< ୨ ପିତର 1 >
1 ଶିମୋନ ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଦାସ ଓ ପ୍ରେରିତ, ଆମ୍ଭମାନଙ୍କ ଈଶ୍ବର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଧାର୍ମିକତା ହେତୁ ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବରେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ କରିଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି।
ଯେ ଜନା ଅସ୍ମାଭିଃ ସାର୍ଦ୍ଧମ୍ ଅସ୍ତଦୀଶ୍ୱରେ ତ୍ରାତରି ଯୀଶୁଖ୍ରୀଷ୍ଟେ ଚ ପୁଣ୍ୟସମ୍ବଲିତୱିଶ୍ୱାସଧନସ୍ୟ ସମାନାଂଶିତ୍ୱଂ ପ୍ରାପ୍ତାସ୍ତାନ୍ ପ୍ରତି ଯୀଶୁଖ୍ରୀଷ୍ଟସ୍ୟ ଦାସଃ ପ୍ରେରିତଶ୍ଚ ଶିମୋନ୍ ପିତରଃ ପତ୍ରଂ ଲିଖତି|
2 ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ବିଷୟକ ଜ୍ଞାନ ଦ୍ୱାରା ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ଓ ଶାନ୍ତି ପ୍ରଚୁର ପରିମାଣରେ ହେଉ।
ଈଶ୍ୱରସ୍ୟାସ୍ମାକଂ ପ୍ରଭୋ ର୍ୟୀଶୋଶ୍ଚ ତତ୍ୱଜ୍ଞାନେନ ଯୁଷ୍ମାସ୍ୱନୁଗ୍ରହଶାନ୍ତ୍ୟୋ ର୍ବାହୁଲ୍ୟଂ ୱର୍ତ୍ତତାଂ|
3 ଈଶ୍ବର ଆପଣା ଗୌରବ ଓ ସଦ୍ଗୁଣରେ ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ତାହାଙ୍କ ବିଷୟକ ଜ୍ଞାନ ଦ୍ୱାରା ତାହାଙ୍କ ଐଶ୍ବରୀୟ ଶକ୍ତି ଆମ୍ଭମାନଙ୍କୁ ଜୀବନ ଓ ଧର୍ମପରାୟଣତା ନିମନ୍ତେ ସମସ୍ତ ଆବଶ୍ୟକୀୟ ବିଷୟ ଦାନ କରିଅଛି।
ଜୀୱନାର୍ଥମ୍ ଈଶ୍ୱରଭକ୍ତ୍ୟର୍ଥଞ୍ଚ ଯଦ୍ୟଦ୍ ଆୱଶ୍ୟକଂ ତତ୍ ସର୍ୱ୍ୱଂ ଗୌରୱସଦ୍ଗୁଣାଭ୍ୟାମ୍ ଅସ୍ମଦାହ୍ୱାନକାରିଣସ୍ତତ୍ତ୍ୱଜ୍ଞାନଦ୍ୱାରା ତସ୍ୟେଶ୍ୱରୀଯଶକ୍ତିରସ୍ମଭ୍ୟଂ ଦତ୍ତୱତୀ|
