< ଦ୍ୱିତୀୟ ରାଜାବଳୀ 16 >
1 ରମଲୀୟଙ୍କର ପୁତ୍ର ପେକହଙ୍କ ରାଜତ୍ଵର ସତର ବର୍ଷରେ ଯିହୁଦାର ରାଜା ଯୋଥମ୍ଙ୍କର ପୁତ୍ର ଆହସ୍ ରାଜତ୍ୱ କରିବାକୁ ଆରମ୍ଭ କଲେ।
Ní ọdún kẹtàdínlógún Peka ọmọ Remaliah, Ahasi ọmọ Jotamu ọba Juda bẹ̀rẹ̀ sí i jẹ ọba.
2 ଆହସ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ କୋଡ଼ିଏ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ; ପୁଣି ସେ ଆପଣା ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ନାହିଁ।
Ẹni ogún ọdún ni Ahasi nígbà tí ó bẹ̀rẹ̀ sí jẹ ọba, ó sì jẹ ọba ọdún mẹ́rìndínlógún ní Jerusalẹmu, kò sì ṣe èyí tí ó tọ́ lójú Olúwa Ọlọ́run rẹ̀, gẹ́gẹ́ bí Dafidi baba rẹ̀.
3 ମାତ୍ର ସେ ଇସ୍ରାଏଲର ରାଜାମାନଙ୍କ ପଥରେ ଚାଲିଲେ, ଆହୁରି ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରି ଦେଇଥିଲେ, ସେମାନଙ୍କ ଘୃଣାଯୋଗ୍ୟ ବ୍ୟବହାରାନୁସାରେ ସେ ଆପଣା ପୁତ୍ରକୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ।
Ṣùgbọ́n ó rìn ní ọ̀nà àwọn ọba Israẹli, nítòótọ́, ó sì sun ọmọ rẹ̀ nínú iná, gẹ́gẹ́ bí ohun ìríra àwọn orílẹ̀-èdè, tí Olúwa lé jáde níwájú àwọn ọmọ Israẹli.
4 ପୁଣି ସେ ଉଚ୍ଚସ୍ଥଳୀମାନରେ ଓ ପର୍ବତଗଣ ଉପରେ ଓ ପ୍ରତ୍ୟେକ ହରିଦ୍ବର୍ଣ୍ଣ ବୃକ୍ଷ ତଳେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
Ó sì rú ẹbọ, ó sì sun tùràrí ní àwọn ibi gíga, àti lórí àwọn òkè kéékèèké àti lábẹ́ gbogbo igi tútù.
5 ସେତେବେଳେ ଅରାମର ରାଜା ରତ୍ସୀନ ଓ ଇସ୍ରାଏଲର ରାଜା ରମଲୀୟଙ୍କର ପୁତ୍ର ପେକହ ଯୁଦ୍ଧ କରିବା ପାଇଁ ଯିରୂଶାଲମକୁ ଆସିଲେ। ପୁଣି ସେମାନେ ଆହସ୍ଙ୍କୁ ଅବରୋଧ କଲେ, ମାତ୍ର ତାଙ୍କୁ ପରାସ୍ତ କରି ପାରିଲେ ନାହିଁ।
Nígbà náà ni Resini ọba Siria àti Peka ọmọ Remaliah ọba Israẹli gòkè wá sí Jerusalẹmu láti jagun: wọ́n dó ti Ahasi, ṣùgbọ́n wọn kò lè borí rẹ̀.
6 ସେହି ସମୟରେ ଅରାମର ରାଜା ରତ୍ସୀନ, ଏଲତ୍ ନଗରକୁ ପୁନର୍ବାର ଅରାମର ଅଧୀନ କରାଇ ଯିହୁଦୀୟମାନଙ୍କୁ ଏଲତ୍ରୁ ତଡ଼ିଦେଲା। ତହିଁରେ ଅରାମୀୟମାନେ ଏଲତ୍କୁ ଆସି ଆଜି ପର୍ଯ୍ୟନ୍ତ ସେଠାରେ ବାସ କରୁଅଛନ୍ତି।
Ní àkókò náà, Resini ọba Siria gba Elati padà fún Siria, ó sì lé àwọn ènìyàn Juda kúrò ní Elati: àwọn ará Siria sì wá sí Elati, wọ́n sì ń gbé ibẹ̀ títí di òní yìí.
