< ପ୍ରେରିତ 18 >

1 ଏହି ସମସ୍ତ ଘଟଣା ପରେ ପାଉଲ ଆଥିନୀ ସହରରୁ ପ୍ରସ୍ଥାନ କରି କରିନ୍ଥ ସହରକୁ ଆସିଲେ।
ଇ ସଃବୁ ଗଃଟ୍‍ଣା ହଃଚେ ସେ ଆତିନି ହୁଣି କରନ୍ତିକେ ଗଃଲା ।
2 ଆଉ, ସେ ଆକ୍ୱିଲା ନାମକ ଜଣେ ଯିହୁଦୀଙ୍କ ଦେଖାପାଇଲେ, ପନ୍ତ ସହରରେ ତାହାଙ୍କ ଜନ୍ମସ୍ଥାନ; ସେ ଅଳ୍ପ ଦିନ ହେଲା ଆପଣା ସ୍ତ୍ରୀ ପ୍ରୀସ୍କିଲ୍ଲା ସହିତ ଇତାଲିଆରୁ ଆସିଥିଲେ, କାରଣ କ୍ଲାଉଦିଅ ସମସ୍ତ ଯିହୁଦୀଙ୍କୁ ରୋମରୁ ବାହାରିଯିବାକୁ ଆଜ୍ଞା ଦେଇଥିଲେ। ସେ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଗଲେ,
ଆର୍‌ ସେ ଆକିଲା ନାଉଁଆର୍‌ ଗଟେକ୍‌ ଜିଉଦିଲକେ ବେଟ୍‌ ଅୟ୍‌ଲା, ପନ୍ତ ତାର୍‌ ଜଃଲମ୍‌ ମାଟି ଅଃଳକ୍‌ ଦିନ୍ ଅୟ୍‌ଲି ତାର୍‌ ଡକୁର୍ସି ପ୍ରିସ୍କିଲା ଇତାଲିଆ ହୁଣି ଆସି ରିଲି, କାୟ୍‌ତାକ୍‌ ବଃଲେକ୍‌ କ୍ଲାଉଦିଆ ସଃବୁ ଜିଉଦିମଃନ୍‌କେ ରମ୍‌ ହୁଣି ବାରାୟ୍‌ ଜଃଉଁକେ ବଲ୍‌ ଦଃୟ୍‌ ରିଲା । ପାଉଲ୍‌ ସେମଃନାର୍‌ ସଃଙ୍ଗ୍ ବେଟ୍‌ ଅଃଉଁକେ ଗଃଲା ।
3 ପୁଣି, ସମବ୍ୟବସାୟୀ ଥିବାରୁ ସେମାନଙ୍କ ସହିତ ବାସ କଲେ, ଆଉ ସେମାନେ କର୍ମ କରିବାକୁ ଲାଗିଲେ, କାରଣ ବ୍ୟବସାୟରେ ସେମାନେ ତମ୍ୱୁ ନିର୍ମାଣକାରୀ ଥିଲେ।
ଆର୍‌ ସେମଃନ୍ ସଃଙ୍ଗ୍ ରିଲା, ଆର୍‌ କାମ୍‌ କଃରୁକେ ଦଃର୍ଲା, କାୟ୍‌ତାକ୍‌ବଃଲେକ୍‌ ସେମଃନ୍ ତୁମ୍‌ ବୁଣ୍‌ତା ଲକ୍‌ ରିଲାୟ୍‌ ଏହେଁ ଇ ବେବାରେ ଜିଉତିରିଲା ।
4 ପୁଣି, ପ୍ରତି ବିଶ୍ରାମବାର ଦିନରେ ସେ ସମାଜଗୃହରେ ଉପଦେଶ ଦେଇ ଯିହୁଦୀ ଓ ଗ୍ରୀକ୍‍ମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ।
ଆରେକ୍‌ ହଃତି ବିସାଉଁଣିବାର୍‌ ଦିନ୍ ସେ ପାର୍ତ୍‌ନା ଗଃରେ ଆଲ୍‌ଚଃନା କଃରି ଜିଉଦି ଆର୍‌ ଗ୍ରିକ୍‌ ମଃନାର୍‌ ବିସ୍ୱାସ୍‌ କଃରାଉଁକ୍‌ ମଃନ୍ ହାଚ୍‌ତି ରିଲା ।