4 ସେ ଆମ୍ଭମାନଙ୍କୁ ବହୁମୂଲ୍ୟ ଓ ଅତି ମହତ ପ୍ରତିଜ୍ଞାମାନ ଦାନ କରିଅଛନ୍ତି, ଯେପରି ସେହିସବୁ ଦ୍ୱାରା ତୁମ୍ଭେମାନେ କୁଅଭିଳାଷରୁ ଜାତ ଯେଉଁ ବିନାଶ ଜଗତରେ ଅଛି, ସେଥିରୁ ରକ୍ଷା ପାଇ ଐଶ୍ବରୀୟ ସ୍ୱଭାବର ସହଭାଗୀ ହୁଅ।
ତତ୍ସର୍ୱ୍ୱେଣ ଚାସ୍ମଭ୍ୟଂ ତାଦୃଶା ବହୁମୂଲ୍ୟା ମହାପ୍ରତିଜ୍ଞା ଦତ୍ତା ଯାଭି ର୍ୟୂଯଂ ସଂସାରୱ୍ୟାପ୍ତାତ୍ କୁତ୍ସିତାଭିଲାଷମୂଲାତ୍ ସର୍ୱ୍ୱନାଶାଦ୍ ରକ୍ଷାଂ ପ୍ରାପ୍ୟେଶ୍ୱରୀଯସ୍ୱଭାୱସ୍ୟାଂଶିନୋ ଭୱିତୁଂ ଶକ୍ନୁଥ|
5 ହଁ, ଏହି କାରଣରୁ ତୁମ୍ଭେମାନେ ଅତି ଯତ୍ନ ସହକାରେ ବିଶ୍ୱାସ ଦ୍ୱାରା ସଦ୍ଗୁଣ, ସଦ୍ଗୁଣ ଦ୍ୱାରା ଜ୍ଞାନ,
ତତୋ ହେତୋ ର୍ୟୂଯଂ ସମ୍ପୂର୍ଣଂ ଯତ୍ନଂ ୱିଧାଯ ୱିଶ୍ୱାସେ ସୌଜନ୍ୟଂ ସୌଜନ୍ୟେ ଜ୍ଞାନଂ
6 ଜ୍ଞାନ ଦ୍ୱାରା ସଂଯମ, ସଂଯମ ଦ୍ୱାରା ଧୈର୍ଯ୍ୟ, ଧୈର୍ଯ୍ୟ ଦ୍ୱାରା ଧର୍ମପରାୟଣତା,
ଜ୍ଞାନ ଆଯତେନ୍ଦ୍ରିଯତାମ୍ ଆଯତେନ୍ଦ୍ରିଯତାଯାଂ ଧୈର୍ୟ୍ୟଂ ଧୈର୍ୟ୍ୟ ଈଶ୍ୱରଭକ୍ତିମ୍
7 ଧର୍ମପରାୟଣତା ଦ୍ୱାରା ଭ୍ରାତୃପ୍ରେମ, ପୁଣି, ଭ୍ରାତୃପ୍ରେମ ଦ୍ୱାରା ପ୍ରେମ ଲାଭ କର।
ଈଶ୍ୱରଭକ୍ତୌ ଭ୍ରାତୃସ୍ନେହେ ଚ ପ୍ରେମ ଯୁଙ୍କ୍ତ|
8 ଏହିସବୁ ତୁମ୍ଭମାନଙ୍କଠାରେ ବୃଦ୍ଧି ପାଇଲେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ଲାଭ କରିବା ନିମନ୍ତେ ତୁମ୍ଭମାନଙ୍କୁ ଶିଥିଳ ଓ ଫଳଶୂନ୍ୟ ହେବାକୁ ଦେବ ନାହିଁ।
ଏତାନି ଯଦି ଯୁଷ୍ମାସୁ ୱିଦ୍ୟନ୍ତେ ୱର୍ଦ୍ଧନ୍ତେ ଚ ତର୍ହ୍ୟସ୍ମତ୍ପ୍ରଭୋ ର୍ୟୀଶୁଖ୍ରୀଷ୍ଟସ୍ୟ ତତ୍ତ୍ୱଜ୍ଞାନେ ଯୁଷ୍ମାନ୍ ଅଲସାନ୍ ନିଷ୍ଫଲାଂଶ୍ଚ ନ ସ୍ଥାପଯିଷ୍ୟନ୍ତି|
9 ମାତ୍ର ଏହିସବୁ ଯାହାଠାରେ ନାହିଁ, ସେ ଦୂରଦର୍ଶୀ ନ ହୋଇ ଅନ୍ଧ ହୋଇଅଛି, ପୁଣି, ଆପଣା ପୂର୍ବକୃତ ପାପରୁ ପରିଷ୍କୃତ ହେବା ବିଷୟ ପାସୋରି ଯାଇଅଛି।
