< ପ୍ରଥମ ଶାମୁୟେଲ 12 >
1 ଏଥିଉତ୍ତାରେ ଶାମୁୟେଲ ସମସ୍ତ ଇସ୍ରାଏଲଙ୍କୁ କହିଲେ, “ଦେଖ, ତୁମ୍ଭେମାନେ ମୋତେ ଯାହା ଯାହା କହିଲ, ମୁଁ ତୁମ୍ଭମାନଙ୍କର ସେହି ରବ ଶୁଣିଲି ଓ ତୁମ୍ଭମାନଙ୍କ ଉପରେ ଏକ ଜଣକୁ ରାଜା କଲି।
Тада рече Самуило свему Израиљу: Ето, послушао сам глас ваш у свему што ми рекосте, и поставих цара над вама.
2 ଆଉ ଏବେ ଦେଖ, ରାଜା ତୁମ୍ଭମାନଙ୍କ ସମ୍ମୁଖରେ ଗମନାଗମନ କରୁଅଛନ୍ତି; ପୁଣି, ମୁଁ ବୃଦ୍ଧ ଓ ପକ୍ୱକେଶ ହୋଇଅଛି; ଆଉ ଦେଖ, ମୋହର ପୁତ୍ରମାନେ ତୁମ୍ଭମାନଙ୍କ ସଙ୍ଗରେ ଅଛନ୍ତି, ପୁଣି, ମୁଁ ଯୌବନାକାଳାବଧି ଆଜି ପର୍ଯ୍ୟନ୍ତ ତୁମ୍ଭମାନଙ୍କ ସମ୍ମୁଖରେ ଗମନାଗମନ କରିଅଛି।
И сада ето, цар иде пред вама, а ја сам остарео и оседео; и синови моји ето су међу вама; и ја сам ишао пред вама од младости своје до данас.
3 ଦେଖ, ମୁଁ ଏଠାରେ ଅଛି; ସଦାପ୍ରଭୁଙ୍କ ସମ୍ମୁଖରେ ଓ ତାହାଙ୍କ ଅଭିଷିକ୍ତଙ୍କ ସମ୍ମୁଖରେ, ମୋହର ବିରୁଦ୍ଧରେ ସାକ୍ଷ୍ୟ ଦିଅ; ମୁଁ କାହାର ଗୋରୁ ନେଇଅଛି? ଅବା ମୁଁ କାହାର ଗଧ ନେଇଅଛି? ଅବା ମୁଁ କାହାର ଅନ୍ୟାୟ କରିଅଛି? ମୁଁ କାହା ପ୍ରତି ଉପଦ୍ରବ କରିଅଛି? କିଅବା ମୁଁ ଆପଣା ଚକ୍ଷୁକୁ ଅନ୍ଧ କରିବା ପାଇଁ କାହା ହସ୍ତରୁ ଲାଞ୍ଚ ନେଇଅଛି? ମୁଁ ତୁମ୍ଭମାନଙ୍କୁ ତାହା ଫେରାଇ ଦେବି।”
Ево ме, одговорите ми пред Господом и пред помазаником Његовим. Коме сам узео вола или коме сам узео магарца? Коме сам учинио насиље? Коме сам учинио криво? Или из чије сам руке узео поклон, да бих стискао очи њега ради? Па ћу вам вратити.
4 ତହିଁରେ ସେମାନେ କହିଲେ, “ତୁମ୍ଭେ ଆମ୍ଭମାନଙ୍କର ଅନ୍ୟାୟ କରି ନାହଁ, କି ଆମ୍ଭମାନଙ୍କ ପ୍ରତି ଉପଦ୍ରବ କରି ନାହଁ, କିଅବା ତୁମ୍ଭେ କୌଣସି ଲୋକ ହସ୍ତରୁ କିଛି ନେଇ ନାହଁ।”
А они рекоше: Ниси нам учинио силе нити си коме учинио криво, нити си узео шта из чије руке.
