< ଦ୍ବିତୀୟ ବଂଶାବଳୀ 20 >

1 ଏଥିଉତ୍ତାରେ ମୋୟାବ-ସନ୍ତାନଗଣ ଓ ଅମ୍ମୋନ-ସନ୍ତାନଗଣ ଓ ସେମାନଙ୍କ ସଙ୍ଗେ ଅମ୍ମୋନୀୟ କେତେକ ଲୋକ ଯିହୋଶାଫଟ୍‍ଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିଲେ।
Poslije toga Moabovi i Amonovi sinovi, a s njima i neki od Meunjana, zaratiše na Jošafata.
2 ଏଥିରେ କେତେକ ଲୋକ ଯିହୋଶାଫଟ୍‍ଙ୍କୁ ସମ୍ବାଦ ଦେଇ କହିଲେ, “ସମୁଦ୍ର ସେପାରିସ୍ଥ ଅରାମ ଦେଶରୁ ଏକ ମହାଜନତା ଆପଣଙ୍କ ପ୍ରତିକୂଳରେ ଆସୁଅଛନ୍ତି; ଆଉ ଦେଖନ୍ତୁ, ସେମାନେ ହତ୍‍-ସସୋନ୍‍-ତାମରରେ ଅଛନ୍ତି, (ଏହାକୁ ଐନଗଦୀ କହନ୍ତି)।”
Ali Jošafat dobi ovu vijest: “Dolazi na te veliko mnoštvo s one strane mora, iz Edoma; i eno ga u Haseson Tamaru, to jest u En Gediju.”
3 ତହିଁରେ ଯିହୋଶାଫଟ୍‍ ଭୀତ ହୋଇ ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ପ୍ରବୃତ୍ତ ହେଲେ; ପୁଣି ଯିହୁଦାର ସର୍ବତ୍ର ଉପବାସ ଘୋଷଣା କରାଇଲେ।
Jošafat se uplaši i stade tražiti Jahvu te oglasi post po svoj Judeji.
4 ଆଉ, ଯିହୁଦାର ଲୋକମାନେ ସଦାପ୍ରଭୁଙ୍କର ସାହାଯ୍ୟ ମାଗିବା ପାଇଁ ଆପଣାମାନଙ୍କୁ ଏକତ୍ର କଲେ; ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ଯିହୁଦାର ସମୁଦାୟ ନଗରରୁ ଲୋକମାନେ ଆସିଲେ।
Skupili se Judejci da traže Jahvu: dolazili iz svih judejskih gradova da ga traže.
5 ଆଉ, ଯିହୋଶାଫଟ୍‍ ନୂତନ ପ୍ରାଙ୍ଗଣ ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଗୃହରେ ଯିହୁଦାର ଓ ଯିରୂଶାଲମର ସମାଜ ମଧ୍ୟରେ ଠିଆ ହେଲେ;
Tada Jošafat ustade u judejskom zboru u Jeruzalemu, u Domu Jahvinu, pred novim predvorjem
6 ଆଉ ସେ କହିଲେ, “ହେ ସଦାପ୍ରଭୋ, ଆମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ତୁମ୍ଭେ କʼଣ ସ୍ୱର୍ଗସ୍ଥ ପରମେଶ୍ୱର ନୁହଁ? ତୁମ୍ଭେ କʼଣ ଗୋଷ୍ଠୀମାନଙ୍କ ସମୁଦାୟ ରାଜ୍ୟର କର୍ତ୍ତା ନୁହଁ? ପୁଣି, ତୁମ୍ଭ ହସ୍ତରେ ଶକ୍ତି ଓ ପରାକ୍ରମ ଅଛି, ଏଣୁ ତୁମ୍ଭର ପ୍ରତିବାଧା କରିବାକୁ କେହି ସମର୍ଥ ନୁହେଁ।
i reče: “Jahve, Bože otaca naših, ti si Bog na nebu i vladaš nad svim krivobožačkim kraljevstvima. U tvojoj je ruci takva sila i jakost da se nitko ne može održati pred tobom.