କିନ୍ତ୍ୱେତାନି ଯସ୍ୟ ନ ୱିଦ୍ୟନ୍ତେ ସୋ ଽନ୍ଧୋ ମୁଦ୍ରିତଲୋଚନଃ ସ୍ୱକୀଯପୂର୍ୱ୍ୱପାପାନାଂ ମାର୍ଜ୍ଜନସ୍ୟ ୱିସ୍ମୃତିଂ ଗତଶ୍ଚ|
10 ଅତଏବ, ହେ ଭାଇମାନେ, ତୁମ୍ଭେମାନେ ଆପଣା ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ନିମନ୍ତେ ଅଧିକ ଯତ୍ନଶୀଳ ହୁଅ; ଯେଣୁ ଏପରି କଲେ ତୁମ୍ଭେମାନେ କେବେ ହେଁ ଝୁଣ୍ଟିପଡ଼ିବ ନାହିଁ।
ତସ୍ମାଦ୍ ହେ ଭ୍ରାତରଃ, ଯୂଯଂ ସ୍ୱକୀଯାହ୍ୱାନୱରଣଯୋ ର୍ଦୃଢକରଣେ ବହୁ ଯତଧ୍ୱଂ, ତତ୍ କୃତ୍ୱା କଦାଚ ନ ସ୍ଖଲିଷ୍ୟଥ|
11 ଆଉ ଏହି ପ୍ରକାରେ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କୁ ଦିଆଯିବ। (aiōnios )
ଯତୋ ଽନେନ ପ୍ରକାରେଣାସ୍ମାକଂ ପ୍ରଭୋସ୍ତ୍ରାତୃ ର୍ୟୀଶୁଖ୍ରୀଷ୍ଟସ୍ୟାନନ୍ତରାଜ୍ୟସ୍ୟ ପ୍ରୱେଶେନ ଯୂଯଂ ସୁକଲେନ ଯୋଜଯିଷ୍ୟଧ୍ୱେ| (aiōnios )
12 ଅତଏବ, ତୁମ୍ଭେମାନେ ଯଦ୍ୟପି ଏହିସବୁ ବିଷୟ ଜାଣ ଓ ପ୍ରାପ୍ତ ସତ୍ୟରେ ସ୍ଥିରୀକୃତ ହୋଇଅଛ, ତଥାପି ମୁଁ ଏହିସବୁ ବିଷୟ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ସର୍ବଦା ପ୍ରସ୍ତୁତ ହୋଇ ରହିବି।
ଯଦ୍ୟପି ଯୂଯମ୍ ଏତତ୍ ସର୍ୱ୍ୱଂ ଜାନୀଥ ୱର୍ତ୍ତମାନେ ସତ୍ୟମତେ ସୁସ୍ଥିରା ଭୱଥ ଚ ତଥାପି ଯୁଷ୍ମାନ୍ ସର୍ୱ୍ୱଦା ତତ୍ ସ୍ମାରଯିତୁମ୍ ଅହମ୍ ଅଯତ୍ନୱାନ୍ ନ ଭୱିଷ୍ୟାମି|
13 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋତେ ଯେପରି ଜଣାଇ ଅଛନ୍ତି, ତଦନୁସାରେ ଶୀଘ୍ର ମୋତେ ଏହି ଶରୀରରୂପ ତମ୍ବୁ ଯେ ତ୍ୟାଗ କରିବାକୁ ହେବ,
ଯାୱଦ୍ ଏତସ୍ମିନ୍ ଦୂଷ୍ୟେ ତିଷ୍ଠାମି ତାୱଦ୍ ଯୁଷ୍ମାନ୍ ସ୍ମାରଯନ୍ ପ୍ରବୋଧଯିତୁଂ ୱିହିତଂ ମନ୍ୟେ|
