< ଗାଲାତୀୟ 4 >
1 କିନ୍ତୁ ମୁଁ କହୁଅଛି, ଯେତେ ଦିନ ପର୍ଯ୍ୟନ୍ତ ଉତ୍ତରାଧିକାରୀ ନାବାଳକ ଥାଏ, ସେତେ ଦିନ ପର୍ଯ୍ୟନ୍ତ ସେ ସମସ୍ତ ବିଷୟର କର୍ତ୍ତା ହେଲେ ହେଁ କୌଣସି ପ୍ରକାରେ ଦାସଠାରୁ ଭିନ୍ନ ନୁହେଁ,
Ǹjẹ́ ohun tí mo ń wí ni pé, níwọ̀n ìgbà tí àrólé náà bá wà ní èwe, kò yàtọ̀ nínú ohunkóhun sí ẹrú bí ó tilẹ̀ jẹ́ Olúwa ohun gbogbo.
2 କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ବେବର୍ତ୍ତାମାନଙ୍କ ଅଧୀନରେ ଥାଏ।
Ṣùgbọ́n ó wà lábẹ́ olùtọ́jú àti ìríjú títí àkókò tí baba ti yàn tẹ́lẹ̀.
3 ସେହିପରି ଆମ୍ଭେମାନେ ମଧ୍ୟ ଯେତେବେଳେ ଧର୍ମରେ ନାବାଳକ ଥିଲୁ, ସେତେବେଳେ ଜଗତର ମୌଳିକ ବିଷୟଗୁଡ଼ାକର ଦାସ ଥିଲୁ
Gẹ́gẹ́ bẹ́ẹ̀ sì ni àwa, nígbà tí àwa wà ní èwe, àwa wà nínú ìdè lábẹ́ ìpilẹ̀ṣẹ̀ ayé.
4 କିନ୍ତୁ କାଳ ସମ୍ପୂର୍ଣ୍ଣ ହୁଅନ୍ତେ, ଈଶ୍ବର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ; ସେ ସ୍ତ୍ରୀଜାତ ହୋଇ ମୋଶାଙ୍କ ବ୍ୟବସ୍ଥାର ଅଧୀନ ହେଲେ,
Ṣùgbọ́n nígbà tí àkókò kíkún náà dé, Ọlọ́run rán ọmọ rẹ̀ jáde wá, ẹni tí a bí nínú obìnrin tí a bí lábẹ́ òfin.
5 ଯେପରି ସେ ମୂଲ୍ୟ ଦେଇ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ ମୁକ୍ତ କରନ୍ତି, ପୁଣି, ଆମ୍ଭେମାନେ ପୁତ୍ରତ୍ୱର ଅଧିକାରପ୍ରାପ୍ତ ହେଉ।
Láti ra àwọn tí ń bẹ lábẹ́ òfin padà, kí àwa lè gba ìsọdọmọ.
6 ଆଉ ତୁମ୍ଭେମାନେ ପୁତ୍ର, ଏଥିସକାଶେ ଈଶ୍ବର ଆପଣା ନିକଟରୁ ନିଜ ପୁତ୍ରଙ୍କ ଆତ୍ମାଙ୍କୁ ଆମ୍ଭମାନଙ୍କ ହୃଦୟକୁ ପ୍ରେରଣ କଲେ; ସେହି ଆତ୍ମା ଆବ୍ବା, ପିତଃ ବୋଲି ଡାକନ୍ତି।
Àti nítorí tí ẹ̀yin jẹ́ ọmọ, Ọlọ́run sì ti rán Ẹ̀mí Ọmọ rẹ̀ wá sínú ọkàn yín, tí ń ké pé, “Ábbà, Baba.”
7 ଏଣୁ ତୁମ୍ଭେ ଆଉ ଦାସ ନୁହଁ, କିନ୍ତୁ ପୁତ୍ର, ପୁଣି, ଯଦି ପୁତ୍ର, ତେବେ ଈଶ୍ବରଙ୍କ କର୍ତ୍ତୃକ ଉତ୍ତରାଧିକାରୀ।
Nítorí náà ìwọ kì í ṣe ẹrú, bí kò ṣe ọmọ; àti bí ìwọ bá ń ṣe ọmọ, ǹjẹ́ ìwọ di àrólé Ọlọ́run nípasẹ̀ Kristi.