7 ଏଥିରେ ଆହସ୍ ଅଶୂରର ରାଜା ତିଗ୍ଲାତ୍-ପିଲେସର୍ ନିକଟକୁ ଦୂତଗଣ ପଠାଇ କହିଲେ, “ମୁଁ ତୁମ୍ଭର ଦାସ ଓ ତୁମ୍ଭର ପୁତ୍ର; ଆସ, ଅରାମର ରାଜା ହସ୍ତରୁ ଓ ଇସ୍ରାଏଲର ରାଜା ହସ୍ତରୁ ମୋତେ ଉଦ୍ଧାର କର, ଏମାନେ ମୋʼ ବିରୁଦ୍ଧରେ ଉଠୁଅଛନ୍ତି।”
Ahasi sì rán oníṣẹ́ sọ́dọ̀ Tiglat-Pileseri ọba Asiria wí pé, “Ìránṣẹ́ rẹ ni èmi, àti ọmọ rẹ; gòkè wá, kí o sì gbà mi lọ́wọ́ ọba Siria, àti lọ́wọ́ ọba Israẹli tí ó dìde sí mi.”
8 ପୁଣି ଆହସ୍ ସଦାପ୍ରଭୁଙ୍କ ଗୃହରେ ଓ ରାଜଗୃହର ଭଣ୍ଡାରରେ ପ୍ରାପ୍ତ ସୁନା ଓ ରୂପା ନେଇ ଅଶୂରର ରାଜା ନିକଟକୁ ଦର୍ଶନୀ ରୂପେ ପଠାଇଲେ।
Ahasi sì mú fàdákà àti wúrà tí a rí ní ilé Olúwa, àti nínú ìṣúra ilé ọba, ó sì rán an sí ọba Asiria ní ọrẹ.
9 ତହିଁରେ ଅଶୂରର ରାଜା ତାଙ୍କର କଥାରେ ମନୋଯୋଗ କଲା; ପୁଣି ଅଶୂରର ରାଜା ଦମ୍ମେଶକ ବିରୁଦ୍ଧରେ ଯାଇ ତାହା ହସ୍ତଗତ କରି ତହିଁର ଲୋକମାନଙ୍କୁ ବନ୍ଦୀ କରି କୀର୍ ନଗରକୁ ନେଇଗଲା ଓ ରତ୍ସୀନକୁ ବଧ କଲା।
Ọba Asiria sì gbọ́ tirẹ̀: nítorí ọba Asiria gòkè wá sí Damasku, ó sì kó o, ó sì mú un ní ìgbèkùn lọ sí Kiri, ó sì pa Resini.
10 ଏଥିଉତ୍ତାରେ ଆହସ୍ ରାଜା ଅଶୂରର ରାଜା ତିଗ୍ଲାତ୍-ପିଲେସର୍କୁ ସାକ୍ଷାତ କରିବା ପାଇଁ ଦମ୍ମେଶକକୁ ଗଲେ ଓ ଦମ୍ମେଶକରେ ଥିବା ଯଜ୍ଞବେଦି ଦେଖିଲେ; ତହିଁରେ ଆହସ୍ ରାଜା ସେହି ଯଜ୍ଞବେଦିର ସକଳ ଶିଳ୍ପକର୍ମାନୁସାରେ ତହିଁର ଆକୃତି ଓ ନମୁନା ଊରୀୟ ଯାଜକ ନିକଟକୁ ପଠାଇଲେ।
Ọba sì lọ sí Damasku láti pàdé Tiglat-Pileseri, ọba Asiria, ó sì rí pẹpẹ kan tí ó wà ní Damasku: Ahasi ọba sì rán àwòrán pẹpẹ náà, àti àpẹẹrẹ rẹ̀ sí Uriah àlùfáà, gẹ́gẹ́ bí gbogbo iṣẹ́ ọ̀nà rẹ̀.
