̀wù ẹ̀san wọ̀ ó sì yí ara rẹ̀ ní ìtara bí ẹ̀wù.
18 ସେମାନଙ୍କର କର୍ମ ପ୍ରମାଣେ ସେ ଆପଣା ବିପକ୍ଷମାନଙ୍କୁ ପ୍ରଚଣ୍ଡ କୋପରୂପ ପ୍ରତିଦାନ ଓ ଆପଣା ଶତ୍ରୁମାନଙ୍କୁ ପ୍ରତିଫଳ ଦେବେ; ଦ୍ୱୀପସମୂହକୁ ପ୍ରତିଫଳ ଦାନ କରିବେ।
Gẹ́gẹ́ bí ohun tí wọ́n ti ṣe, bẹ́ẹ̀ ni yóò san án ìbínú fún àwọn ọ̀tá rẹ̀ àti ẹ̀san fún àwọn ọ̀tá rẹ̀; òun yóò san án fún àwọn erékùṣù ẹ̀tọ́ wọn.
19 ତହିଁରେ ଲୋକମାନେ ପଶ୍ଚିମ ଦିଗରୁ ସଦାପ୍ରଭୁଙ୍କ ନାମକୁ ଓ ସୂର୍ଯ୍ୟୋଦୟ ସ୍ଥାନରୁ ଲୋକମାନେ ତାହାଙ୍କର ପ୍ରତାପକୁ ଭୟ କରିବେ; କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଚାଳିତ ପ୍ରବଳ ସ୍ରୋତ ପରି ଶତ୍ରୁ ମାଡ଼ି ଆସିବ।
Láti ìwọ̀-oòrùn, àwọn ènìyàn yóò bẹ̀rù orúkọ Olúwa, àti láti ìlà-oòrùn, wọn yóò bọ̀wọ̀ fún ògo rẹ̀. Nítorí òun yóò wá gẹ́gẹ́ bí i rírú omi èyí tí èémí Olúwa ń tì lọ.
20 ପୁଣି, ସଦାପ୍ରଭୁ କହନ୍ତି, “ସିୟୋନକୁ ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ମୁକ୍ତିଦାତା ଆସିବେ।”
“Olùdáǹdè yóò wá sí Sioni, sí àwọn tí ó wà ní Jakọbu tí ó ronúpìwàdà ẹ̀ṣẹ̀ wọn,” ni Olúwa wí.
21 ନିଜ ବିଷୟରେ ସଦାପ୍ରଭୁ କହନ୍ତି, “ସେମାନଙ୍କ ସହିତ ଆମ୍ଭର ନିୟମ ଏହି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭର ଯେସକଳ ବାକ୍ୟ ଆମ୍ଭେ ତୁମ୍ଭ ମୁଖରେ ରଖିଅଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭ ବଂଶୋତ୍ପନ୍ନ ବଂଶର ମୁଖରୁ ଆଜିଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ,” ଏହା ସଦାପ୍ରଭୁ କହନ୍ତି।
“Àti fún èmi, májẹ̀mú mi pẹ̀lú wọn nìyìí,” ni Olúwa wí, “Ẹ̀mí mi, tí ó wà nínú yín, àti ọ̀rọ̀ mi tí mo ti fi sí ẹnu yín, kì yóò kúrò lẹ́nu yín, tàbí lẹ́nu àwọn ọmọ yín, tàbí láti ẹnu àwọn ìrandíran wọn láti àkókò yìí lọ àti títí láéláé,” ni Olúwa wí.