< ଦ୍ୱିତୀୟ ରାଜାବଳୀ 15 >
1 ଇସ୍ରାଏଲର ରାଜା ଯାରବୀୟାମଙ୍କ ରାଜତ୍ଵର ସତାଇଶ ବର୍ଷରେ ଯିହୁଦାର ରାଜା ଅମତ୍ସୀୟଙ୍କର ପୁତ୍ର ଅସରୀୟ ରାଜତ୍ୱ କରିବାକୁ ଆରମ୍ଭ କଲେ।
No ano vinte e sete de Jeroboão, rei de Israel, começou a reinar Azarias, filho de Amazias, rei de Judá.
2 ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଷୋଳ ବର୍ଷ ବୟସ୍କ ହୋଇଥିଲେ; ଆଉ ସେ ଯିରୂଶାଲମରେ ବାବନ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଯିଖଲୀୟା, ସେ ଯିରୂଶାଲମ ନିବାସିନୀ ଥିଲେ।
Quando começou a reinar tinha dezesseis anos, e reinou cinquenta e dois anos em Jerusalém; o nome de sua mãe foi Jecolias, de Jerusalém.
3 ପୁଣି ସେ ଆପଣା ପିତା ଅମତ୍ସୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
E fez o que era correto aos olhos do SENHOR, conforme todas as coisas que seu pai Amazias havia feito.
4 ତଥାପି ଉଚ୍ଚସ୍ଥଳୀମାନ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
Contudo, os altos não foram tirados; pois o povo ainda sacrificava e queimava incenso nos altos.
5 ପୁଣି ସଦାପ୍ରଭୁ ରାଜାଙ୍କୁ ଆଘାତ କଲେ, ତହିଁରେ ସେ ଆପଣା ମରଣ ଦିନ ପର୍ଯ୍ୟନ୍ତ କୁଷ୍ଠୀ ହୋଇ ଏକ ପୃଥକ ଗୃହରେ ବାସ କଲେ। ଆଉ ରାଜାଙ୍କର ପୁତ୍ର ଯୋଥମ୍ ଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଚାର କଲେ।
Mas o SENHOR feriu ao rei com lepra, e foi leproso até o dia de sua morte, e habitou em casa separada. Jotão, filho do rei tinha o cargo do palácio, governando o povo da terra.
6 ଏହି ଅସରୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
Os demais dos feitos de Azarias, e todas as coisas que fez, não estão escritos no livro das crônicas dos reis de Judá?
7 ଏଥିଉତ୍ତାରେ ଅସରୀୟ ମୃତ୍ୟୁବରଣ କଲେ; ତହିଁରେ ଲୋକମାନେ ତାଙ୍କୁ ଦାଉଦ-ନଗରରେ ତାଙ୍କର ପିତୃଗଣ ସହିତ କବର ଦେଲେ; ତହୁଁ ତାଙ୍କର ପୁତ୍ର ଯୋଥମ୍ ତାଙ୍କର ପଦରେ ରାଜ୍ୟ କଲେ।
Azarias descansou com seus pais, e sepultaram-no com seus pais na cidade de Davi; e Jotão, seu filho, reinou em seu lugar.
8 ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ଅଠତିରିଶି ବର୍ଷରେ ଯାରବୀୟାମଙ୍କ ପୁତ୍ର ଜିଖରୀୟ ଶମରୀୟାରେ ଇସ୍ରାଏଲ ଉପରେ ଛଅ ମାସ ରାଜ୍ୟ କଲେ।
No ano trinta e oito de Azarias rei de Judá, reinou Zacarias, filho de Jeroboão, sobre Israel por seis meses.
9 ପୁଣି ସେ ଆପଣା ପୂର୍ବପୁରୁଷମାନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ।
E fez o que era mau aos olhos do SENHOR, como seus ancestrais haviam feito; ele não se afastou dos pecados de Jeroboão, filho de Nebate, o que fez pecar a Israel.
10 ଆଉ ଯାବେଶଙ୍କର ପୁତ୍ର ଶଲ୍ଲୁମ୍ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ଓ ଲୋକମାନଙ୍କ ସମ୍ମୁଖରେ ତାଙ୍କୁ ଆଘାତ କରି ବଧ କଲେ ଓ ତାଙ୍କର ପଦରେ ରାଜ୍ୟ କଲେ।
Contra ele se conspirou Salum, filho de Jabes, e o feriu em presença do seu povo; e o matou, e reinou em seu lugar.