7 ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କʼଣ ଆପଣା ଲୋକ ଇସ୍ରାଏଲ ସମ୍ମୁଖରେ ଏହି ଦେଶ ନିବାସୀମାନଙ୍କୁ ତଡ଼ିଦେଇ ଅନନ୍ତକାଳ ନିମନ୍ତେ ଆପଣା ମିତ୍ର ଅବ୍ରହାମ-ବଂଶକୁ ତାହା ଦେଇ ନାହଁ?
Ti si, o Bože naš, istjerao stanovnike ove zemlje pred svojim izraelskim narodom i dao je zasvagda potomstvu svoga prijatelja Abrahama;
8 ଆଉ, ସେମାନେ ତହିଁରେ ବାସ କରି ତନ୍ମଧ୍ୟରେ ତୁମ୍ଭ ନାମ ନିମନ୍ତେ ଏକ ଧର୍ମଧାମ ନିର୍ମାଣ କରିଅଛନ୍ତି,
i nastanili su se u njoj i sagradili u njoj Svetište tvojem Imenu govoreći:
9 ‘ଯେବେ ଆମ୍ଭମାନଙ୍କ ପ୍ରତି ଅମଙ୍ଗଳ, ଖଡ୍ଗ, ଦଣ୍ଡ, କି ମହାମାରୀ, କି ଦୁର୍ଭିକ୍ଷ ଉପସ୍ଥିତ ହେବ, ତେବେ ଆମ୍ଭେମାନେ ଏହି ଗୃହ ସମ୍ମୁଖରେ ଓ ତୁମ୍ଭ ସମ୍ମୁଖରେ ଠିଆ ହେବୁ, କାରଣ ତୁମ୍ଭ ନାମ ଏହି ଗୃହରେ ଅଛି, ଆଉ ଆମ୍ଭେମାନେ ଆପଣା ସଙ୍କଟ କାଳରେ ତୁମ୍ଭ ନିକଟରେ ପ୍ରାର୍ଥନା କରିବୁ, ତହିଁରେ ତୁମ୍ଭେ ଶୁଣି ଉଦ୍ଧାର କରିବ।’
'Kad navali na nas kakvo zlo, osvetni mač ili kuga, ili glad, te kad stanemo pred ovim Domom i pred tobom, jer je tvoje Ime u ovom Domu, i zavapimo k tebi iz svoje nevolje, usliši nas i spasi.'
10 ଏବେ ଅମ୍ମୋନର ଓ ମୋୟାବର ଓ ସେୟୀର-ପାର୍ବତୀୟ ସନ୍ତାନଗଣକୁ ଦେଖ, ଇସ୍ରାଏଲ ମିସର ଦେଶରୁ ବାହାର ହୋଇ ଆସିବା ବେଳେ ଏହି ଲୋକମାନଙ୍କୁ ଆକ୍ରମଣ କରିବା ପାଇଁ ତୁମ୍ଭେ ସେମାନଙ୍କୁ ଦେଲ ନାହିଁ, ମାତ୍ର ସେମାନେ ଏହି ଲୋକମାନଙ୍କ ନିକଟରୁ ଅନ୍ୟ ପଥରେ ଯାଇ ଏମାନଙ୍କୁ ବିନାଶ କଲେ ନାହିଁ।
Sada, evo, Amonovi i Moabovi sinovi, i oni iz Seirske gore, preko kojih nisi dao Izraelu da prođe kad je dolazio iz zemlje egipatske, nego ih je obišao i nije ih zatro -
11 ଦେଖ, ଏମାନେ ଆମ୍ଭମାନଙ୍କ ଭୋଗାର୍ଥେ ଦତ୍ତ ତୁମ୍ଭ ଅଧିକାରରୁ ତଡ଼ିଦେବା ପାଇଁ ଆସି କିପରି ଆମ୍ଭମାନଙ୍କର ଅପକାର କରୁଅଛନ୍ତି।
sada, dakle, oni nama uzvraćaju zlom, došavši da nas otjeraju s baštine koju si nam ti dao.