5 ତେଣୁ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମୋହର ହସ୍ତରେ କୌଣସି ଦ୍ରବ୍ୟ ପାଇଲ ନାହିଁ, “ଏଥିରେ ଆଜି ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷୀ ଅଛନ୍ତି ଓ ତାହାଙ୍କର ଅଭିଷିକ୍ତ ବ୍ୟକ୍ତି ସାକ୍ଷୀ ଅଛନ୍ତି;” ତହିଁରେ ସେମାନେ କହିଲେ, “ସାକ୍ଷୀ ଅଛନ୍ତି।”
Још им рече: Сведок је Господ на вас, и сведок је помазаник Његов данас, да нисте нашли ништа у мојим рукама. и рекоше: Сведок је.
6 ତହୁଁ ଶାମୁୟେଲ ଲୋକମାନଙ୍କୁ କହିଲେ, “ସେହି ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ ନିଯୁକ୍ତ କରିଥିଲେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ।
Тада рече Самуило народу: Господ је који је поставио Мојсија и Арона, и који је извео оце ваше из земље мисирске.
7 ଏହେତୁ ତୁମ୍ଭେମାନେ ଏହିକ୍ଷଣେ ଛିଡ଼ା ହୁଅ, ତୁମ୍ଭମାନଙ୍କ ପ୍ରତି ଓ ତୁମ୍ଭମାନଙ୍କ ପୂର୍ବପୁରୁଷଗଣ ପ୍ରତି ସଦାପ୍ରଭୁଙ୍କର କୃତ ସମସ୍ତ ଧର୍ମକର୍ମ ବିଷୟ ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ସହିତ ବିବେଚନା କରିବି।
Сада, дакле, станите да се прем с вама пред Господом за сва добра што је чинио Господ вама и вашим оцима.
8 ଯାକୁବ ମିସରକୁ ଆସିଲା ଉତ୍ତାରେ ଯେତେବେଳେ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ, ସେତେବେଳେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ ପଠାଇଲେ; ତହିଁରେ ସେମାନେ ମିସରରୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ବାହାର କରି ଆଣିଲେ ଓ ଏହି ସ୍ଥାନରେ ସେମାନଙ୍କୁ ବାସ କରାଇଲେ।
Пошто дође Јаков у Мисир, викаше оци ваши ка Господу, и Господ посла Мојсија и Арона, који изведоше оце ваше из Мисира и населише их на овом месту.
9 ମାତ୍ର ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ପାସୋରନ୍ତେ, ସେ ହାସୋରର ସେନାପତି ସୀଷରାର ହସ୍ତରେ ଓ ପଲେଷ୍ଟୀୟମାନଙ୍କ ହସ୍ତରେ ଓ ମୋୟାବର ରାଜା ହସ୍ତରେ ସେମାନଙ୍କୁ ବିକ୍ରୟ କଲେ ଓ ସେମାନେ ସେମାନଙ୍କ ସହିତ ଯୁଦ୍ଧ କଲେ।
Али заборавише Господа Бога свог, те их даде у руке Сисари, војводи асорском, и у руке Филистејима, и у руке цару моавском, који војеваше на њих.
10 ସେତେବେଳେ ସେମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, ‘ଆମ୍ଭେମାନେ ପାପ କରିଅଛୁ, ଯେହେତୁ ଆମ୍ଭେମାନେ ସଦାପ୍ରଭୁଙ୍କୁ ତ୍ୟାଗ କରି ବାଲ୍ ଦେବଗଣର ଓ ଅଷ୍ଟାରୋତ୍ ଦେବୀଗଣର ପୂଜା କରିଅଛୁ; ମାତ୍ର ଏବେ ଆମ୍ଭମାନଙ୍କ ଶତ୍ରୁଗଣ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କର, ତହିଁରେ ଆମ୍ଭେମାନେ ତୁମ୍ଭର ସେବା କରିବା।’
Али викаше ка Господу и рекоше: Сагрешисмо што остависмо Господа и служисмо Валима и Астаротама; али сада избави нас из руку непријатеља наших, па ћемо ти служити.