11 ଏହି ଜିଖରୀୟଙ୍କ ଅବଶିଷ୍ଟ ବୃତ୍ତାନ୍ତ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି।
Os demais dos feitos de Zacarias, eis que estão escritos no livro das crônicas dos reis de Israel.
12 ସଦାପ୍ରଭୁ ଯେହୂଙ୍କୁ ଏହି କଥା କହିଥିଲେ, ଯଥା, “ତୁମ୍ଭ ପୁତ୍ରମାନେ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ।” ଆଉ ସେହିପରି ହେଲା।
E esta foi a palavra do SENHOR que havia falado a Jeú, dizendo: Teus filhos até a quarta geração se sentarão no trono de Israel. E assim foi.
13 ଯିହୁଦାର ରାଜା ଉଷୀୟଙ୍କ ରାଜତ୍ଵର ଅଣଚାଳିଶ ବର୍ଷରେ ଯାବେଶଙ୍କର ପୁତ୍ର ଶଲ୍ଲୁମ୍ ରାଜତ୍ୱ କରିବାକୁ ଆରମ୍ଭ କଲେ; ଆଉ ସେ ଶମରୀୟାରେ ଏକ ମାସ କାଳ ରାଜ୍ୟ କଲେ।
Salum, filho de Jabes, começou a reinar no ano trinta e nove de Uzias rei de Judá, e reinou pelo tempo de um mês em Samaria;
14 ଆଉ ଗାଦିର ପୁତ୍ର ମନହେମ୍ ତିର୍ସାରୁ ଯାଇ ଶମରୀୟାରେ ଉପସ୍ଥିତ ହେଲେ ଓ ଯାବେଶଙ୍କର ପୁତ୍ର ଶଲ୍ଲୁମ୍ଙ୍କୁ ଶମରୀୟାରେ ଆଘାତ କରି ବଧ କଲେ, ପୁଣି ତାଙ୍କ ପଦରେ ରାଜ୍ୟ କଲେ।
Pois subiu Menaém, filho de Gadi, de Tirsa, e veio a Samaria, e feriu Salum, filho de Jabes, em Samaria, e o matou, e reinou em seu lugar.
15 ଏହି ଶଲ୍ଲୁମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କୃତ ଚକ୍ରାନ୍ତ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି।
Os demais dos feitos de Salum, e sua conspiração com que conspirou, eis que estão escritos no livro das crônicas dos reis de Israel.
16 ଏଥିଉତ୍ତାରେ ମନହେମ୍ ତିର୍ସାଠାରୁ, ତିପ୍ସହ ଓ ତନ୍ମଧ୍ୟବର୍ତ୍ତୀ ସମସ୍ତଙ୍କୁ, ପୁଣି ତିପ୍ସହର ସମସ୍ତ ଅଞ୍ଚଳକୁ ଆଘାତ କଲେ। ଲୋକମାନେ ତାଙ୍କ ପାଇଁ ନଗର ମୁକ୍ତ ନ କରିବାରୁ ସେ ତାହା ଆଘାତ କଲେ; ପୁଣି ତନ୍ମଧ୍ୟବର୍ତ୍ତିନୀ ଗର୍ଭବତୀ ସ୍ତ୍ରୀ ସମସ୍ତଙ୍କର ଉଦର ବିଦୀର୍ଣ୍ଣ କଲେ।
Então feriu Menaém a Tifsa, e a todos os que estavam nela, e também seus termos desde Tirsa; e feriu-a porque não lhe haviam aberto; e fendeu o ventre de todas as suas grávidas.
17 ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ଅଣଚାଳିଶ ବର୍ଷରେ ଗାଦିର ପୁତ୍ର ମନହେମ୍ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ଶମରୀୟାରେ ଦଶ ବର୍ଷ ରାଜ୍ୟ କଲେ।
No ano trinta e nove de Azarias, rei de Judá, reinou Menaém, filho de Gadi, sobre Israel, por dez anos, em Samaria.
18 ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ଆପଣାର ଯାବଜ୍ଜୀବନ ବିମୁଖ ହେଲେ ନାହିଁ।
E fez o que era mau aos olhos do SENHOR; ele não se afastou em todo o seu tempo dos pecados de Jeroboão, filho de Nebate, o que fez Israel pecar.
19 ଅଶୂରର ରାଜା ପୂଲ୍ ଦେଶର ବିରୁଦ୍ଧରେ ଆସନ୍ତେ, ମନହେମ୍ ଆପଣା ହସ୍ତରେ ରାଜ୍ୟ ଦୃଢ଼ କରିବା ପାଇଁ ଯେପରି ପୂଲ୍ର ହସ୍ତ ତାଙ୍କର ସହାୟ ହେବ, ଏଥିପାଇଁ ସେ ତାହାକୁ ଏକ ସହସ୍ର ତାଳନ୍ତ ରୂପା ଦେଲେ।
E veio Pul, rei da Assíria, à terra; e Menaém deu a Pul mil talentos de prata para lhe ajudasse a se firmar no reino.