5 ଯେତେବେଳେ ଶୀଲା ଓ ତୀମଥି ମାକିଦନିଆରୁ ଆସିଲେ, ସେତେବେଳେ ପାଉଲ ବାକ୍ୟ ପ୍ରଚାରରେ ନିତାନ୍ତ ନିବିଷ୍ଟ ଥାଇ, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯିହୁଦୀମାନଙ୍କ ନିକଟରେ ସାକ୍ଷ୍ୟ ଦେଉଥିଲେ।
ସଃଡେବଃଳ୍‌ ସିଲା ଆର୍‌ ତିମତି ମାକିଦନିଆୟ୍‌ ହୁଣି ଆୟ୍‌ଲାୟ୍‌ ସଃଡେବଃଳ୍‌ ପାଉଲ୍‌ ମାପ୍ରୁର୍‌ କଃତା ପର୍ଚାର୍‌ କଃରୁକେ ଲାଗିହଃଳିରିଲା, ଆର୍‌ ଜିସୁ ଜେ କ୍ରିସ୍ଟ ବଃଲେକ୍‌ ମସିଅ ଇରି ଜିଉଦି ମଃନ୍‌କେ ସାକି ଦେତିରିଲା ।
6 କିନ୍ତୁ ସେମାନେ ପ୍ରତିରୋଧ ଓ ନିନ୍ଦା କରିବାରୁ ସେ ଆପଣା ବସ୍ତ୍ର ଝାଡ଼ି ସେମାନଙ୍କୁ କହିଲେ, ଆପଣମାନଙ୍କ ରକ୍ତ ଆପଣମାନଙ୍କ ମସ୍ତକ ଉପରେ ବର୍ତ୍ତୁ; ମୁଁ ନିର୍ଦ୍ଦୋଷ; ଏଣିକି ମୁଁ ଅଣଯିହୁଦୀମାନଙ୍କ ନିକଟକୁ ଯିବି।
ମଃତର୍‌ ସେମଃନ୍ ବିରଦ୍‌ ଆର୍‌ ଲିନ୍ଦା କଃଲାୟ୍‌, ସେ ଅଃହ୍‌ଣାର୍‌ ହଃଚ୍ୟା ହାହଳି ସେମଃନ୍‌କେ କୟ୍‌ଲା, ତୁମିମଃନାର୍‌ ବଃନି ତୁମାର୍‌ ମୁଣ୍ଡେ ହଃଳ, ମୁୟ୍‌ଁ ନିର୍ଦସ୍‌, ଅଃବେହୁଣି ମୁୟ୍‌ଁ ଅଜିଉଦି ଲକ୍‌ମଃନାର୍‌ ତଃୟ୍‌ ଜାଇନ୍ଦ୍‌ ।
7 ସେଥିରେ ସେ ସେ ସ୍ଥାନରୁ ପ୍ରସ୍ଥାନ କରି ତିତସ୍ ଯୂସ୍ତ ନାମକ ଜଣେ ଈଶ୍ବରଭକ୍ତଙ୍କ ଗୃହକୁ ଗଲେ, ତାହା ସମାଜଗୃହକୁ ଲାଗିଥିଲା।
ସେତାକ୍‌ ସେ ଟାଣ୍ ହୁଣି ତିତସ୍‌ ଜୁସ୍ତ ନାଉଁଆର୍‌ ଇସ୍ୱର୍‌ ବିସ୍ୱାସି ଗଃରେ ଗଃଲା, ସେତି ପାର୍ତ୍‌ନା କଃରୁକେ ଲାଗିରିଲି ।
8 କିନ୍ତୁ ସମାଜଗୃହର ଅଧ୍ୟକ୍ଷ କ୍ରୀଷ୍ପ ଏବଂ ସପରିବାର ପ୍ରଭୁଙ୍କଠାରେ ବିଶ୍ୱାସ କଲେ, ଆଉ କରିନ୍ଥୀୟମାନଙ୍କ ମଧ୍ୟରୁ ଅନେକ ଶୁଣି ବିଶ୍ୱାସ କରିବାକୁ ଲାଗିଲେ ଓ ବାପ୍ତିଜିତ ହେଲେ।