11 ଏଥିଉତ୍ତାରେ ସଦାପ୍ରଭୁ ଯିରୁବ୍ବାଲ୍କୁ ଓ ବଦାନକୁ ଓ ଯିପ୍ତହକୁ ଓ ଶାମୁୟେଲଙ୍କୁ ପଠାଇ ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କଲେ, ତହିଁରେ ତୁମ୍ଭେମାନେ ନିର୍ଭୟରେ ବାସ କଲ।
И Господ посла Јеровала и Ведана и Јефтаја и Самуила, и оте вас из руку непријатеља ваших унаоколо, те живесте без страха.
12 ଏଥିଉତ୍ତାରେ ଯେତେବେଳେ ତୁମ୍ଭେମାନେ ଦେଖିଲ ଯେ, ଅମ୍ମୋନ-ସନ୍ତାନଗଣର ରାଜା ନାହଶ୍ ତୁମ୍ଭମାନଙ୍କ ପ୍ରତିକୂଳରେ ବାହାର ହୋଇ ଆସୁଅଛି, ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କର ରାଜା ଥିଲେ ହେଁ ତୁମ୍ଭେମାନେ ମୋତେ କହିଲ; ‘ନାହିଁ, ମାତ୍ର ଜଣେ ରାଜା ଆମ୍ଭମାନଙ୍କ ଉପରେ ରାଜତ୍ୱ କରିବ।’
Али кад видесте Наса, цара амонског, где дође на вас, рекосте ми: Не, него цар нека царује над нама, премда Господ Бог ваш беше Цар ваш.
13 ଏହେତୁ ତୁମ୍ଭେମାନେ ଯାହାକୁ ମନୋନୀତ କଲ ଓ ତୁମ୍ଭେମାନେ ଯାହା ପାଇଁ ପ୍ରାର୍ଥନା କଲ, ତୁମ୍ଭମାନଙ୍କର ସେହି ରାଜାଙ୍କୁ ଏବେ ଦେଖ; ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କଲେ।
Сада дакле, ето цара ког изабрасте, ког искасте; ево Господ је поставио цара над вама.
14 ଯେବେ ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କରିବ ଓ ତାହାଙ୍କର ସେବା କରିବ ଓ ତାହାଙ୍କ ରବ ଶୁଣିବ ଓ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ ନ କରିବ, ପୁଣି, ତୁମ୍ଭେମାନେ ଓ ମଧ୍ୟ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱକାରୀ ରାଜା, ଉଭୟ ଯେବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଅନୁବର୍ତ୍ତୀ ହେବ, ତେବେ ଭଲ;
Ако се узбојите Господа, и Њему узаслужите, и узаслушате глас Његов и не успротивите се заповести Господњој, тада ћете и ви и цар ваш који царује над вама ићи за Господом Богом својим.
15 ମାତ୍ର ଯେବେ ତୁମ୍ଭେମାନେ ସଦାପ୍ରଭୁଙ୍କ ରବ ନ ଶୁଣିବ ଓ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ କରିବ, ତେବେ ସଦାପ୍ରଭୁଙ୍କ ହସ୍ତ ଯେପରି ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପ୍ରତିକୂଳରେ ଥିଲା, ସେପରି ତୁମ୍ଭମାନଙ୍କ ପ୍ରତିକୂଳରେ ହେବ।
Ако ли не узаслушате глас Господњи, него се успротивите заповести Господњој, тада ће бити рука Господња против вас као што је била против отаца ваших.
16 ଏହେତୁ ଏବେ ତୁମ୍ଭେମାନେ ଛିଡ଼ା ହୁଅ ଓ ସଦାପ୍ରଭୁ ତୁମ୍ଭମାନଙ୍କ ସାକ୍ଷାତରେ ଯେଉଁ ମହତ କର୍ମ କରିବେ, ତାହା ଦେଖ।
Али станите сада још, и видите ову ствар велику коју ће учинити Господ пред вашим очима.
