< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 33 >

1 ପରମେଶ୍ୱରଙ୍କ ଲୋକ ମୋଶା ଆପଣା ମୃତ୍ୟୁୁ ପୁର୍ବରୁ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଆଶୀର୍ବାଦ କଲେ, ସେହି ଆଶୀର୍ବାଦ ଏହି।
Èyí ni ìbùkún tí Mose ènìyàn Ọlọ́run bùkún fún àwọn ọmọ Israẹli kí ó tó kú.
2 ସେ କହିଲେ, “ସଦାପ୍ରଭୁ ସୀନୟରୁ ଆସିଲେ, ସେ ସେୟୀରରୁ ସେମାନଙ୍କ ପ୍ରତି ଉଦିତ ହେଲେ; ସେ ପାରଣ ପର୍ବତରୁ ସୁପ୍ରକାଶିତ ହେଲେ ଓ ସେ ଅୟୁତ ଅୟୁତ ପବିତ୍ର ପ୍ରାଣୀମାନଙ୍କ ନିକଟରୁ ଆସିଲେ; ତାହାଙ୍କ ଦକ୍ଷିଣ ହସ୍ତରେ ସେମାନଙ୍କ ପାଇଁ ଅଗ୍ନିମୟ ବ୍ୟବସ୍ଥା ଥିଲା।”
Ó sì wí pé, “Olúwa ti Sinai wá, ó sì yọ sí wọn láti Seiri wá ó sì tàn án jáde láti òkè Parani wá. Ó ti ọ̀dọ̀ ẹgbẹgbàarùn-ún àwọn mímọ́ wá láti ọwọ́ ọ̀tún rẹ̀ ni òfin kan a mú bí iná ti jáde fún wọn wá.
3 ହଁ, ସେ ଲୋକମାନଙ୍କୁ ପ୍ରେମ କରନ୍ତି; ତାହାଙ୍କର ସମସ୍ତ ପବିତ୍ର ଲୋକ ତୁମ୍ଭର ହସ୍ତଗତ ଓ ସେମାନେ ତୁମ୍ଭର ଚରଣ ତଳେ ବସିଲେ; ପ୍ରତ୍ୟେକ ଜଣ ତୁମ୍ଭ ବାକ୍ୟରୁ ଗ୍ରହଣ କରିବେ।
Nítòótọ́, ó fẹ́ràn àwọn ènìyàn an rẹ̀, gbogbo àwọn ènìyàn mímọ́ wà ní ọwọ́ rẹ̀. Ní ẹsẹ̀ rẹ̀ ni wọ́n ti foríbalẹ̀, àti lọ́dọ̀ rẹ̀ ni wọ́n ti ń gba ọ̀rọ̀,
4 ମୋଶା ଆମ୍ଭମାନଙ୍କୁ ବ୍ୟବସ୍ଥା ଆଦେଶ କଲେ, ତାହା ଯାକୁବ-ସମାଜର ଅଧିକାର।
òfin tí Mose fi fún wa, ìní ti ìjọ ènìyàn Jakọbu.
5 ଲୋକମାନଙ୍କ ପ୍ରଧାନବର୍ଗର ସମାଗମ ସମୟରେ, ସମସ୍ତ ଇସ୍ରାଏଲ ବଂଶ ଏକତ୍ର ହେବା ବେଳେ ସେ ଯିଶୁରୁଣରେ ରାଜା ଥିଲେ।
Òun ni ọba lórí Jeṣuruni ní ìgbà tí olórí àwọn ènìyàn péjọpọ̀, pẹ̀lú àwọn ẹ̀yà Israẹli.
6 ରୁବେନ୍‍ ବଞ୍ଚି ଥାଉ ଓ ନ ମରୁ; ତଥାପି ତାହାର ଲୋକ ସଂଖ୍ୟକ ହେଉନ୍ତୁ।
“Jẹ́ kí Reubeni yè kí ó má ṣe kú, tàbí kí ènìyàn rẹ mọ níwọ̀n.”