ମଃତର୍‌ ପାର୍ତ୍‌ନା ଗଃରାର୍‌ ମୁଳିକା କ୍ରିସ୍ପ ଆର୍‌ ଗଃର୍‌କୁଟୁମ୍‌ ମାପ୍ରୁକ୍‌ ବିସ୍ୱାସ୍‌ କଃଲାୟ୍‌, ଆର୍‌ କରନ୍ତି ଲକ୍‌ମଃନାର୍‌ ବିତ୍ରେ ଗାଦେକ୍‌ ଲକ୍‌ ସିକ୍ୟା ସୁଣି ବିସ୍ୱାସ୍‌ କଃରୁକେ ଦଃର୍ଲାୟ୍‌ ଆର୍‌ ବାପ୍ତିସମ୍‌ ନିଲାୟ୍‌ ।
9 ପୁଣି, ପ୍ରଭୁ ରାତ୍ରିରେ ଦର୍ଶନ ଦ୍ୱାରା ପାଉଲଙ୍କୁ କହିଲେ, “ଭୟ କର ନାହିଁ, ନୀରବ ନ ରହି କଥା କୁହ,
ଆରେକ୍‌ ମାପ୍ରୁ ରାତିବଃଳ୍‌ ଦଃକାୟ୍‌ଅୟ୍‌ ପାଉଲ୍‌କେ କୟ୍‌ଲା, “ଡିର୍‌ ନାୟ୍‌, ତୁନ୍ ନଃହାଳି ପର୍ଚାର୍‌ କଃରୁକେ ବନ୍ଦ୍ ନଃକେର୍‌ ।
10 କାରଣ ଆମ୍ଭେ ତୁମ୍ଭ ସାଙ୍ଗରେ ଅଛୁ, କୌଣସି ଲୋକ ତୁମ୍ଭର କ୍ଷତି କରିବାକୁ ତୁମ୍ଭକୁ ଆକ୍ରମଣ କରିବ ନାହିଁ, ଯେଣୁ ଆମ୍ଭର ଅନେକ ଲୋକ ଏହି ନଗରରେ ଅଛନ୍ତି।”
କାୟ୍‌ତାକ୍‌ବଃଲେକ୍‌ ଅଃମି ତର୍‌ ସଃଙ୍ଗ୍ ଆଚୁ କୁୟ୍‌ ଲକ୍‌ ତକ୍‌ କାୟ୍‌ କଃରୁକେ ନାହାରେ, ବଃଲେକ୍‌ ଅଃମାର୍‌ ଗାଦେକ୍‌ ଲକ୍‌ ଇ ଗଃଳେ ଆଚ୍‌ତି ।”
11 ପୁଣି, ସେ ସେମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ ଶିକ୍ଷା ଦେଇ ଦେଢ଼ବର୍ଷ ସେଠାରେ ବାସ କଲେ।
ଆରେକ୍‌ ସେ ସେମଃନାର୍‌ ତଃୟ୍‌ ଇସ୍ୱରାର୍‌ କଃତା ସିକ୍ୟା ଦଃୟ୍‌ ବଃର୍ସେକ୍‌ ଚଅ ମାସ୍‌ ସେତି ବାସ୍‌ କଃଲା ।
12 କିନ୍ତୁ ଗାଲ୍ଲିୟୋନ୍ ଆଖାୟା ଅଞ୍ଚଳର ଶାସନକର୍ତ୍ତା ଥିବା ସମୟରେ ଯିହୁଦୀମାନେ ପାଉଲଙ୍କ ବିରୁଦ୍ଧରେ ଏକମତ ହୋଇ ଉଠି ତାହାଙ୍କୁ ବିଚାରାସନ ଛାମୁକୁ ଘେନିଆସି କହିଲେ,
ମଃତର୍‌ ଗାଲିଅନ୍ ଆକାୟା ରମିୟ ରାଇଜ୍‌ କଃର୍ତା ବଃଳ୍‌ ଜିଉଦିମଃନ୍ ଜେ ପାଉଲ୍‌ ବିରଦେ ଉଟି ତାକେ ବେରାଣ୍ ମଃଣ୍ଡାୟ୍‌ ବିଚାର୍‌ କଃରୁକେ ଆଣି କୟ୍‌ଲାୟ୍‌ ।
13 ଏହି ଲୋକଟା ବ୍ୟବସ୍ଥାର ବିପରୀତ ଭାବରେ ଈଶ୍ବରଙ୍କ ଉପାସନା କରିବାକୁ ଲୋକମାନଙ୍କୁ ବାଧ୍ୟ କରେ।