12 ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କʼଣ ଏମାନଙ୍କର ବିଚାର କରିବ ନାହିଁ? କାରଣ ଆମ୍ଭମାନଙ୍କ ପ୍ରତିକୂଳରେ ଆଗତ ଏହି ବୃହତ ଦଳ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ପରାକ୍ରମ ନାହିଁ; ଅଥବା କଅଣ କରିବାକୁ ହେବ, ଏହା ଆମ୍ଭେମାନେ ଜାଣୁ ନାହୁଁ; କେବଳ ତୁମ୍ଭ ପ୍ରତି ଆମ୍ଭମାନଙ୍କ ଦୃଷ୍ଟି ଅଛି।”
O Bože naš, zar im nećeš suditi? Jer u nas nema sile prema tome velikom mnoštvu koje dolazi na nas niti mi znamo što da radimo, nego su nam oči uprte u te.”
13 ଏଥିରେ ସମଗ୍ର ଯିହୁଦା ଆପଣାମାନଙ୍କ ଶିଶୁ, ଭାର୍ଯ୍ୟା ଓ ସନ୍ତାନସନ୍ତତି ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଲେ।
Svi su Judejci stajali pred Jahvom, s malom djecom, sa ženama i sinovima.
14 ତେବେ ସମାଜ ମଧ୍ୟରେ ଆସଫ-ବଂଶଜାତ ମତ୍ତନୀୟର ବୃଦ୍ଧ ପ୍ରପୌତ୍ର, ଯିୟୀୟେଲ୍‍ର ପ୍ରପୌତ୍ର, ବନାୟର ପୌତ୍ର, ଜିଖରୀୟର ପୁତ୍ର ଯହସୀୟେଲ ନାମକ ଏକ ଲେବୀୟ ଲୋକ ଉପରେ ସଦାପ୍ରଭୁଙ୍କର ଆତ୍ମା ଅଧିଷ୍ଠିତ ହେଲେ।
Tada siđe Jahvin duh usred zbora na Jahaziela, sina Zaharije, sina Benaje, sina Jeiela, sina Matanijina - levita od Asafovih sinova.
15 ତହୁଁ ସେ କହିଲେ, “ହେ ସମଗ୍ର ଯିହୁଦା ଓ ଯିରୂଶାଲମ ନିବାସୀଗଣ, ତୁମ୍ଭେମାନେ, ଆଉ ହେ ମହାରାଜ ଯିହୋଶାଫଟ୍‍, ତୁମ୍ଭେ ଶୁଣ; ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି କଥା କହନ୍ତି, ‘ଏହି ମହାଜନତା ସକାଶୁ ତୁମ୍ଭେମାନେ ଭୟ ନ କର, କି ନିରାଶ ନ ହୁଅ; କାରଣ ଏହି ଯୁଦ୍ଧ ତୁମ୍ଭମାନଙ୍କର ନୁହେଁ, ମାତ୍ର ପରମେଶ୍ୱରଙ୍କର।
On reče: “Pozorno slušajte, svi Judejci, Jeruzalemci i ti, kralju Jošafate! Ovako vam govori Jahve: 'Ne bojte se i ne plašite se toga velikog mnoštva, jer ovo nije vaš rat, nego Božji.
16 କାଲି ତୁମ୍ଭେମାନେ ସେମାନଙ୍କ ପ୍ରତିକୂଳରେ ଯାଅ; ଦେଖ, ସେମାନେ ସୀସ୍‍ ଘାଟି ଦେଇ ଆସୁଅଛନ୍ତି; ତୁମ୍ଭେମାନେ ଯିରୁୟେଲ୍‍ ପ୍ରାନ୍ତର ସମ୍ମୁଖସ୍ଥ ଉପତ୍ୟକାର ପ୍ରାନ୍ତଭାଗରେ ସେମାନଙ୍କୁ ପାଇବ।
Sutra siđite na njih; oni će se penjati uz Hasiški uspon, a vi ćete ih sresti nakraj doline prema Jeruelskoj pustinji.