11 ତହୁଁ ଊରୀୟ ଯାଜକ ଏକ ଯଜ୍ଞବେଦି ନିର୍ମାଣ କଲା; ଆହସ୍ ରାଜା ଦମ୍ମେଶକରୁ ଯାହା ଯାହା ପଠାଇଥିଲେ, ତଦନୁସାରେ ଆହସ୍ ରାଜା ଦମ୍ମେଶକରୁ ଆସିବା ପୂର୍ବେ ଊରୀୟ ଯାଜକ ସକଳ କର୍ମ କଲା।
Uriah àlùfáà sì kọ́ pẹpẹ náà gẹ́gẹ́ bi gbogbo èyí tí Ahasi ọba fi ránṣẹ́ sí i láti Damasku; bẹ́ẹ̀ ni Uriah àlùfáà ṣe é dé ìpadàbọ̀ Ahasi ọba láti Damasku.
12 ପୁଣି ରାଜା ଦମ୍ମେଶକରୁ ଆସିଲା ଉତ୍ତାରେ ରାଜା ସେହି ଯଜ୍ଞବେଦି ଦେଖିଲେ; ଆଉ ରାଜା ସେହି ଯଜ୍ଞବେଦି ନିକଟକୁ ଯାଇ ତହିଁ ଉପରେ ବଳିଦାନ କଲେ।
Nígbà tí ọba sì ti Damasku dé, ọba sì rí pẹpẹ náà: ọba sì súnmọ́ pẹpẹ náà, ó sì rú ẹbọ lórí rẹ̀.
13 ପୁଣି ସେ ସେହି ଯଜ୍ଞବେଦି ଉପରେ ଆପଣା ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଦଗ୍ଧ କରି ଓ ଆପଣା ପେୟ-ନୈବେଦ୍ୟ ଢାଳି ଆପଣା ମଙ୍ଗଳାର୍ଥକ ବଳିର ରକ୍ତ ଛିଞ୍ଚିଲେ।
Ó sì sun ẹbọ sísun rẹ̀ àti ọrẹ-jíjẹ rẹ̀, o si ta ohun mímu rẹ̀ sílẹ̀, ó sì wọ́n ẹ̀jẹ̀ ọrẹ àlàáfíà rẹ̀ sí ara pẹpẹ náà.
14 ଆଉ ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ପିତ୍ତଳ ଯଜ୍ଞବେଦିକୁ ମନ୍ଦିରର ସମ୍ମୁଖରୁ, ଅର୍ଥାତ୍, ଆପଣା ଯଜ୍ଞବେଦି ଓ ସଦାପ୍ରଭୁଙ୍କ ଗୃହର ମଧ୍ୟସ୍ଥାନରୁ ତାହା ଆଣି ଆପଣା ଯଜ୍ଞବେଦିର ଉତ୍ତର ଭାଗରେ ସ୍ଥାପନ କଲେ।
Ṣùgbọ́n ó mú pẹpẹ idẹ tí ó wà níwájú Olúwa kúrò láti iwájú ilé náà, láti àárín méjì pẹpẹ náà, àti ilé Olúwa, ó sì fi í sí apá àríwá pẹpẹ náà.
15 ଆହୁରି ଆହସ୍ ରାଜା ଊରୀୟ ଯାଜକକୁ ଆଜ୍ଞା ଦେଇ କହିଲେ, “ପ୍ରଭାତୀୟ ହୋମବଳି ଓ ସାୟଂକାଳୀନ ଭକ୍ଷ୍ୟ ନୈବେଦ୍ୟ ଓ ରାଜାଙ୍କର ହୋମବଳି ଓ ତାଙ୍କର ଭକ୍ଷ୍ୟ ନୈବେଦ୍ୟ, ପୁଣି ଦେଶସ୍ଥ ସମଗ୍ର ଲୋକଙ୍କ ହୋମବଳି ଓ ସେମାନଙ୍କର ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ବଡ଼ ଯଜ୍ଞବେଦି ଉପରେ ଦଗ୍ଧ କର ଓ ତହିଁ ଉପରେ ହୋମବଳିର ସବୁ ରକ୍ତ ଓ ବଳିଦାନର ସବୁ ରକ୍ତ ଛିଞ୍ଚି ଦିଅ; ମାତ୍ର ପ୍ରଶ୍ନକରଣାର୍ଥେ ପିତ୍ତଳ ଯଜ୍ଞବେଦି ମୋʼ ପାଇଁ ରହିବ।”
Ahasi ọba sì pàṣẹ fún Uriah àlùfáà, wí pé, “Lórí pẹpẹ ńlá náà ni kó o máa sun ẹbọ sísun òròwúrọ̀ àti ọrẹ-jíjẹ alaalẹ́, àti ẹbọ sísun ti ọba, àti ọrẹ-jíjẹ rẹ̀, pẹ̀lú ẹbọ sísun tí gbogbo àwọn ènìyàn ilẹ̀ náà, àti ọrẹ-jíjẹ wọn, àti ọrẹ ohun mímu wọn; kí o sì wọ́n gbogbo ẹ̀jẹ̀ ẹbọ sísun náà lórí rẹ̀, àti gbogbo ẹ̀jẹ̀ ẹbọ mìíràn, ṣùgbọ́n ní ti pẹpẹ idẹ náà èmi ó máa gbèrò ohun tí èmi ó fi ṣe.”