8 ମାତ୍ର ପୂର୍ବରେ ତୁମ୍ଭେମାନେ ଈଶ୍ବରଙ୍କୁ ନ ଜାଣି, ଯେଉଁମାନେ ପ୍ରକୃତରେ ଈଶ୍ବର ନୁହଁନ୍ତି, ସେମାନଙ୍କର ଦାସ ଥିଲ;
Tẹ́lẹ̀tẹ́lẹ̀, nígbà tí ẹ̀yin kò tí i mọ Ọlọ́run, ẹ̀yin ti ṣe ẹrú fún àwọn tí kì í ṣe Ọlọ́run nípa ìṣẹ̀dá.
9 କିନ୍ତୁ ଏବେ ଈଶ୍ବରଙ୍କ ପରିଚୟ ପାଇଅଛ; ବରଂ ଈଶ୍ବରଙ୍କ ଦ୍ୱାରା ପରିଚିତ ହୋଇଅଛ, ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ମୌଳିକ ବିଷୟଗୁଡ଼ିକ ପ୍ରତି ଫେରିଯାଇ ପୁନର୍ବାର ସେହି ସବୁର ଦାସ ହେବାକୁ ଇଚ୍ଛା କରୁଅଛ?
Ṣùgbọ́n nísinsin yìí, nígbà tí ẹ̀yin ti mọ Ọlọ́run tan tàbí kí a sá kúkú wí pé ẹ di mímọ́ fún Ọlọ́run, èéha ti rí tí ẹ tún fi yípadà sí aláìlera àti agbára ìpilẹ̀ṣẹ̀ ẹ̀dá, lábẹ́ èyí tí ẹ̀yin tún fẹ́ padà wá ṣe ẹrú?
10 ତୁମ୍ଭେମାନେ ବିଶେଷ ବିଶେଷ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିଥାଅ।
Ẹ̀yin ń kíyèsi ọjọ́ àti àkókò, àti ọdún.
11 ତୁମ୍ଭମାନଙ୍କ ନିମନ୍ତେ ମୁଁ ଯେଉଁ ପରିଶ୍ରମ କରିଅଛି, କାଳେ ତାହା ବ୍ୟର୍ଥ ହୁଏ, ତୁମ୍ଭମାନଙ୍କ ସମ୍ବନ୍ଧରେ ମୋହର ଏହି ଭୟ ହେଉଅଛି।
Ẹ̀rù yin ń bà mí, kí o má bà ṣe pé lásán ni mo ṣe làálàá lórí yín.
12 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ନିବେଦନ କରୁଅଛି, ତୁମ୍ଭେମାନେ ମୋʼ ପରି ହୁଅ, କାରଣ ମୁଁ ତୁମ୍ଭମାନଙ୍କ ପରି ହୋଇଅଛି। ତୁମ୍ଭେମାନେ ମୋʼ ପ୍ରତି କୌଣସି ଅନ୍ୟାୟ କରି ନାହଁ।
Ará, mo bẹ̀ yín, ẹ dàbí èmi: nítorí èmi dàbí ẹ̀yin: ẹ̀yin kò ṣe mí ní ibi kan.
13 କିନ୍ତୁ ତୁମ୍ଭେମାନେ ଜାଣ ଯେ, ଶାରୀରିକ ପୀଡ଼ା ହେତୁ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଥମ ଥର ସୁସମାଚାର ପ୍ରଚାର କରିଥିଲି
Ẹ̀yin mọ̀ pé nínú àìlera ni mo wàásù ìyìnrere fún yín ní àkọ́kọ́.