“ଇ ଲକ୍‌ ମସାର୍‌ ବିଦିର୍‌ ବିରଦାର୍‌ ଇସ୍ୱର୍‌କେ ସେବା କଃରୁକେ ଲକ୍‌ମଃନ୍‌କେ ବୁଲ୍‌କାଉଁଲା ।”
14 କିନ୍ତୁ ପାଉଲ ମୁଖ ଫିଟାଇ କଥା କହିବାକୁ ଉଦ୍ୟତ ହୁଅନ୍ତେ, ଗାଲ୍ଲିୟୋନ୍ ଯିହୁଦୀମାନଙ୍କୁ କହିଲେ, କୌଣସି ପ୍ରକାର ଅନ୍ୟାୟ ବା ଦୁଷ୍କର୍ମ ଯଦି ହୋଇଥାଆନ୍ତା, ତେବେ, ହେ ଯିହୁଦୀମାନେ, ଧିର ହୋଇ ତୁମ୍ଭମାନଙ୍କର କଥା ଶୁଣିବା ଯୁକ୍ତିସଙ୍ଗତ ହୋଇଥାଆନ୍ତା,
ମଃତର୍‌ ପାଉଲ୍‌ ଟଣ୍ଡ୍ ହୁଟାୟ୍‌ କଃତା କଃଉଁକ୍‌ ଦଃର୍ଲା ବଃଳ୍‌, ଗାଲିଅନ୍ ଜିଉଦିମଃନ୍‌କେ କୟ୍‌ଲା, “ଏ ଜିଉଦିମଃନ୍ କାୟ୍‌ ଅଃନ୍ୟାୟ୍‌ ଅୟ୍‌ରିଲେକ୍‌ ସଃମ୍ବାଳିକଃରି ତୁମିମଃନାର୍‌ କଃତା ସୁଣୁକ୍‌ ଟିକ୍‌ ଅୟ୍‌ଲି ହୁଣି ।
15 ମାତ୍ର ଯଦି ଏହିସବୁ କେବଳ ବାକ୍ୟ, ନାମ ଓ ତୁମ୍ଭମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ଅଟେ, ତେବେ ତୁମ୍ଭେମାନେ ନିଜେ ତାହା ବୁଝ; ଆମ୍ଭେ ଏହିସବୁ ବିଷୟରେ ବିଚାରକର୍ତ୍ତା ହେବାକୁ ଇଚ୍ଛା କରୁ ନାହୁଁ।
ମଃତର୍‌ ଇ ସଃବୁ ଅଃବ୍‌କା କଃତା, ନାଉଁ ଆର୍‌ ଅଃର୍ତ୍‌ ତୁମିମଃନାର୍‌ ମସାର୍‌ ବିଦିର୍‌ କଃତା ଲାଗି, ତୁମିମଃନ୍ ବୁଜା, ମୁୟ୍‌ଁ ଇ ସଃବୁ କଃତା ବିଚାର୍‌ ନଃକେରି ।”
16 ପୁଣି, ସେ ସେମାନଙ୍କୁ ବିଚାରାସନ ସମ୍ମୁଖରୁ ତଡ଼ିଦେଲେ।
ଇରି କୟ୍‌ ସେମଃନ୍‌କେ ବେରାଣେ ହୁଣି ବାର୍‌କଃରି କଃଦ୍‌ଲା ।
17 ସେଥିରେ ସମସ୍ତେ ସମାଜଗୃହର ଅଧ୍ୟକ୍ଷ ସୋସ୍ଥିନାଙ୍କୁ ଧରି ବିଚାରାସନ ସମ୍ମୁଖରେ ପ୍ରହାର କରିବାକୁ ଲାଗିଲେ; କିନ୍ତୁ ଗାଲ୍ଲିୟୋନ୍ ସେହି ସମସ୍ତ ବିଷୟରେ ଦୃଷ୍ଟି କଲେ ନାହିଁ।
ସେତାକ୍‌ ସଃବୁ ଲକ୍‌ ପାର୍ତ୍‌ନା ଗଃରାର୍‌ ମୁଳିକା ସସ୍ତନାକେ ଦଃରି ବେରାଣ୍‌ ମୁୟେ ମାଡ୍ ମାରୁକ୍‌ ଦଃର୍ଲାୟ୍‌, ମଃତର୍‌ ଗାଲିଅନ୍ ସେ ସଃବୁ କଃତାକ୍‌ ନଃମାନ୍‌ଲା ।