14 ଏହା ଜାଣି, ଯେପର୍ଯ୍ୟନ୍ତ ଏହି ତମ୍ବୁରେ ଥାଏ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ସ୍ମରଣ କରାଇ ଜାଗ୍ରତ କରାଇବା ବିହିତ ମନେ କରୁଅଛି।
ଯତୋ ଽସ୍ମାକଂ ପ୍ରଭୁ ର୍ୟୀଶୁଖ୍ରୀଷ୍ଟୋ ମାଂ ଯତ୍ ଜ୍ଞାପିତୱାନ୍ ତଦନୁସାରାଦ୍ ଦୂଷ୍ୟମେତତ୍ ମଯା ଶୀଘ୍ରଂ ତ୍ୟକ୍ତୱ୍ୟମ୍ ଇତି ଜାନାମି|
15 ଆଉ ମୋହର ମହାପ୍ରସ୍ଥାନ ଉତ୍ତାରେ ତୁମ୍ଭେମାନେ ଏହି ସମସ୍ତ ବିଷୟ ଯେପରି ସର୍ବଦା ସ୍ମରଣରେ ଆଣି ପାରିବ, ଏଥିନିମନ୍ତେ ମୁଁ ଯତ୍ନ କରିବି।
ମମ ପରଲୋକଗମନାତ୍ ପରମପି ଯୂଯଂ ଯଦେତାନି ସ୍ମର୍ତ୍ତୁଂ ଶକ୍ଷ୍ୟଥ ତସ୍ମିନ୍ ସର୍ୱ୍ୱଥା ଯତିଷ୍ୟେ|
16 କାରଣ ଆମ୍ଭେମାନେ ଯେତେବେଳେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଓ ଆଗମନ କଥା ତୁମ୍ଭମାନଙ୍କୁ ଜଣାଇଲୁ, ସେତେବେଳେ ଚତୁରତା ସହ କଳ୍ପିତ କୌଣସି କାହାଣୀ ଅବଲମ୍ବନ କରି ନ ଥିଲୁ, ମାତ୍ର ତାହାଙ୍କ ମହିମାର ଚାକ୍ଷୁଷ ସାକ୍ଷୀ ହୋଇଥିଲୁ।
ଯତୋ ଽସ୍ମାକଂ ପ୍ରଭୋ ର୍ୟୀଶୁଖ୍ରୀଷ୍ଟସ୍ୟ ପରାକ୍ରମଂ ପୁନରାଗମନଞ୍ଚ ଯୁଷ୍ମାନ୍ ଜ୍ଞାପଯନ୍ତୋ ୱଯଂ କଲ୍ପିତାନ୍ୟୁପାଖ୍ୟାନାନ୍ୟନ୍ୱଗଚ୍ଛାମେତି ନହି କିନ୍ତୁ ତସ୍ୟ ମହିମ୍ନଃ ପ୍ରତ୍ୟକ୍ଷସାକ୍ଷିଣୋ ଭୂତ୍ୱା ଭାଷିତୱନ୍ତଃ|
17 ଯେଣୁ ଯେତେବେଳେ ମହା ଗୌରବ ମଧ୍ୟରୁ ତାହାଙ୍କ ପ୍ରତି ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ସେତେବେଳେ ସେ ପିତା ଈଶ୍ବରଙ୍କଠାରୁ ସମ୍ଭ୍ରମ ଓ ଗୌରବପ୍ରାପ୍ତ ହେଲେ;
ଯତଃ ସ ପିତୁରୀଶ୍ୱରାଦ୍ ଗୌରୱଂ ପ୍ରଶଂସାଞ୍ଚ ପ୍ରାପ୍ତୱାନ୍ ୱିଶେଷତୋ ମହିମଯୁକ୍ତତେଜୋମଧ୍ୟାଦ୍ ଏତାଦୃଶୀ ୱାଣୀ ତଂ ପ୍ରତି ନିର୍ଗତୱତୀ, ଯଥା, ଏଷ ମମ ପ୍ରିଯପୁତ୍ର ଏତସ୍ମିନ୍ ମମ ପରମସନ୍ତୋଷଃ|