14 ଆଉ, ତୁମ୍ଭମାନଙ୍କ ପରୀକ୍ଷା ସ୍ୱରୂପ ମୋହର ଶାରୀରିକ ଅବସ୍ଥା ତୁମ୍ଭେମାନେ ତୁଚ୍ଛ କଲ ନାହିଁ ବା ଘୃଣା କଲ ନାହିଁ, କିନ୍ତୁ ତୁମ୍ଭେମାନେ ଈଶ୍ବରଙ୍କ ଜଣେ ଦୂତ ସ୍ୱରୂପେ, ଏପରିକି ଖ୍ରୀଷ୍ଟ ଯୀଶୁଙ୍କ ସ୍ୱରୂପେ ମୋତେ ଗ୍ରହଣ କଲ।
Èyí tí ó sì jẹ́ ìdánwò fún yín ní ara mi ni ẹ kò kẹ́gàn, bẹ́ẹ̀ ni ẹ kò sì kọ̀; ṣùgbọ́n ẹ̀yin gbà mí bí angẹli Ọlọ́run, àní bí Kristi Jesu.
15 ତେବେ ତୁମ୍ଭମାନଙ୍କର ସେହି ଆନନ୍ଦ କାହିଁ? କାରଣ ମୁଁ ତୁମ୍ଭମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଉଅଛି ଯେ, ସମ୍ଭବ ହୋଇଥିଲେ ତୁମ୍ଭେମାନେ ଆପଣା ଆପଣାର ଚକ୍ଷୁ ଉତ୍ପାଟନ କରି ମୋତେ ଦେଇଥାଆନ୍ତ।
Ǹjẹ́ ayọ̀ yín ìgbà náà ha dà? Nítorí mo gba ẹ̀rí yín pé, bi o bá ṣe é ṣe, ẹ̀ ò bá yọ ojú yín jáde, ẹ̀ bá sì fi wọ́n fún mi.
16 ଅତଏବ ମୁଁ ତୁମ୍ଭମାନଙ୍କୁ ସତ୍ୟ କହିବାରୁ କି ତୁମ୍ଭମାନଙ୍କର ଶତ୍ରୁ ହୋଇଅଛି?
Ǹjẹ́ mo ha di ọ̀tá yín nítorí mo sọ òtítọ́ fún yín bí?
17 ସେମାନେ ତ ତୁମ୍ଭମାନଙ୍କ ବିଷୟରେ ଉଦ୍ଯୋଗୀ, କିନ୍ତୁ ଭଲ ଅଭିପ୍ରାୟରେ ନୁହେଁ, ବରଂ ତୁମ୍ଭେମାନେ ଯେପରି ସେମାନଙ୍କ ବିଷୟରେ ଉଦ୍ଯୋଗୀ ହୁଅ, ଏଥିନିମନ୍ତେ ସେମାନେ ତୁମ୍ଭମାନଙ୍କୁ ମୋʼଠାରୁ ପୃଥକ୍ କରିବାକୁ ଇଚ୍ଛା କରୁଅଛନ୍ତି।
Wọ́n ń fi ìtara wá yin, ṣùgbọ́n kì í ṣe fún rere; wọ́n ń fẹ́ já yin kúrò, kí ẹ̀yin lè máa wá wọn.
18 କେବଳ ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ନୁହେଁ, ମାତ୍ର ସବୁ ସମୟରେ ଉତ୍ତମ ବିଷୟରେ ଉଦ୍ଯୋଗୀ ହେବା ଭଲ।
Ṣùgbọ́n ó dára láti máa fi ìtara wá ni fún ohun rere nígbà gbogbo, kì í sì í ṣe nígbà tí mo wà pẹ̀lú yín nìkan.
19 ହେ ମୋହର ପିଲାମାନେ, ଯେପର୍ଯ୍ୟନ୍ତ ତୁମ୍ଭମାନଙ୍କଠାରେ ଖ୍ରୀଷ୍ଟ ମୂର୍ତ୍ତିମାନ ହୋଇ ନାହାନ୍ତି, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କ ସକାଶେ ମୁଁ ପୁନର୍ବାର ପ୍ରସବ ବେଦନାରେ ବ୍ୟଥିତ ହେଉଅଛି।
Ẹ̀yin ọmọ mi kéékèèké, ẹ̀yin tí mo tún ń rọbí títí a ó fi ṣe ẹ̀dá Kristi nínú yín.