7 ଯିହୁଦା ପ୍ରତି ଆଶୀର୍ବାଦ ଏହି ସେ କହିଲେ, “ହେ ସଦାପ୍ରଭୋ, ଯିହୁଦାର ରବ ଶୁଣ ଓ ତାହାର ନିଜ ଲୋକଙ୍କ ନିକଟକୁ ତାହାକୁ ଆଣ; ସେ ନିଜ ହସ୍ତରେ ଆପଣା ପାଇଁ ଯୁଦ୍ଧ କଲା; ତାହାର ବିପକ୍ଷଗଣ ବିରୁଦ୍ଧରେ ତୁମ୍ଭେ ତାହାର ଉପକାରୀ ହେବ।”
Èyí ni ohun tí ó sọ nípa Juda: “Olúwa gbọ́ ohùn Juda kí o sì mú tọ àwọn ènìyàn rẹ̀ wá. Kí ọwọ́ rẹ̀ kí ó tó fún un, kí ó sì ṣe ìrànlọ́wọ́ fún lọ́wọ́ àwọn ọ̀tá rẹ̀!”
8 ପୁଣି, ସେ ଲେବୀ ବିଷୟରେ କହିଲେ, “ତୁମ୍ଭର ତୁମ୍ମୀମ୍‍ ଓ ଉରୀମ୍‍ ତୁମ୍ଭ ଧାର୍ମିକ ପୁରୁଷ ସହିତ ଅଛି, ତୁମ୍ଭେ ମଃସାରେ ତାହାର ପରୀକ୍ଷା କଲ, ମିରୀବାଃ ଜଳ ନିକଟରେ ତୁମ୍ଭେ ତାହା ସଙ୍ଗେ ବିରୋଧ କଲ।”
Ní ti Lefi ó wí pé, “Jẹ́ kí Tumimu àti Urimu rẹ kí ó wà pẹ̀lú ẹni mímọ́ rẹ. Ẹni tí ó dánwò ní Massa, ìwọ bá jà ní omi Meriba.
9 ସେ ଆପଣା ପିତା ଓ ଆପଣା ମାତା ବିଷୟରେ କହିଲା, “ଆମ୍ଭେ ସେମାନଙ୍କୁ ଦେଖି ନାହୁଁ; ଅବା ସେ ଆପଣା ଭାଇମାନଙ୍କୁ ସ୍ୱୀକାର କଲା ନାହିଁ, କିଅବା ସେ ତାହାର ନିଜ ସନ୍ତାନମାନଙ୍କୁ ଚିହ୍ନିଲା ନାହିଁ। ସେମାନେ ତୁମ୍ଭର ବାକ୍ୟ ମାନିଅଛନ୍ତି ଓ ତୁମ୍ଭର ନିୟମ ରକ୍ଷା କରନ୍ତି।”
Ó wí fún baba àti ìyá rẹ pé, ‘Èmi kò buyì fún wọn.’ Kò mọ àwọn arákùnrin rẹ̀, tàbí mọ àwọn ọmọ rẹ̀, ṣùgbọ́n ó dúró lórí ọ̀rọ̀ rẹ̀, ó sì pa májẹ̀mú rẹ̀ mọ́.
10 ସେମାନେ ଯାକୁବକୁ ତୁମ୍ଭର ଶାସନ ଓ ଇସ୍ରାଏଲକୁ ତୁମ୍ଭର ବ୍ୟବସ୍ଥା ଶିକ୍ଷା ଦେବେ। ସେମାନେ ତୁମ୍ଭ ସମ୍ମୁଖରେ ଧୂପ ଓ ତୁମ୍ଭ ବେଦି ଉପରେ ହୋମବଳି ରଖିବେ।
Ó kọ́ Jakọbu ní ìdájọ́ rẹ̀ àti Israẹli ní òfin rẹ̀. Ó mú tùràrí wá síwájú rẹ̀ àti ọ̀tọ̀ọ̀tọ̀ ẹbọ sísun sórí i pẹpẹ rẹ̀.
