< ଦ୍ୱିତୀୟ ରାଜାବଳୀ 24 >

1 ଯିହୋୟାକୀମ୍‍ଙ୍କ ରାଜତ୍ୱ ସମୟରେ ବାବିଲର ରାଜା ନବୂଖଦ୍‍ନିତ୍ସର ଯିହୁଦା ଉପରେ ଆକ୍ରମଣ କଲେ, ପୁଣି ଯିହୋୟାକୀମ୍‍ ତିନି ବର୍ଷ ତାହାର ଦାସ ହେଲେ; ତହିଁ ଉତ୍ତାରେ ସେ ଫେରି ତାହାର ବିଦ୍ରୋହୀ ହେଲେ।
Uti hans tid drog NebucadNezar upp, Konungen i Babel, och Jojakim vardt honom underdånig i tre år. Och han vände sig om, och föll ifrå honom.
2 ଏଥିଉତ୍ତାରେ ସଦାପ୍ରଭୁ ତାଙ୍କ ବିରୁଦ୍ଧରେ କଲ୍‍ଦୀୟ ସୈନ୍ୟଦଳ ଓ ଅରାମୀୟ ସୈନ୍ୟଦଳ ଓ ମୋୟାବୀୟ ସୈନ୍ୟଦଳ ଓ ଅମ୍ମୋନ-ସନ୍ତାନମାନଙ୍କ ସୈନ୍ୟଦଳ ପ୍ରେରଣ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ଯାହା କହିଥିଲେ, ଆପଣାର ସେହି ବାକ୍ୟାନୁସାରେ ଯିହୁଦାକୁ ବିନାଶ କରିବା ପାଇଁ ତହିଁ ବିରୁଦ୍ଧରେ ସେମାନଙ୍କୁ ପ୍ରେରଣ କଲେ।
Och Herren lät komma öfver honom krigsfolk, utu Chaldeen, utu Syrien, utu Moab, och ifrån Ammons barn; och lät komma dem i Juda, att de skulle förderfva honom, efter Herrans ord, det han talat hade genom sina tjenare Propheterna.
3 ପ୍ରକୃତରେ ମନଃଶିର ପାପ ସକାଶୁ, ତାହାର ସମସ୍ତ କୃତକର୍ମାନୁସାରେ,
Men det skedde Juda alltså, efter Herrans ord, på det han skulle kasta dem ifrå sitt ansigte för Manasse synds skull, som han gjort hade;
4 ଓ ମଧ୍ୟ ସେ ନିର୍ଦ୍ଦୋଷ ରକ୍ତପାତ କରିବା ସକାଶୁ, ଯିହୁଦାକୁ ଆପଣା ଦୃଷ୍ଟିରୁ ଦୂର କରିବା ଲାଗି ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ପ୍ରତି ଏହା ଘଟିଲା; କାରଣ ମନଃଶି ନିର୍ଦ୍ଦୋଷ ରକ୍ତରେ ଯିରୂଶାଲମକୁ ପରିପୂର୍ଣ୍ଣ କଲା, ପୁଣି ସଦାପ୍ରଭୁ କ୍ଷମା କରିବାକୁ ସମ୍ମତ ହେଲେ ନାହିଁ।
Och för det oskyldiga blods skull, som han utgöt, och gjorde Jerusalem fullt med oskyldigt blod; och derföre ville Herren icke förlåtat.
5 ଏହି ଯିହୋୟାକୀମ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
Hvad nu mer af Jojakim sägandes är, och allt det han gjort hafver, si, det är skrifvet uti Juda Konungars Chrönico.
6 ଏଥିଉତ୍ତାରେ ଯିହୋୟାକୀମ୍‍ ମୃତ୍ୟୁବରଣ କଲେ; ତହୁଁ ତାଙ୍କର ପୁତ୍ର ଯିହୋୟାଖୀନ୍‍ ତାଙ୍କର ପଦରେ ରାଜ୍ୟ କଲେ।
Och Jojakim afsomnade med sina fäder, och hans son Jojachin vardt Konung i hans stad.