16 ଏହିରୂପେ ଊରୀୟ ଯାଜକ ଆହସ୍ ରାଜାଙ୍କର ଆଜ୍ଞା ପ୍ରମାଣେ ସବୁ କର୍ମ କଲା।
Báyìí ni Uriah àlùfáà ṣe, gẹ́gẹ́ bí gbogbo èyí tí Ahasi ọba pàṣẹ.
17 ପୁଣି ଆହସ୍ ରାଜା ବୈଠିକିମାନର ମଧ୍ୟଦେଶ କାଟି ତହିଁରୁ ପ୍ରକ୍ଷାଳନ-ପାତ୍ର ସ୍ଥାନାନ୍ତର କଲେ; ଆଉ ସମୁଦ୍ରରୂପ ପାତ୍ର ତଳେ ଯେଉଁ ଯେଉଁ ପିତ୍ତଳମୟ ଗୋରୁ ଥିଲା, ସେ ସବୁର ଉପରୁ ତାହା ନେଇ ପଥର ଚଟାଣ ଉପରେ ରଖିଲେ।
Ahasi ọba sì gé igi-ìpílẹ̀ àwọn àgbédúró náà, ó ṣí agbada náà kúrò lára wọn; ó sì gbé agbada ńlá náà kalẹ̀ kúrò lára àwọn màlúù idẹ tí ń bẹ lábẹ́ rẹ̀, ó sì gbé e ka ilẹ̀ tí a fi òkúta tẹ́.
18 ଆଉ ସେମାନେ ବିଶ୍ରାମବାର ନିମନ୍ତେ ମନ୍ଦିର ମଧ୍ୟରେ ଯେଉଁ ଆବୃତ ପଥ ଓ ରାଜାଙ୍କର ପ୍ରବେଶାର୍ଥେ ଯେଉଁ ବର୍ହିଦ୍ୱାର କରିଥିଲେ, ତାହା ସେ ଅଶୂରର ରାଜାର ଭୟରେ ସଦାପ୍ରଭୁଙ୍କ ମନ୍ଦିର ଆଡ଼କୁ ଫେରାଇଲେ।
Ibi ààbò fún ọjọ́ ìsinmi tí a kọ́ nínú ilé náà, àti ọ̀nà ìjáde sí òde ọba, ni ó yípadà kúrò ní ilé Olúwa nítorí ọba Asiria.
19 ଏହି ଆହସ୍ଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
Àti ìyókù ìṣe Ahasi tí ó ṣe, a kò ha kọ wọ́n sínú ìwé ọ̀rọ̀ ọjọ́ àwọn ọba Juda?
20 ଏଥିଉତ୍ତାରେ ଆହସ୍ ମୃତ୍ୟୁବରଣ କଲେ ଓ ଦାଉଦ-ନଗରରେ ଆପଣା ପିତୃଲୋକଙ୍କ ସହିତ କବର ପାଇଲେ। ତହୁଁ ତାଙ୍କର ପୁତ୍ର ହିଜକୀୟ ତାଙ୍କର ପଦରେ ରାଜ୍ୟ କଲେ।
Ahasi sì sùn pẹ̀lú àwọn baba rẹ̀, a sì sin ín pẹ̀lú àwọn baba rẹ̀ ní ìlú Dafidi: Hesekiah ọmọ rẹ̀ sì jẹ ọba ní ipò rẹ̀.