18 ଏହା ଉତ୍ତାରେ ପାଉଲ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ଭାଇମାନଙ୍କ ନିକଟରୁ ବିଦାୟ ଘେନି ଜାହାଜରେ ଚଢ଼ି ସିରିୟା ଅଞ୍ଚଳକୁ ଯାତ୍ରା କଲେ। ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ ସାଙ୍ଗରେ ଗଲେ; ତାଙ୍କର ଗୋଟିଏ ମାନତ ଥିବାରୁ ସେ କେଙ୍କ୍ରେୟା ସହରରେ ଆପଣା ମସ୍ତକ ମୁଣ୍ଡନ କରାଇଲେ।
ପାଉଲ୍‌ ବୁତେକ୍‌ ଦିନ୍ ଦଃରି କରନ୍ତିଏ ବିସ୍ୱାସି ବାୟ୍‌ବେଣିମଃନାର୍‌ ସଃଙ୍ଗ୍ ରିଲା । ତାର୍‌ ହଃଚେ ସେଲଃଗେ ରିଲା ସିକିରାକେ ଗଃଲା, ହୁର୍ବାର୍‌ ତାର୍‌ ଗଟେକ୍‌ ମାନ୍‌ସିକ୍‌ କଃରିରିଲା ହଃର୍କାରେ କେଙ୍କେରିଆ ତଃୟ୍‌ଁ ସେ ତାର୍‌ ମୁଣ୍ଡ୍‌ କୁରାୟ୍‌ଲା । ତାର୍‌ହଃଚେ ପ୍ରିସ୍କିଲା ଆର୍‌ ଆକିଲା ସଃଙ୍ଗ୍ ହାଣି ଜାଜେ ସିରିଆ ଜଃଉଁକେ ବାରାୟ୍‌ଲା ।
19 ପରେ ସେମାନେ ଏଫିସକୁ ଆସିଲେ, ପୁଣି, ସେ ସେ ସ୍ଥାନରେ ସେମାନଙ୍କୁ ଛାଡ଼ି ନିଜେ ସମାଜଗୃହରେ ପ୍ରବେଶ କରି ଯିହୁଦୀମାନଙ୍କୁ ଉପଦେଶ ଦେଲେ।
ହଃଚେ ସେମଃନ୍ ଏପିସିଏ ହଚ୍‌ଲାୟ୍‌, ଆରେକ୍‌ ସେଟାଣେ ସେମଃନ୍‌କେ ଚାଡି ନିଜେ ପାର୍ତ୍‌ନା ଗଃର୍‌ ବିତ୍ରେ ଜାୟ୍‌ ଜିଉଦିମଃନ୍‌କାର୍‌ ସଃଙ୍ଗ୍ ଆଲ୍‌ଚଃନା କଃଲା ।
20 ପୁଣି, ସେମାନେ ତାହାଙ୍କୁ ଅଧିକ ସମୟ ରହିବାକୁ ଅନୁରୋଧ କରନ୍ତେ ସେ ଏକମତ ହେଲେ ନାହିଁ,
ଆରେକ୍‌ ସେମଃନ୍ ତାକେ ଅଃଦିକ୍‌ ଦିନ୍ ରେଉଁକ୍‌ ଗଃଉଆରି କଃଲାୟ୍‌, ମଃତର୍‌ ସେ ମଃନ୍ ନଃକେଲା ।
21 ମାତ୍ର ସେମାନଙ୍କଠାରୁ ବିଦାୟ ଘେନି କହିଲେ, ଈଶ୍ବରଙ୍କ ଇଚ୍ଛା ହେଲେ ଆଉ ଥରେ ଆପଣମାନଙ୍କ ନିକଟକୁ ବାହୁଡ଼ି ଆସିବି; ପୁଣି, ସେ ଏଫିସରୁ ପ୍ରସ୍ଥାନ କଲେ।