7 ଏଥିଉତ୍ତାରେ ମିସରର ରାଜା ପୁନର୍ବାର ଆପଣା ଦେଶରୁ ଆଉ ଆସିଲେ ନାହିଁ; କାରଣ ବାବିଲର ରାଜା ମିସରର ନଦୀଠାରୁ ଫରାତ୍‍ ନଦୀ ପର୍ଯ୍ୟନ୍ତ ମିସରୀୟ ରାଜାଙ୍କର ସମସ୍ତ ଅଧିକାର ହସ୍ତଗତ କରିଥିଲେ।
Och Konungen i Egypten drog icke mer utu sitt land; förty Konungen i Babel hade honom borttagit allt det som Konungens i Egypten var, ifrån Egypti bäck allt intill den älfven Phrath.
8 ଯିହୋୟାଖୀନ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଅଠର ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ତିନି ମାସ ରାଜ୍ୟ କଲେ। ତାଙ୍କର ମାତାଙ୍କର ନାମ ନହୁଷ୍ଟା, ସେ ଯିରୂଶାଲମ ନିବାସୀ ଇଲ୍‍ନାଥନ୍‍ର କନ୍ୟା।
Aderton åra gammal var Jojachin, då han Konung vardt, och regerade tre månader i Jerusalem; hans moder het Nehustha, Elnathans dotter af Jerusalem.
9 ଯିହୋୟାଖୀନ୍‍ ଆପଣା ପିତାଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
Och han gjorde det ondt var för Herranom, såsom hans fader gjort hade.
10 ସେସମୟରେ ବାବିଲର ରାଜା ନବୂଖଦ୍‍ନିତ୍ସରର ଦାସମାନେ ଯିରୂଶାଲମକୁ ଆସିଲେ, ତହିଁରେ ନଗର ଅବରୁଦ୍ଧ ହେଲା।
På den tiden drogo NebucadNezars Konungens tjenare i Babel upp till Jerusalem, och kringlade staden med bålverk.
11 ପୁଣି ତାହାର ଦାସମାନେ ଅବରୋଧ କରୁଥିବା ସମୟରେ ବାବିଲର ରାଜା ନବୂଖଦ୍‍ନିତ୍ସର ନଗରରେ ଉପସ୍ଥିତ ହେଲା।
Och då NebucadNezar kom till staden med sina tjenare, belade han honom.
12 ତହିଁରେ ଯିହୁଦାର ରାଜା ଯିହୋୟାଖୀନ୍‍ ଓ ତାଙ୍କର ମାତା ଓ ତାଙ୍କର ଦାସମାନେ ଓ ତାଙ୍କର ଅଧିପତିମାନେ ଓ ତାଙ୍କର ନପୁଂସକମାନେ ବାବିଲ ରାଜା ନିକଟକୁ ବାହାରିଗଲେ; ପୁଣି ବାବିଲ ରାଜା ଆପଣା ରାଜତ୍ଵର ଅଷ୍ଟମ ବର୍ଷରେ ତାଙ୍କୁ ଧରିଲା।
Men Jojachin, Juda Konung, gick ut till Konungen af Babel med sine moder, med sina tjenare, med sina öfverstar och kamererare. Och Konungen af Babel anammade honom i lians rikes åttonde åre;
13 ଆଉ ନବୂଖଦ୍‍ନିତ୍ସର ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ସେସ୍ଥାନରୁ ସଦାପ୍ରଭୁଙ୍କ ଗୃହର ସମସ୍ତ ଧନ ଓ ରାଜଗୃହର ଧନ ନେଇଗଲା ଓ ଇସ୍ରାଏଲର ରାଜା ଶଲୋମନ ସଦାପ୍ରଭୁଙ୍କ ମନ୍ଦିରରେ ଯେସକଳ ସ୍ୱର୍ଣ୍ଣମୟ ପାତ୍ର ନିର୍ମାଣ କରିଥିଲେ, ତାହାସବୁ ଖଣ୍ଡ ଖଣ୍ଡ କରି କାଟି ପକାଇଲା।
Och tog ut dädan alla håfvor uti Herrans hus, och i Konungshuset; och slog sönder all gyldene kärile, som Salomo, Israels Konung, gjort hade uti Herrans tempel, såsom Herren sagt hade;