11 ହେ ସଦାପ୍ରଭୋ, ତାହାର ସମ୍ପତ୍ତିକୁ ଆଶୀର୍ବାଦ କର ଓ ତାହା ହସ୍ତର କର୍ମ ଗ୍ରହଣ କର; ଯେଉଁମାନେ ତାହା ବିରୁଦ୍ଧରେ ଉଠନ୍ତି ଓ ଯେଉଁମାନେ ତାହାକୁ ଘୃଣା କରନ୍ତି, ସେମାନଙ୍କ କଟିଦେଶ ଭାଙ୍ଗି ପକାଅ, ଯେପରି ସେମାନେ ପୁନର୍ବାର ଉଠି ନ ପାରିବେ।
Bùsi ohun ìní rẹ̀, Olúwa, kí o sì tẹ́wọ́gbà iṣẹ́ ọwọ́ rẹ̀. Lu ẹgbẹ́ àwọn tí ó dìde sí i; àwọn tí ó kórìíra rẹ̀, kí wọn kí ó má ṣe dìde mọ́.”
12 ସେ ବିନ୍ୟାମୀନ୍ ବିଷୟରେ କହିଲେ, “ସଦାପ୍ରଭୁଙ୍କ ପ୍ରିୟ ଲୋକ ତାହାଙ୍କ ନିକଟରେ ନିର୍ଭୟରେ ବାସ କରିବ; ସେ ସାରାଦିନ ତାହାକୁ ଆବୋରି ରଖନ୍ତି ଓ ସେ ତାହାର ସ୍କନ୍ଧଦ୍ୱୟ ମଧ୍ୟରେ ବାସ କରନ୍ତି।”
Ní ti Benjamini ó wí pé, “Jẹ́ kí olùfẹ́ Olúwa máa gbé ní àlàáfíà lọ́dọ̀ rẹ̀, òun a máa bò ó ní gbogbo ọjọ́, ẹni tí Olúwa fẹ́ràn yóò máa sinmi láàrín èjìká rẹ̀.”
13 ଆଉ ସେ ଯୋଷେଫ ବିଷୟରେ କହିଲେ, “ସଦାପ୍ରଭୁଙ୍କ ଦ୍ୱାରା ତାହାର ଦେଶ ଆଶୀର୍ବାଦ ପ୍ରାପ୍ତ ହେଉ; ଆକାଶର ଉତ୍ତମ ଦ୍ରବ୍ୟରେ, ଶିଶିରରେ ଓ ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରେ,
Ní ti Josẹfu ó wí pé, “Kí Olúwa bùkún ilẹ̀ rẹ, fún ohun iyebíye láti ọ̀run pẹ̀lú ìrì àti ibú tí ó ń bẹ níṣàlẹ̀;
14 ପୁଣି, ସୂର୍ଯ୍ୟର ଫଳ ସ୍ୱରୂପ ଉତ୍ତମ ଦ୍ରବ୍ୟରେ ଓ ଚନ୍ଦ୍ରର ଫଳ ସ୍ୱରୂପ ଉତ୍ତମ ଦ୍ରବ୍ୟରେ,
àti fún èso iyebíye tí ọ̀run mú wá àti ti ohun iyebíye tí ń dàgbà ní oṣooṣù;
15 ପୁରାତନ ପର୍ବତମାନର ଉତ୍ତମ ଦ୍ରବ୍ୟରେ ଓ ନିତ୍ୟସ୍ଥାୟୀ ଗିରିଗଣର ଉତ୍ତମ ଦ୍ରବ୍ୟରେ,
pẹ̀lú ohun pàtàkì òkè ńlá ìgbàanì àti fún ohun iyebíye ìgbà ayérayé;
16 ଆଉ ପୃଥିବୀର ଓ ତତ୍‍ପୂରକ ବସ୍ତୁର ଉତ୍ତମ ଦ୍ରବ୍ୟରେ ଓ ଯେ ବୁଦାରେ ବାସ କଲେ, ତାହାଙ୍କ ଅନୁଗ୍ରହରେ (ତାହାର ଦେଶ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେଉ) ଯୋଷେଫର ମସ୍ତକରେ ଆଶୀର୍ବାଦ ବର୍ତ୍ତୁ, ଯେ ଆପଣା ଭ୍ରାତୃଗଣ ନିକଟରୁ ପୃଥକ ହୋଇଥିଲା, ତାହାର ମସ୍ତକାଗ୍ରରେ ଆଶୀର୍ବାଦ ବର୍ତ୍ତୁ।
Pẹ̀lú ohun iyebíye ayé àti ẹ̀kún un rẹ̀ àti fún ìfẹ́ ẹni tí ó ń gbé inú igbó. Jẹ́ kí gbogbo èyí sinmi lé orí Josẹfu, lórí àtàrí ẹni tí ó yàtọ̀ láàrín àwọn arákùnrin rẹ̀.