20 ମୁଁ ଯେପରି ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ଅନ୍ୟ ଭାବରେ କଥା କହିପାରନ୍ତି, ଏହା ମୋହର ଇଚ୍ଛା; କାରଣ ମୁଁ ତୁମ୍ଭମାନଙ୍କ ବିଷୟରେ ହତବୁଦ୍ଧି ହେଉଅଛି।
Ìbá wù mí láti wà lọ́dọ̀ yín nísinsin yìí, kí èmi sì yí ohùn mi padà nítorí pé mo dààmú nítorí yín.
21 ମୋଶାଙ୍କ ବ୍ୟବସ୍ଥାର ଅଧୀନ ହେବାକୁ ଇଚ୍ଛା କରୁଅଛ ଯେ ତୁମ୍ଭେମାନେ, ମୋତେ କୁହ ତ, ତୁମ୍ଭେମାନେ କଅଣ ମୋଶାଙ୍କ ବ୍ୟବସ୍ଥାର ବାକ୍ୟ ଶୁଣୁ ନାହଁ?
Ẹ wí fún mi, ẹ̀yin tí ń fẹ́ wà lábẹ́ òfin, ẹ ko ha gbọ́ òfin ohun ti òfin sọ.
22 କାରଣ ପବିତ୍ର ଶାସ୍ତ୍ରରେ ଲେଖାଅଛି, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ, ଜଣେ ଦାସୀଠାରୁ ଓ ଆଉ ଜଣେ ସ୍ୱାଧୀନା ସ୍ତ୍ରୀଠାରୁ ଜାତ।
Nítorí a ti kọ ọ́ pé, Abrahamu ní ọmọ ọkùnrin méjì, ọ̀kan láti ọ̀dọ̀ ẹrúbìnrin, àti ọ̀kan láti ọ̀dọ̀ òmìnira obìnrin.
23 ଯେ ଦାସୀର ପୁତ୍ର, ସେ ଶାରୀରିକ ସ୍ୱଭାବାନୁସାରେ ଜାତ ହେଲା; ମାତ୍ର ଯେ ସ୍ୱାଧୀନା ସ୍ତ୍ରୀର ପୁତ୍ର, ସେ ପ୍ରତିଜ୍ଞା ବଳରେ ଜାତ ହେଲା।
Ṣùgbọ́n a bí èyí tí ṣe ti ẹrúbìnrin nípa ti ara, ṣùgbọ́n èyí ti òmìnira obìnrin ni a bí nípa ìlérí.
24 ଏହି ସମସ୍ତ କଥାର ରୂପକ ଅର୍ଥ ଅଛି, କାରଣ ଏହି ସ୍ତ୍ରୀମାନେ ଦୁଇଟି ନିୟମସ୍ୱରୂପ; ଗୋଟିଏ ନିୟମ ସୀନୟ ପର୍ବତରୁ ଉତ୍ପନ୍ନ, ତାହା ଦାସତ୍ୱ ନିମନ୍ତେ ସନ୍ତାନ ପ୍ରସବକାରିଣୀ, ହାଗାର ସେଥିର ନିଦର୍ଶନ।
Nǹkan wọ̀nyí jẹ́ àpẹẹrẹ: nítorí pé àwọn obìnrin wọ̀nyí ní májẹ̀mú méjèèjì; ọ̀kan láti orí òkè Sinai wá, tí a bí lóko ẹrú, tí í ṣe Hagari.
25 ହାଗାର, ଏହି ଶବ୍ଦ ଆରବ ଦେଶରେ ସୀନୟ ପର୍ବତକୁ ବୁଝାଏ, ପୁଣି, ତାହା ବର୍ତ୍ତମାନ ଯିରୂଶାଲମ ସହରର ସମତୁଲ୍ୟ, କାରଣ ଏ ଆପଣା ସନ୍ତାନମାନଙ୍କ ସହିତ ଦାସତ୍ୱରେ ରହିଅଛି।
Nítorí Hagari yìí ni òkè Sinai Arabia, tí ó sì dúró fún Jerusalẹmu tí ó wà nísinsin yìí, tí ó sì wà lóko ẹrú pẹ̀lú àwọn ọmọ rẹ̀.