14 ଆହୁରି ସେ ଯିରୂଶାଲମର ସମଗ୍ର ଲୋକଙ୍କୁ ଓ ଅଧିପତି ସମସ୍ତଙ୍କୁ ଓ ମହାବିକ୍ରମଶାଳୀ ଲୋକ ସମସ୍ତଙ୍କୁ, ଏପରି ଦଶ ସହସ୍ର ବନ୍ଦୀଙ୍କୁ, ଆଉ ସମସ୍ତ ଶିଳ୍ପକାର ଓ କର୍ମକାରମାନଙ୍କୁ ନେଇଗଲା। ଦେଶର ନିତାନ୍ତ ଦରିଦ୍ର ଲୋକ ଛଡ଼ା ଆଉ କେହି ଅବଶିଷ୍ଟ ରହିଲେ ନାହିଁ।
Och förde bort hela Jerusalem, alla öfverstar, alla väldiga, tiotusend fångar, och alla timbermän, och alla smeder, och lät intet qvart blifva, utan det ringesta folket i landena;
15 ଆହୁରି ନବୂଖଦ୍‍ନିତ୍ସର ଯିହୋୟାଖୀନ୍‍ଙ୍କୁ ବାବିଲକୁ ନେଇଗଲା ଏବଂ ରାଜାଙ୍କ ମାତାକୁ ଓ ରାଜାଙ୍କର ପତ୍ନୀମାନଙ୍କୁ ଓ ତାଙ୍କର ନପୁଂସକମାନଙ୍କୁ ଓ ଦେଶର ପ୍ରଧାନ ଲୋକମାନଙ୍କୁ ସେ ଯିରୂଶାଲମରୁ ବନ୍ଦୀ କରି ବାବିଲକୁ ନେଇଗଲା।
Och förde bort Jojachin till Babel, Konungens moder, Konungens hustrur, och hans kamererare; desslikes de myndiga i landena förde han ock fångna bort ifrå Jerusalem till Babel;
16 ଆଉ ସମସ୍ତ ବଳବାନ ଲୋକଙ୍କୁ, ଅର୍ଥାତ୍‍, ସାତ ସହସ୍ର ଲୋକଙ୍କୁ ଓ ଏକ ସହସ୍ର ଶିଳ୍ପକାର ଓ କର୍ମକାର ଲୋକଙ୍କୁ ବାବିଲ ରାଜା ବନ୍ଦୀ କରି ବାବିଲକୁ ନେଇଗଲା, ଏସମସ୍ତେ ବଳବାନ ଓ ଯୁଦ୍ଧଯୋଗ୍ୟ ଥିଲେ।
Och hvad bästa folket var, sjutusend, och de timbermän och smeder, tusende, alle starke krigsmän. Och Konungen af Babel förde dem till Babel.
17 ପୁଣି ବାବିଲର ରାଜା ଯିହୋୟାଖୀନ୍‍ର ପିତୃବ୍ୟ ମତ୍ତନୀୟଙ୍କୁ ତାଙ୍କର ପଦରେ ରାଜା କଲା ଓ ତାଙ୍କ ନାମ ବଦଳାଇ ସିଦିକୀୟ ରଖିଲା।
Och Konungen af Babel gjorde Matthania, hans faderbroder, till Konung i hans stad, och förvände hans namn Zedekia.
18 ସିଦିକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ ଏକୋଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କର ନାମ ହମୁଟଲ୍‍; ସେ ଲିବ୍‍ନା ନିବାସୀ ଯିରିମୀୟର କନ୍ୟା।
Ett och tjugu år gammal var Zedekia, då han vardt Konung, och regerade ellofva år i Jerusalem; hans moder het Hamital, Jeremia dotter af Libna.
19 ଆଉ ସେ ଯିହୋୟାକୀମ୍‍ଙ୍କର କୃତ ସମସ୍ତ କର୍ମାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
Och han gjorde det ondt var för Herranom, såsom Jojakim gjort hade.
20 କାରଣ ସଦାପ୍ରଭୁଙ୍କ କ୍ରୋଧ ସକାଶୁ ସେ ସେମାନଙ୍କୁ ଆପଣା ଛାମୁରୁ ଦୂର ନ କରିବା ପର୍ଯ୍ୟନ୍ତ ଯିରୂଶାଲମ ଓ ଯିହୁଦା ପ୍ରତି ଏପରି ଘଟଣା ଘଟିଲା; ଆଉ ସିଦିକୀୟ ବାବିଲ ରାଜା ନବୂଖଦ୍‍ନିତ୍ସରର ବିଦ୍ରୋହୀ ହେଲେ।
Ty det skedde alltså med Jerusalem och Juda utaf Herrans vrede, tilldess han kastade dem bort ifrå sitt ansigte. Och Zedekia vardt affällig ifrå Konungenom i Babel.

< ଦ୍ୱିତୀୟ ରାଜାବଳୀ 24 >