20 ପୁଣି ମନହେମ୍ ଏହି ମୁଦ୍ରା ଇସ୍ରାଏଲ ମଧ୍ୟରୁ ଆଦାୟ କଲେ, ଅର୍ଥାତ୍, ଅଶୂରର ରାଜାକୁ ଦେବା ପାଇଁ ସମଗ୍ର ଧନଶାଳୀ ଲୋକଙ୍କର ପ୍ରତିଜଣଠାରୁ ପଚାଶ ଶେକଲ ଲେଖାଏଁ ରୂପା ନେଲେ, ତହିଁରେ ଅଶୂରର ରାଜା ଫେରିଗଲା ଓ ଦେଶର ସେସ୍ଥାନରେ ରହିଲା ନାହିଁ।
E impôs Menaém este dinheiro sobre Israel, sobre todos os poderosos e ricos: de cada um cinquenta siclos de prata, para dar ao rei da Assíria, e o rei da Assíria voltou, e não ficou ali na terra.
21 ଏହି ମନହେମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
Os demais dos feitos de Menaém, e todas as coisas que fez, acaso não estão escritas no livro das crônicas dos reis de Israel?
22 ଏଥିଉତ୍ତାରେ ମନହେମ୍ ମୃତ୍ୟୁବରଣ କଲେ; ତହୁଁ ତାଙ୍କର ପୁତ୍ର ପକହୀୟ ତାଙ୍କ ପଦରେ ରାଜ୍ୟ କଲେ।
Menaém descansou com seus pais, e reinou em seu lugar seu filho Pecaías.
23 ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ପଚାଶ ବର୍ଷରେ ମନହେମ୍ଙ୍କର ପୁତ୍ର ପକହୀୟ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜ୍ୟ କଲେ।
No ano cinquenta de Azarias rei de Judá, reinou Pecaías filho de Menaém sobre Israel em Samaria, dois anos.
24 ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ।
E fez o que era mau aos olhos do SENHOR: não se separou dos pecados de Jeroboão filho de Nebate, o que fez Israel pecar.
25 ଆଉ ରମଲୀୟଙ୍କର ପୁତ୍ର ପେକହ ନାମକ ତାଙ୍କର ସେନାପତି ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ତାଙ୍କୁ ଓ ତାଙ୍କ ସଙ୍ଗେ ଅର୍ଗୋବ ଓ ଅରୀୟିକୁ ଶମରୀୟାସ୍ଥ ରାଜଗୃହର ଦୁର୍ଗରେ ଆଘାତ କଲେ। ପୁଣି ତାଙ୍କ ସଙ୍ଗେ ପଚାଶ ଜଣ ଗିଲୀୟଦୀୟ ଲୋକ ଥିଲେ; ଆଉ ସେ ତାଙ୍କୁ ବଧ କରି ତାଙ୍କ ପଦରେ ରାଜ୍ୟ କଲେ।
E conspirou contra ele Peca filho de Remalias, capitão seu, e feriu-o em Samaria, no palácio da casa real, em companhia de Argobe e de Arié, e com cinquenta homens dos filhos dos gileaditas; e o matou, e reinou em seu lugar.
26 ଏହି ପକହୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି।
Os demais dos feitos de Pecaías, e todas as coisas que fez, eis que estão escritos no livro das crônicas dos reis de Israel.
27 ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ବାବନ ବର୍ଷରେ ରମଲୀୟଙ୍କର ପୁତ୍ର ପେକହ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି କୋଡ଼ିଏ ବର୍ଷ ରାଜ୍ୟ କଲେ।
No ano cinquenta e dois de Azarias rei de Judá, reinou Peca, filho de Remalias sobre Israel em Samaria; e reinou vinte anos.
28 ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସବୁ ପାପରୁ ସେ ବିମୁଖ ହେଲେ ନାହିଁ।
E fez o que era mau aos olhos do SENHOR; não se separou dos pecados de Jeroboão filho de Nebate, o que fez pecar a Israel.