17 ଏ ଯୁଦ୍ଧରେ ଯୁଦ୍ଧ କରିବାକୁ ତୁମ୍ଭମାନଙ୍କର ଆବଶ୍ୟକ ହେବ ନାହଁ; ହେ ଯିହୁଦା ଓ ଯିରୂଶାଲମ, ଆପଣାମାନଙ୍କୁ ସଜାଅ, ତୁମ୍ଭେମାନେ ସୁସ୍ଥିର ହୁଅ ଓ ତୁମ୍ଭମାନଙ୍କ ସହବର୍ତ୍ତୀ ସଦାପ୍ରଭୁ କିପରି ଉଦ୍ଧାର କରିବେ, ତାହା ଦେଖ;’ ଭୟ କର ନାହିଁ, କି ନିରାଶ ହୁଅ ନାହିଁ; କାଲି ସେମାନଙ୍କ ପ୍ରତିକୂଳରେ ଯାଅ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ଅଛନ୍ତି।”
Ne treba da se bijete; postavite se, stojte pa gledajte kako će vam pomoći Jahve. Oj Judo i Jeruzaleme, ne bojte se i ne plašite se; sutra iziđite pred njih, i Jahve će biti s vama!'”
18 ତହିଁରେ ଯିହୋଶାଫଟ୍‍ ମସ୍ତକ ନତ କରି ଭୂମିଷ୍ଠ ହେଲେ; ଆଉ ସମସ୍ତ ଯିହୁଦା ଓ ଯିରୂଶାଲମ ନିବାସୀମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମୁହଁ ମାଡ଼ି ସଦାପ୍ରଭୁଙ୍କୁ ପ୍ରଣାମ କଲେ।
Tada Jošafat pade ničice na zemlju i svi Judejci i Jeruzalemci padoše pred Jahvom da mu se poklone.
19 ପୁଣି କହାତୀୟ-ସନ୍ତାନଗଣର ଓ କୋରହ-ସନ୍ତାନଗଣର ଲେବୀୟମାନେ ଅତି ଉଚ୍ଚସ୍ୱରରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା କରିବା ନିମନ୍ତେ ଠିଆ ହେଲେ।
Potom leviti od Kehatovih sinova i od Korahovih sinova ustadoše i počeše hvaliti na sav glas Jahvu, Boga Izraelova.
20 ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠି ତକୋୟ ପ୍ରାନ୍ତର ଆଡ଼କୁ ବାହାରିଗଲେ; ଆଉ, ସେମାନେ ଯିବା ସମୟରେ ଯିହୋଶାଫଟ୍‍ ଠିଆ ହୋଇ କହିଲେ, “ହେ ଯିହୁଦା, ହେ ଯିରୂଶାଲମ ନିବାସୀଗଣ, ମୋʼ କଥା ଶୁଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କର, ତହିଁରେ ତୁମ୍ଭେମାନେ ସ୍ଥିରୀକୃତ ହେବ ତାହାଙ୍କ ଭବିଷ୍ୟଦ୍‍ବକ୍ତାମାନଙ୍କୁ ବିଶ୍ୱାସ କର, ତହିଁରେ ତୁମ୍ଭେମାନେ କୃତକାର୍ଯ୍ୟ ହେବ।”
Uranivši ujutro, krenuše prema pustinji Tekoi; kad su izlazili, stade Jošafat i reče: “Čujte me, oj Judejci i Jeruzalemci, pouzdajte se u Jahvu svoga Boga i održat ćete se; pouzdajte se u njegove proroke i budite sretni!”