ମଃତର୍‌ ସେମଃନାର୍‌ ତଃୟ୍‌ହୁଣି ମେଲାଣି ନଃୟ୍‌ କୟ୍‌ଲା, “ଇସ୍ୱରାର୍‌ ଇଚା ଅୟ୍‌ଲେକ୍‌, ଆରେକ୍‌ ଗଟ୍‌ତର୍‌ ତୁମାର୍‌ ତଃୟ୍‌ ବାଉଳି ଆସିନ୍ଦ୍‌ ।” ଆରେକ୍‌ ସେ ଏପିସିଏ ହୁଣି ହାଣି ଜାଜେ ଚଃଗି ଗଃଲା ।
22 କାଇସରିୟାରେ ପହଞ୍ଚି ସେ ଜାହାଜରୁ ଓହ୍ଲାଇଲେ, ଆଉ ଯାଇ ମଣ୍ଡଳୀକୁ ନମସ୍କାର କରି ଆନ୍ତିୟଖିଆକୁ ଚାଲିଗଲେ।
କାଇସରିଆ ହଃଚି ସେ ଜାଜେ ହୁଣି ଉତୁର୍ଲା ଆର୍‌ ଜାୟ୍‌ ବିସ୍ୱାସିମଃନ୍‌କେ ଜୁଆର୍‌ କଃରି ଆନ୍ତିଅକିଆକ୍‌ ଗଃଲା ।
23 ସେ ସ୍ଥାନରେ କେତେକ ସମୟ ରହିଲା ପରେ ସେ ପ୍ରସ୍ଥାନ କଲେ, ପୁଣି, କ୍ରମାନ୍ୱୟେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳଗୁଡ଼ିକ ଦେଇ ଯାତ୍ରା କରୁ କରୁ ଶିଷ୍ୟ ସମସ୍ତଙ୍କୁ ସୁସ୍ଥିର କରୁଥିଲେ।
ସେଟାଣେ କଃତି ଦିନ୍ ରିଲା ହଃଚେ ସେ ସେତି ହୁଣି ଗଃଲା, ଆର୍‌ ଗାଲାତି ହଲି ଆର୍‌ ପ୍ରୁଗିଆ ବାଟ୍‌ ଜଃଉଁଜଃଉଁ ଚେଲାମଃନ୍‌କେ ସାସ୍‌ଦିଲା ।
24 ଇତିମଧ୍ୟରେ ଆପଲ୍ଲ ନାମକ ଜଣେ ଯିହୁଦୀ ଏଫିସକୁ ଆସିଲେ, ତାହାଙ୍କର ଜନ୍ମସ୍ଥାନ ଆଲେକଜାଣ୍ଡ୍ରୀୟ ସହରରେ ଥିଲା; ସେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ଶକ୍ତିଶାଳୀ ଥିଲେ।
ଇ ବିତ୍ରେ ଆପଲ୍‌ ନାଉଁଆର୍‌ ଗଟେକ୍‌ ଜିଉଦି ଏପିସିଏ ଆୟ୍‌ଲା, ତାର୍‌ ଜଃଲମ୍‌ ମାଟି ଆଲେକ୍‌ଜେଣ୍ଡ୍ରିଆ, ନିକ କଃଉଁ ହାର୍ତାର୍‌ ଆର୍‌ ଦଃର୍ମ୍‌ ସାସ୍ତର୍‌ ଜାଣ୍‌ଲା ଲକ୍‌ ରିଲା ।
25 ଏହି ବ୍ୟକ୍ତି ପ୍ରଭୁଙ୍କ ମାର୍ଗ ବିଷୟରେ ଶିକ୍ଷା ପ୍ରାପ୍ତ ହୋଇଥିଲେ, ପୁଣି, ଆତ୍ମାରେ ଉତ୍ତପ୍ତ ହୋଇ ଯୀଶୁଙ୍କ ବିଷୟ ସୂକ୍ଷ୍ମରୂପେ କହି ଶିକ୍ଷା ଦେଉଥିଲେ, କିନ୍ତୁ ସେ କେବଳ ଯୋହନଙ୍କ ବାପ୍ତିସ୍ମ ବିଷୟ ଜାଣିଥିଲେ;
ଇ ମାନାୟ୍‌ ମାପ୍ରୁର୍‌ ବାଟ୍‌ ବିସୟେ ସିକ୍ୟା ହାୟ୍‌ରିଲା, ଆରେକ୍‌ ଆତ୍ମାୟ୍‌ ହୁର୍ନ୍‌ ଅୟ୍‌ ଜିସୁର୍‌ କଃତା ନିକ କଃରି ସିକ୍ୟା ଦେତିରିଲା ମଃତର୍‌ ସେ ଅଃବ୍‌କା ଜହନାର୍‌ ବାପ୍ତିସମ୍‌ କଃତା ଜାଣିରିଲା ।