17 ତାହାର ବୃଷଭର ପ୍ରଥମଜାତ ତାହାର ମହିମା ସ୍ୱରୂପ, ପୁଣି ତାହାର ଶୃଙ୍ଗ ଅରଣା ଷଣ୍ଢର ଶୃଙ୍ଗ ତୁଲ୍ୟ ତଦ୍ଦ୍ୱାରା ସେ ସବୁ ଗୋଷ୍ଠୀକୁ, ପୃଥିବୀର ସୀମାସ୍ଥିତ ସମସ୍ତଙ୍କୁ ଭୁସି ପକାଇବ। ସେ ଶୃଙ୍ଗ ଇଫ୍ରୟିମର ଅୟୁତ ଲୋକ ଓ ସେ ଶୃଙ୍ଗ ମନଃଶିର ସହସ୍ର ସହସ୍ର ଲୋକ।”
Ní ọláńlá ó dàbí àkọ́bí akọ màlúù; ìwo rẹ̀, ìwo àgbáǹréré ni. Pẹ̀lú wọn ni yóò fi ti àwọn orílẹ̀-èdè, pàápàá títí dé òpin ayé. Àwọn sì ni ẹgbẹẹgbàárùn mẹ́wàá Efraimu, àwọn sì ni ẹgbẹẹgbẹ̀rún Manase.”
18 ସବୂଲୂନ ବିଷୟରେ ସେ କହିଲେ, “ହେ ସବୂଲୂନ, ତୁମ୍ଭେ ଆପଣା ଯାତ୍ରାରେ ଓ ହେ ଇଷାଖର, ତୁମ୍ଭେ ଆପଣା ତମ୍ବୁରେ ଆନନ୍ଦ କର;
Ní ti Sebuluni ó wí pé, “Yọ̀ Sebuluni, ní ti ìjáde lọ rẹ, àti ìwọ Isakari, nínú àgọ́ rẹ.
19 ସେମାନେ ଲୋକମାନଙ୍କୁ ପର୍ବତକୁ ନିମନ୍ତ୍ରଣ କରିବେ; ସେଠାରେ ସେମାନେ ଧର୍ମବଳି ଉତ୍ସର୍ଗ କରିବେ; କାରଣ ସେମାନେ ସମୁଦ୍ରର ବହୁଳ ପଦାର୍ଥ ଓ ବାଲୁକାର ଗୁପ୍ତ ଧନ ଭୋଗ କରିବେ।”
Wọn yóò pe àwọn ènìyàn sórí òkè àti níbẹ̀ wọn yóò rú ẹbọ òdodo, wọn yóò mu nínú ọ̀pọ̀lọpọ̀ Òkun, nínú ìṣúra tí ó pamọ́ nínú iyanrìn.”