21 ପୁଣି ସେ ଲୋକମାନଙ୍କ ସହିତ ପରାମର୍ଶ କଲା ଉତ୍ତାରେ ସୈନ୍ୟଶ୍ରେଣୀର ଆଗେ ଆଗେ ସେମାନଙ୍କ ଗମନ କାଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବାକୁ ଓ ଧର୍ମସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ, ପୁଣି “ସଦାପ୍ରଭୁଙ୍କର ଧନ୍ୟବାଦ କର, ଯେହେତୁ ତାହାଙ୍କର କରୁଣା ସଦାକାଳସ୍ଥାୟୀ ବୋଲି କହିବାକୁ ଲୋକ ନିଯୁକ୍ତ କଲେ।”
Potom se posavjetova s narodom i postavi Jahvine pjevače i hvalitelje koji će u svetom ruhu ići pred naoružanim četama i pjevati: “Slavite Jahvu jer je vječna ljubav njegova!”
22 ଆଉ, ସେମାନେ ଗାୟନ ଓ ପ୍ରଶଂସା କରିବାକୁ ଆରମ୍ଭ କରନ୍ତେ, ଯିହୁଦାର ପ୍ରତିକୂଳରେ ଆଗତ ଅମ୍ମୋନର ଓ ମୋୟାବର ଓ ସେୟୀର-ପାର୍ବତୀୟ ସନ୍ତାନଗଣ ବିରୁଦ୍ଧରେ ଗୁପ୍ତରେ ଛକି ବସିବା ପାଇଁ ସଦାପ୍ରଭୁ ଲୋକ ନିଯୁକ୍ତ କଲେ; ତହିଁରେ ସେମାନେ ପରାସ୍ତ ହେଲେ।
Kad počeše klicati i pjevati pjesmu pohvalnicu, Jahve podiže zasjedu na Amonce, Moapce i na one iz Seirske gore koji su došli na Judu te biše razbijeni.
23 କାରଣ ଅମ୍ମୋନର ଓ ମୋୟାବର ସନ୍ତାନଗଣ ସେୟୀର ପର୍ବତ ନିବାସୀମାନଙ୍କୁ ନିଃଶେଷ ରୂପେ ବଧ ଓ ବିନାଶ କରିବାକୁ ସେମାନଙ୍କ ପ୍ରତିକୂଳରେ ଉଠିଲେ; ଆଉ ସେମାନେ ସେୟୀର ନିବାସୀମାନଙ୍କୁ ଉଚ୍ଛିନ୍ନ କଲା ଉତ୍ତାରେ ପ୍ରତି ଜଣ ଏକ ଆରେକକୁ ବିନାଶ କରିବା ପାଇଁ ସାହାଯ୍ୟ କଲେ।
Jer su Amonovi sinovi i Moapci ustali na one iz Seirske gore da ih zatru i unište; a kad su svršili s onima iz Seira, stadoše udarati jedan na drugoga te se poklaše.
24 ଏଥିଉତ୍ତାରେ ଯିହୁଦାର ଲୋକମାନେ ପ୍ରାନ୍ତରସ୍ଥ ପ୍ରହରୀ-ଦୁର୍ଗରେ ଉପସ୍ଥିତ ହୋଇ ଲୋକଗହଳ ପ୍ରତି ଅନାଇଲେ ଆଉ ଦେଖ, ସେମାନେ ମୃତ ଶରୀର ହୋଇ ଭୂମିରେ ପଡ଼ିଅଛନ୍ତି, ପୁଣି କେହି ବଞ୍ଚି ନାହାନ୍ତି।
Kad Judejci dođoše do stražare prema pustinji i obazreše se na mnoštvo, a ono gle, mrtva tjelesa leže po zemlji; nitko se nije spasio.
25 ତହିଁରେ ଯିହୋଶାଫଟ୍‍ ଓ ତାଙ୍କର ଲୋକମାନେ ସେମାନଙ୍କଠାରୁ ଲୁଟଦ୍ରବ୍ୟ ନେବା ପାଇଁ ଆସନ୍ତେ, ସେମାନଙ୍କ ମଧ୍ୟରେ ବିସ୍ତର ସମ୍ପତ୍ତି ଓ ଶବ ଓ ବହୁମୂଲ୍ୟ ରତ୍ନ ଦେଖିଲେ, ତାହାସବୁ ସେମାନେ ଆପଣାମାନଙ୍କ ପାଇଁ କାଢ଼ି ନେଲେ, ତାହା ସେମାନଙ୍କର ବୋହି ନେଇ ପାରିବା ଅପେକ୍ଷା ଅଧିକ ଥିଲା; ସେହି ଲୁଟଦ୍ରବ୍ୟ ଏତେ ଅଧିକ ଥିଲା ଯେ, ତାହା ବହି ନେବା ପାଇଁ ସେମାନଙ୍କୁ ତିନି ଦିନ ଲାଗିଲା।
Tada dođe Jošafat s narodom da pokupi plijen i nađoše ga mnogo: svakoga blaga, odjeće i dragocjenih predmeta; naplijenili su toliko da više nisu mogli nositi; tri su dana pljačkali plijen jer ga je bilo mnogo.