26 ସେ ସମାଜଗୃହରେ ସାହସ ସହିତ କଥା କହିବାକୁ ଲାଗିଲେ। କିନ୍ତୁ ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ଆପଣାମାନଙ୍କ ସାଙ୍ଗରେ ରଖି ଅଧିକ ସୂକ୍ଷ୍ମ ରୂପେ ଈଶ୍ବରଙ୍କ ମାର୍ଗ ବିଷୟ ତାହାଙ୍କୁ ବୁଝାଇଦେଲେ।
ସେ ପାର୍ତ୍‌ନା ଗଃରେ ସାସ୍‌ ଦଃରି ସିକ୍ୟା ଦେଉଁକ୍‌ଦଃର୍ଲା । ମଃତର୍‌ ପ୍ରିସ୍କିଲା ଆର୍‌ ଆକିଲା ତାର୍‌ କଃତା ସୁଣି ତାକାର୍‌ ସଃଙ୍ଗ୍ ନୟ୍‌ ଅଃଦିକ୍‌ ନିକ କଃରି ଇସ୍ୱରାର୍‌ ବାଟ୍‌ କଃତା ସେମଃନ୍ ବୁଜାୟ୍‌ଲାୟ୍‌ ।
27 ସେ ଆଖାୟା ଦେଶକୁ ଯିବା ପାଇଁ ଇଚ୍ଛା କରିବାରୁ ଭାଇମାନେ ତାହାଙ୍କୁ ଉତ୍ସାହ ଦେଇ ତାହାଙ୍କୁ ଗ୍ରହଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଲେଖିଲେ। ସେ ସେଠାରେ ଉପସ୍ଥିତ ହୋଇ, ଯେଉଁମାନେ ବିଶ୍ୱାସ କରିଥିଲେ, ଈଶ୍ବରଙ୍କ ଅନୁଗ୍ରହ ଦ୍ୱାରା ସେମାନଙ୍କର ବହୁତ ଉପକାର କଲେ,
ସେ ଆକାୟା ଦେସ୍‌କେ ଜଃଉଁକେ ମଃନ୍‌କଃଲାକ୍‌ ବାୟ୍‌ମଃନ୍ ତାକେ ବଃର୍ସା ଦଃୟ୍‌ ତାକେ ଆଗଳି ଦଃରୁକ୍‌ ଚେଲାମଃନ୍‌କେ ଚିଟି ଲେକ୍‌ଲାୟ୍‌ । ସେ ସେତି ହଚି ଜୁୟ୍‌ମଃନ୍‌ ସଃତ୍‌କଃରି ରିଲାୟ୍‌, ଇସ୍ୱର୍‌ ଦଃୟା ତଃୟ୍‌ ସେମଃନାର୍‌ କଃତେକ୍‌ ଉହ୍‌କାର୍‌ କଃଲା ।
28 କାରଣ ଯୀଶୁ ଯେ ଖ୍ରୀଷ୍ଟ, ଏହା ଧର୍ମଶାସ୍ତ୍ର ଦ୍ୱାରା ପ୍ରମାଣ କରି ସେ ପ୍ରକାଶରେ ଶକ୍ତି ସହିତ ଯିହୁଦୀମାନଙ୍କର ଯୁକ୍ତିସବୁ ଖଣ୍ଡନ କରିବାକୁ ଲାଗିଲେ।
କାୟ୍‌ତାକ୍‌ବଃଲେକ୍‌ ଜିସୁ ଜେ କ୍ରିସ୍ଟ, ଇରି ଦଃର୍ମ୍‌ ସାସ୍ତର୍‌ ତଃୟ୍‌ହୁଣି ବୁଜାୟ୍‌ ସେ ଡାକେହାକେ ସଃକ୍ତିର୍‌ ସଃଙ୍ଗ୍ ଜିଉଦିମଃନାର୍‌ କଃତାକ୍‌ କାଟ୍‌ତିରିଲା ।

< ପ୍ରେରିତ 18 >