18 ଆମ୍ଭେମାନେ ତାହାଙ୍କ ସହିତ ପବିତ୍ର ପର୍ବତରେ ଥିବାବେଳେ ନିଜେ ଆକାଶରୁ ନିର୍ଗତ ଏହି ବାଣୀ ଶୁଣିଲୁ।
ସ୍ୱର୍ଗାତ୍ ନିର୍ଗତେଯଂ ୱାଣୀ ପୱିତ୍ରପର୍ୱ୍ୱତେ ତେନ ସାର୍ଦ୍ଧଂ ୱିଦ୍ୟମାନୈରସ୍ମାଭିରଶ୍ରାୱି|
19 ଏଥିରେ ଭାବବାଣୀ ଆମ୍ଭମାନଙ୍କ ନିକଟରେ ଅଧିକ ଦୃଢ଼ ହୋଇଅଛି; ତୁମ୍ଭେମାନେ ତାହା ଅନ୍ଧକାରମୟ ସ୍ଥାନରେ ପ୍ରଜ୍ୱଳିତ ହେଉଥିବା ପ୍ରଦୀପ ସଦୃଶ ମନେ କରି ରାତ୍ରି ପାହାନ୍ତା ନ ହେବା ପର୍ଯ୍ୟନ୍ତ ଓ ତୁମ୍ଭମାନଙ୍କ ହୃଦୟରେ ପ୍ରଭାତୀତାରା ଉଦିତ ନ ହେବା ପର୍ଯ୍ୟନ୍ତ ତାହା ପ୍ରତି ମନୋଯୋଗ କଲେ ଭଲ ହେବ।
ଅପରମ୍ ଅସ୍ମତ୍ସମୀପେ ଦୃଢତରଂ ଭୱିଷ୍ୟଦ୍ୱାକ୍ୟଂ ୱିଦ୍ୟତେ ଯୂଯଞ୍ଚ ଯଦି ଦିନାରମ୍ଭଂ ଯୁଷ୍ମନ୍ମନଃସୁ ପ୍ରଭାତୀଯନକ୍ଷତ୍ରସ୍ୟୋଦଯଞ୍ଚ ଯାୱତ୍ ତିମିରମଯେ ସ୍ଥାନେ ଜ୍ୱଲନ୍ତଂ ପ୍ରଦୀପମିୱ ତଦ୍ ୱାକ୍ୟଂ ସମ୍ମନ୍ୟଧ୍ୱେ ତର୍ହି ଭଦ୍ରଂ କରିଷ୍ୟଥ|
20 ପ୍ରଥମରେ ଏହା ଜ୍ଞାତ ହୁଅ ଯେ, ଶାସ୍ତ୍ରର କୌଣସି ଭାବବାଣୀ ସ୍ୱତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ,
ଶାସ୍ତ୍ରୀଯଂ କିମପି ଭୱିଷ୍ୟଦ୍ୱାକ୍ୟଂ ମନୁଷ୍ୟସ୍ୟ ସ୍ୱକୀଯଭାୱବୋଧକଂ ନହି, ଏତଦ୍ ଯୁଷ୍ମାଭିଃ ସମ୍ୟକ୍ ଜ୍ଞାଯତାଂ|
21 କାରଣ କୌଣସି ଭାବବାଣୀ କେବେ ହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ଈଶ୍ବର ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ କଥା କହିଥିଲେ।
ଯତୋ ଭୱିଷ୍ୟଦ୍ୱାକ୍ୟଂ ପୁରା ମାନୁଷାଣାମ୍ ଇଚ୍ଛାତୋ ନୋତ୍ପନ୍ନଂ କିନ୍ତ୍ୱୀଶ୍ୱରସ୍ୟ ପୱିତ୍ରଲୋକାଃ ପୱିତ୍ରେଣାତ୍ମନା ପ୍ରୱର୍ତ୍ତିତାଃ ସନ୍ତୋ ୱାକ୍ୟମ୍ ଅଭାଷନ୍ତ|