26 ତହୁଁ ଚତୁର୍ଥ ଦିନ ସେମାନେ ବରାଖା-ଉପତ୍ୟକାରେ ଏକତ୍ରିତ ହେଲେ; କାରଣ ସେଠାରେ ସେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କଲେ; ଏହେତୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନାମ ବରାଖା-ଉପତ୍ୟକା ହୋଇଅଛି।
Četvrti se dan sakupiše u Dolini blagoslova: ondje su hvalili Jahvu, pa se zato ono mjesto prozvalo Emek Beraka, Dolina blagoslova, do danas.
27 ଏଉତ୍ତାରେ ଯିହୁଦା ଓ ଯିରୂଶାଲମର ପ୍ରତ୍ୟେକ ଲୋକ ଓ ସେମାନଙ୍କ ଅଗ୍ରଗାମୀ ଯିହୋଶାଫଟ୍‍ ଆନନ୍ଦରେ ପୁନର୍ବାର ଯିରୂଶାଲମକୁ ଯିବା ପାଇଁ ଫେରିଲେ; କାରଣ ସଦାପ୍ରଭୁ ସେମାନଙ୍କ ଶତ୍ରୁଗଣ ଉପରେ ସେମାନଙ୍କୁ ଆନନ୍ଦିତ କରିଥିଲେ।
Potom se okrenuše svi Judejci i Jeruzalemci, s Jošafatom na čelu, da se vrate u Jeruzalem u veselju, jer ih je Jahve razveselio nad njihovim neprijateljima.
28 ଆଉ, ସେମାନେ ନେବଲ ଓ ବୀଣା ଓ ତୂରୀ ବଜାଇ ଯିରୂଶାଲମକୁ ଆସି ସଦାପ୍ରଭୁଙ୍କ ଗୃହକୁ ଗଲେ।
Došli su u Jeruzalem s harfama, citrama i trubama u Dom Jahvin.
29 ତହିଁରେ ସଦାପ୍ରଭୁ ଇସ୍ରାଏଲର ଶତ୍ରୁମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିଅଛନ୍ତି, ଏହି କଥା ଶୁଣି ନାନା ଦେଶୀୟ ସମସ୍ତ ରାଜ୍ୟ ଉପରେ ପରମେଶ୍ୱରଙ୍କ ଭୟ ଉପସ୍ଥିତ ହେଲା।
A strah Božji ušao je u sva zemaljska kraljevstva kad su čula da je Jahve zavojštio na Izraelove neprijatelje.
30 ଏହିରୂପେ ଯିହୋଶାଫଟ୍‍ଙ୍କର ରାଜ୍ୟ ସୁସ୍ଥିର ହେଲା; କାରଣ ତାଙ୍କର ପରମେଶ୍ୱର ତାଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଲେ।
Tako je počinulo Jošafatovo kraljevstvo, jer mu je Bog dao mir odasvud uokolo.
31 ଯିହୋଶାଫଟ୍‍ ଯିହୁଦା ଉପରେ ରାଜ୍ୟ କଲେ; ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଞ୍ଚତିରିଶ ବର୍ଷ ବୟସ୍କ ହୋଇଥିଲେ ଓ ଯିରୂଶାଲମରେ ପଚିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଅସୂବା, ଯେ ଶିଲ୍‍ହିର କନ୍ୟା ଥିଲେ।
Jošafat je kraljevao nad Judejcima. Bilo mu je trideset i pet godina kad se zakraljio; kraljevao je dvadeset i pet godina u Jeruzalemu; mati mu se zvala Azuba, a bila je kći Šilhijeva.