20 ପୁଣି, ଗାଦ୍‍ ବିଷୟରେ ସେ କହିଲେ, “ଯେ ଗାଦ୍‍କୁ ବିସ୍ତାର କରନ୍ତି, ସେ ଧନ୍ୟ; ସେ ସିଂହ ପରି ବାସ କରେ, ପୁଣି, ସେ ବାହୁ, ମସ୍ତକର ତାଳୁ ସୁଦ୍ଧା ବିଦୀର୍ଣ୍ଣ କରେ।
Ní ti Gadi ó wí pé, “Ìbùkún ni ẹni tí ó mú Gadi gbilẹ̀! Gadi ń gbé níbẹ̀ bí kìnnìún, ó sì fa apá ya, àní àtàrí.
21 ସେ ଆପଣା ପାଇଁ ପ୍ରଥମ ଅଂଶ ନିରୀକ୍ଷଣ କଲା; କାରଣ ସେଠାରେ ବ୍ୟବସ୍ଥାପକର (ଦତ୍ତ) ଅଂଶ ରକ୍ଷିତ ଥିଲା; ମାତ୍ର ସେ ଲୋକମାନଙ୍କ ପ୍ରଧାନବର୍ଗ ସହିତ ଆସିଲା; ସେ ସଦାପ୍ରଭୁଙ୍କ ନ୍ୟାୟକର୍ମ ଓ ଇସ୍ରାଏଲ ସହିତ ତାହାଙ୍କର ଶାସନ ସିଦ୍ଧ କଲା।”
Ó sì yan ilẹ̀ tí ó dára jù fún ara rẹ̀; ìpín olórí ni a sì fi fún un. Nígbà tí ó rí tí gbogbo àwọn ènìyàn péjọ, ó mú òdodo Olúwa ṣẹ, àti ìdájọ́ rẹ̀ pẹ̀lú àwọn ọmọ Israẹli.”
22 ପୁଣି, ସେ ଦାନ୍ ବିଷୟରେ କହିଲେ, “ଦାନ୍ ସିଂହଛୁଆ ସେ ବାଶନରୁ କୁଦା ମାରେ।”
Ní ti Dani ó wí pé, “Ọmọ kìnnìún ni Dani, tí ń fò láti Baṣani wá.”
23 ପୁଣି, ସେ ନପ୍ତାଲି ବିଷୟରେ କହିଲେ, “ହେ ନପ୍ତାଲି, ତୁମ୍ଭେ ଅନୁଗ୍ରହରେ ତୃପ୍ତ ଓ ସଦାପ୍ରଭୁଙ୍କ ଆଶୀର୍ବାଦରେ ପରିପୂର୍ଣ୍ଣ; ତୁମ୍ଭେ ପଶ୍ଚିମ ଓ ଦକ୍ଷିଣ ଦିଗ ଅଧିକାର କର।”
Ní ti Naftali ó wí pé, “Ìwọ Naftali, kún fún ojúrere Ọlọ́run àti ìbùkún Olúwa; yóò jogún ìhà ìwọ̀-oòrùn àti gúúsù.”
24 ପୁଣି, ସେ ଆଶେର ବିଷୟରେ କହିଲେ, “ଆଶେର ସନ୍ତାନସନ୍ତତିରେ ଆଶୀର୍ବାଦ ପ୍ରାପ୍ତ ହେଉ; ସେ ଆପଣା ଭ୍ରାତୃଗଣ ନିକଟରେ ଗ୍ରାହ୍ୟ ହେଉ ଓ ସେ ଆପଣା ଚରଣ ତୈଳରେ ବୁଡ଼ାଉ।
Ní ti Aṣeri ó wí pé, “Ìbùkún ọmọ ni ti Aṣeri; jẹ́ kí ó rí ojúrere láti ọ̀dọ̀ àwọn arákùnrin rẹ̀ kí ó sì ri ẹsẹ̀ rẹ̀ sínú òróró.
25 ତୁମ୍ଭର ଅର୍ଗଳ ଲୌହ ଓ ପିତ୍ତଳମୟ ହେବ; ପୁଣି, ଯେପରି ତୁମ୍ଭର ଦିନ, ସେପରି ତୁମ୍ଭର ବଳ ହେବ।”
Bàtà rẹ̀ yóò jẹ́ irin àti idẹ, agbára rẹ̀ yóò sì rí bí ọjọ́ rẹ̀.