29 ଇସ୍ରାଏଲର ରାଜା ପେକହଙ୍କର ସମୟରେ ଅଶୂରର ରାଜା ତିଗ୍ଲାତ୍-ପିଲେସର୍ ଆସି ଇୟୋନ୍ ଓ ଆବେଲ୍-ବେଥ୍-ମାଖା ଓ ଯାନୋହ ଓ କେଦଶ ଓ ହାସୋର ଓ ଗିଲୀୟଦ ଓ ଗାଲିଲୀ ଓ ସମୁଦାୟ ନପ୍ତାଲି ଦେଶ ହସ୍ତଗତ କଲା; ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା।
Nos dias de Peca rei de Israel, veio Tiglate-Pileser rei dos assírios, e tomou a Ijom, Abel-Bete-Maaca, e Janoa, e Quedes, e Hazor, e Gileade, e Galileia, e toda a terra de Naftali; e transportou-os à Assíria.
30 ଏଥିଉତ୍ତାରେ ଏଲାଙ୍କର ପୁତ୍ର ହୋଶେୟ ରମଲୀୟଙ୍କର ପୁତ୍ର ପେକହଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ, ପୁଣି ଉଷୀୟଙ୍କର ପୁତ୍ର ଯୋଥମ୍ଙ୍କ ରାଜତ୍ଵର କୋଡ଼ିଏ ବର୍ଷରେ ସେ ପେକହଙ୍କ ପଦରେ ରାଜ୍ୟ କଲେ।
E Oseias filho de Elá fez conspiração contra Peca filho de Remalias, e feriu-o, e o matou, e reinou em seu lugar, aos vinte anos de Jotão filho de Uzias.
31 ଏହି ପେକହଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲର ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ଅଛି।
Os demais dos feitos de Peca, e tudo o que fez, eis que está escrito no livro das crônicas dos reis de Israel.
32 ଇସ୍ରାଏଲର ରାଜା ରମଲୀୟଙ୍କର ପୁତ୍ର ପେକହଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷରେ ଯିହୁଦାର ରାଜା ଉଷୀୟଙ୍କର ପୁତ୍ର ଯୋଥମ୍ ରାଜତ୍ୱ କରିବାକୁ ଆରମ୍ଭ କଲେ।
No segundo ano de Peca filho de Remalias rei de Israel, começou a reinar Jotão filho de Uzias rei de Judá.
33 ସେ ରାଜତ୍ୱ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ। ଆଉ ତାଙ୍କ ମାତାଙ୍କର ନାମ ଯିରୁଶା, ସେ ସାଦୋକର କନ୍ୟା ଥିଲେ।
Quando começou a reinar era de vinte e cinco anos, e reinou dezesseis anos em Jerusalém. O nome de sua mãe foi Jerusa filha de Zadoque.
34 ଯୋଥମ୍ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ; ସେ ଆପଣା ପିତା ଉଷୀୟଙ୍କର ସମସ୍ତ କ୍ରିୟାନୁସାରେ କର୍ମ କଲେ।
E ele fez o que era correto aos olhos do SENHOR; fez conforme todas as coisas que havia feito seu pai Uzias.
35 ତଥାପି ଉଚ୍ଚସ୍ଥଳୀମାନ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ। ସେ ସଦାପ୍ରଭୁଙ୍କ ଗୃହର ଉପର ଦ୍ୱାର ଦୃଢ଼ କଲେ।
Com tudo isso os altos não foram tirados; que o povo sacrificava ainda, e queimava incenso nos altos. Edificou ele a porta mais alta da casa do SENHOR.
36 ଏହି ଯୋଥମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
Os demais dos feitos de Jotão, e todas as coisas que fez, não estão escritos no livro das crônicas dos reis de Judá?
37 ସେସମୟରେ ସଦାପ୍ରଭୁ ଅରାମର ରାଜା ରତ୍ସୀନକୁ ଓ ରମଲୀୟଙ୍କର ପୁତ୍ର ପେକହଙ୍କୁ ଯିହୁଦା ବିରୁଦ୍ଧରେ ପଠାଇବାକୁ ଆରମ୍ଭ କଲେ।
Naquele tempo começou o SENHOR a enviar contra Judá a Resim rei da Síria, e a Peca filho de Remalias.
38 ଏଥିଉତ୍ତାରେ ଯୋଥମ୍ ମୃତ୍ୟୁବରଣ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ନଗରରେ ଆପଣା ପିତୃଗଣ ସହିତ କବରପ୍ରାପ୍ତ ହେଲେ; ତହୁଁ ତାଙ୍କର ପୁତ୍ର ଆହସ୍ ତାଙ୍କର ପଦରେ ରାଜ୍ୟ କଲେ।
E descansou Jotão com seus pais, e foi sepultado com seus pais na cidade de Davi seu pai; e reinou em seu lugar Acaz seu filho.