32 ଯିହୋଶାଫଟ୍‍ ଆପଣା ପିତା ଆସାଙ୍କର ପଥରେ ଚାଲିଲେ ଓ ତହିଁରୁ ବିମୁଖ ନ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
Išao je putem oca Ase ne skrećući s njega nego čineći što je pravo u Jahvinim očima.
33 ତଥାପି ଉଚ୍ଚସ୍ଥଳୀସକଳ ଦୂରୀକୃତ ନୋହିଲା; କିଅବା ଲୋକମାନେ ସେତେବେଳେ ହେଁ ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ପ୍ରତି ଆପଣା ଆପଣା ଅନ୍ତଃକରଣ ନିବିଷ୍ଟ କଲେ ନାହିଁ।
Samo, uzvišice nisu bile uklonjene, jer narod još nije bio upravio svoje srce Bogu otaca.
34 ଏହି ଯିହୋଶାଫଟ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତର ଆଦ୍ୟନ୍ତ କଥା, ଦେଖ, ଇସ୍ରାଏଲ-ରାଜାବଳୀ ପୁସ୍ତକର ଅନ୍ତର୍ଗତ ହନାନିର ପୁତ୍ର ଯେହୂର ଇତିହାସ ପୁସ୍ତକରେ ଲେଖାଅଛି।
Ostala Jošafatova djela, od prvih do posljednjih, zapisana su u povijesti Hananijeva sina Jehua i uvrštena su u Knjigu o izraelskim kraljevima.
35 ଏଥିଉତ୍ତାରେ ଯିହୁଦାର ରାଜା ଯିହୋଶାଫଟ୍‍ ଇସ୍ରାଏଲର ରାଜା ଅହସୀୟଙ୍କ ସଙ୍ଗେ ମିଶିଲେ; ଅହସୀୟ ଅତି ଦୁରାଚାରୀ ଥିଲେ;
Poslije toga udružio se judejski kralj Jošafat s izraelskim kraljem Ahazjom, koji je bezbožno radio.
36 ଯିହୋଶାଫଟ୍‍ ତର୍ଶୀଶକୁ ଯିବାର ଜାହାଜ ନିର୍ମାଣ କରିବା ପାଇଁ ତାଙ୍କ ସଙ୍ଗେ ମିଶିଲେ; ଆଉ ସେମାନେ ଇତ୍‍ସିୟୋନ-ଗେବରରେ ଜାହାଜମାନ ନିର୍ମାଣ କଲେ।
Udružio se s njim zato da naprave lađe i da odu u Taršiš; napravili su lađe u Esjon Geberu.
37 ସେତେବେଳେ ମାରେଶା-ନିବାସୀ ଦୋଦବାହୁର ପୁତ୍ର ଇଲୀୟେଜର ଯିହୋଶାଫଟ୍‍ଙ୍କ ବିରୁଦ୍ଧରେ ଏହି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହିଲା, “ତୁମ୍ଭେ ଅହସୀୟ ସଙ୍ଗେ ମିଶିଅଛ, ଏହେତୁ ସଦାପ୍ରଭୁ ତୁମ୍ଭର କର୍ମସବୁ ବିନାଶ କରିଅଛନ୍ତି।” ତହିଁରେ ସେହି ସବୁ ଜାହାଜ ଭାଙ୍ଗିଗଲା ଓ ତର୍ଶୀଶକୁ ଯାଇ ପାରିଲା ନାହିଁ।
Dodavahuov sin Eliezer iz Mareše prorekao je protiv Jošafata: “Budući da si se udružio s Ahazjom, Jahve će razoriti tvoja djela.” Lađe su se razbile i nisu mogle otploviti u Taršiš.

< ଦ୍ବିତୀୟ ବଂଶାବଳୀ 20 >