26 ହେ ଯିଶୁରୁଣ, ପରମେଶ୍ୱରଙ୍କ ତୁଲ୍ୟ କେହି ନାହିଁ, ସେ ତୁମ୍ଭ ଉପକାରାର୍ଥେ ଆକାଶମଣ୍ଡଳରେ ଓ ନିଜ ଗୌରବରେ ଗଗନମଣ୍ଡଳରେ ଆରୋହଣ କରି ଗମନ କରନ୍ତି।
“Kò sí ẹlòmíràn bí Ọlọ́run Jeṣuruni, ẹni tí ń gun ọ̀run fún ìrànlọ́wọ́ rẹ àti ní ojú ọ̀run nínú ọláńlá rẹ̀.
27 ଅନାଦି ପରମେଶ୍ୱର ତୁମ୍ଭର ବାସସ୍ଥାନ ଓ ତଳେ ତାହାଙ୍କର ଅନନ୍ତକାଳସ୍ଥାୟୀ ବାହୁ ଅଛି; ପୁଣି ସେ ତୁମ୍ଭ ସମ୍ମୁଖରୁ ଶତ୍ରୁମାନଙ୍କୁ ତଡ଼ିଦେଲେ, ଆଉ “ବିନାଶ କର” ବୋଲି କହିଲେ।
Ọlọ́run ayérayé ni ibi ìsádi rẹ, àti ní ìsàlẹ̀ ni apá ayérayé wà. Yóò lé àwọn ọ̀tá rẹ níwájú rẹ, ó sì wí pé, ‘Ẹ máa parun!’
28 ତହିଁରେ ଇସ୍ରାଏଲ ନିର୍ଭୟରେ ବାସ କଲା, ଯାକୁବର ନିର୍ଝର ଏକାକୀ ଶସ୍ୟ ଓ ଦ୍ରାକ୍ଷାରସମୟ ଦେଶରେ ବାସ କଲା ହଁ, ତାହାର ଆକାଶରୁ ମଧ୍ୟ ଶିଶିର କ୍ଷରେ।
Israẹli nìkan yóò jókòó ní àlàáfíà, orísun Jakọbu nìkan ní ilẹ̀ ọkà àti ti ọtí wáìnì, níbi tí ọ̀run ti ń sẹ ìrì sílẹ̀.
29 ହେ ଇସ୍ରାଏଲ, ତୁମ୍ଭେ ଧନ୍ୟ ଅଟ; ତୁମ୍ଭ ତୁଲ୍ୟ କିଏ ଅଛି? ତୁମ୍ଭେ ସଦାପ୍ରଭୁଙ୍କ ଦ୍ୱାରା ଉଦ୍ଧାର ପ୍ରାପ୍ତ ଲୋକ, ସେ ତୁମ୍ଭର ଉପକାର ରୂପ ଢାଲ ଓ ସେ ତୁମ୍ଭର ମାହାତ୍ମ୍ୟ ରୂପ ଖଡ୍ଗ! ଏଣୁ ତୁମ୍ଭର ଶତ୍ରୁମାନେ ଆପେ ତୁମ୍ଭର ବଶୀଭୂତ ହେବେ; ପୁଣି ତୁମ୍ଭେ ସେମାନଙ୍କ ଉଚ୍ଚସ୍ଥଳୀମାନ ଦଳନ କରିବ।
Ìbùkún ni fún ọ, Israẹli, ta ni ó dàbí rẹ, ẹni tí a gbàlà láti ọ̀dọ̀ Olúwa? Òun ni asà àti ìrànwọ́ rẹ̀ àti idà ọláńlá rẹ̀. Àwọn ọ̀tá rẹ yóò tẹríba fún ọ, ìwọ yóò sì tẹ ibi gíga wọn mọ́lẹ̀.”

< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 33 >