26 କିନ୍ତୁ ଊର୍ଦ୍ଧ୍ୱସ୍ଥ ଯିରୂଶାଲମ ସ୍ୱାଧୀନା, ସେ ଆମ୍ଭମାନଙ୍କ ଜନନୀ;
Ṣùgbọ́n Jerusalẹmu ti òkè jẹ́ òmìnira, èyí tí í ṣe ìyá wa.
27 ଯେଣୁ ଲେଖାଅଛି, “ଆଗୋ ବନ୍ଧ୍ୟେ, ଅପ୍ରସୂତେ, ଆନନ୍ଦ କର, ଆଗୋ ପ୍ରସବବେଦନା ରହିତେ, ଉଚ୍ଚସ୍ୱରରେ ଜୟଧ୍ୱନି କର; କାରଣ ସଧବାର ସନ୍ତାନଠାରୁ ଅନାଥର ସନ୍ତାନ ଅଧିକ।”
Nítorí a ti kọ ọ́ pé, “Máa yọ̀, ìwọ obìnrin àgàn tí kò bímọ, bú sí ayọ̀ kí o sì kígbe sókè, ìwọ tí kò rọbí rí; nítorí àwọn ọmọ obìnrin náà tí a kọ̀sílẹ̀ yóò pọ̀ ju ti obìnrin tó ní ọkọ lọ.”
28 ହେ ଭାଇମାନେ, ତୁମ୍ଭେମାନେ ଇସ୍ହାକଙ୍କ ପରି ପ୍ରତିଜ୍ଞାର ସନ୍ତାନ।
Ǹjẹ́ ará, ọmọ ìlérí ni àwa gẹ́gẹ́ bí Isaaki.
29 କିନ୍ତୁ ଶାରୀରିକ ସ୍ୱଭାବାନୁସାରେ ଯେ ଜାତ, ସେ ଯେପରି ସେ ସମୟରେ ଆତ୍ମାଙ୍କ ପ୍ରତିଜ୍ଞା ଅନୁସାରେ ଯେ ଜାତ, ତାହାଙ୍କୁ ତାଡ଼ନା କରୁଥିଲା, ସେହିପରି ଏବେ ମଧ୍ୟ ଘଟୁଅଛି।
Ṣùgbọ́n bí èyí tí a bí nípa ti ara ti ṣe inúnibíni nígbà náà sí èyí tí a bí nípa ti Ẹ̀mí, bẹ́ẹ̀ sì ni nísinsin yìí.
30 ମାତ୍ର ଶାସ୍ତ୍ର କଅଣ କୁହେ? ଦାସୀ ଓ ତାହାର ପୁତ୍ରକୁ ବାହାର କରିଦିଅ; କାରଣ ଦାସୀର ପୁତ୍ର ସ୍ୱାଧୀନା ସ୍ତ୍ରୀର ପୁତ୍ର ସହିତ ଉତ୍ତରାଧିକାରୀ ହେବ ନାହିଁ।
Ṣùgbọ́n ìwé mímọ́ ha ti wí, “Lé ẹrúbìnrin yìí àti ọmọ rẹ̀ jáde, nítorí ọmọ ẹrúbìnrin kì yóò bá ọmọ òmìnira obìnrin jogún pọ̀.”
31 ଅତଏବ, ଭାଇମାନେ, ଆମ୍ଭେମାନେ ଦାସୀର ସନ୍ତାନ ନୋହୁଁ, କିନ୍ତୁ ସ୍ୱାଧୀନା ସ୍ତ୍ରୀର ସନ୍ତାନ।
Nítorí náà, ará, àwa kì í ṣe ọmọ ẹrúbìnrin bí kò ṣe ti òmìnira obìnrin.