17 ଆଜି କି ଗହମ କାଟିବା ସମୟ ନୁହେଁ? ସଦାପ୍ରଭୁ ଯେପରି ମେଘ ଗର୍ଜ୍ଜନ ଓ ବୃଷ୍ଟି ପଠାଇବେ, ଏଥିପାଇଁ ମୁଁ ତାହାଙ୍କୁ ଡାକିବି; ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ରାଜା ମାଗି ସଦାପ୍ରଭୁଙ୍କ ଦୃଷ୍ଟିରେ ଯେଉଁ ମନ୍ଦତା କରିଅଛ, ତାହା ଯେ ବଡ଼, ଏହା ତୁମ୍ଭେମାନେ ଜାଣିବ ଓ ଦେଖିବ।”
Није ли данас жетва пшенична? Ја ћу призвати Господа, и спустиће громове и дажд, да разумете и видите колико је зло што учинисте пред Господом искавши себи цара.
18 ଏଥିରେ ଶାମୁୟେଲ ସଦାପ୍ରଭୁଙ୍କୁ ଡ଼ାକିଲେ, ପୁଣି, ସଦାପ୍ରଭୁ ସେହି ଦିନ ମେଘ ଗର୍ଜ୍ଜନ ଓ ବୃଷ୍ଟି ପଠାଇଲେ; ତହିଁରେ ସମସ୍ତ ଲୋକ ସଦାପ୍ରଭୁଙ୍କୁ ଓ ଶାମୁୟେଲଙ୍କୁ ଅତ୍ୟନ୍ତ ଭୟ କଲେ।
Тада Самуило завапи ка Господу, и Господ спусти громове и дажд у тај дан; и сав се народ побоја врло Господа и Самуила.
19 ପୁଣି, ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, “ଆମ୍ଭେମାନେ ଯେପରି ନ ମରୁ, ଏଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର; କାରଣ ଆମ୍ଭେମାନେ ଆପଣାମାନଙ୍କର ସବୁ ପାପ ଉପରେ ଆପଣାମାନଙ୍କ ପାଇଁ ରାଜା ମାଗି ମନ୍ଦତା ବୃଦ୍ଧି କରିଅଛୁ।”
И рече сав народ Самуилу: Моли се за слуге своје Господу Богу свом да не помремо; јер додасмо к свим гресима својим зло иштући себи цара.
20 ଏଥିରେ ଶାମୁୟେଲ ଲୋକମାନଙ୍କୁ କହିଲେ, “ଭୟ ନ କର; ତୁମ୍ଭେମାନେ ଏହି ସମସ୍ତ ମନ୍ଦତା କରିଅଛ, ପ୍ରମାଣ; ତଥାପି ସଦାପ୍ରଭୁଙ୍କ ପଶ୍ଚାଦ୍ଗମନରୁ ବିମୁଖ ନ ହୁଅ, ମାତ୍ର ଆପଣାମାନଙ୍କ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କର ସେବା କର;
Тад рече Самуило народу: Не бојте се, ви сте учинили све ово зло; али не одступајте од Господа, него служите Господу свим срцем својим.
21 ପୁଣି, ତୁମ୍ଭେମାନେ ବିପଥଗାମୀ ନ ହୁଅ; ଯଦି ହୁଅ, ତେବେ ତୁମ୍ଭେମାନେ ଅବସ୍ତୁସକଳର ଅନୁଗାମୀ ହେବ; ସେମାନେ ଉପକାର କି ରକ୍ଷା କରିବାକୁ ଅସମର୍ଥ, ଯେହେତୁ ସେମାନେ ଅବସ୍ତୁ।
Не одступајте; јер бисте пошли за ништавим стварима, које не помажу, нити избављају, јер су ништаве.
22 ସଦାପ୍ରଭୁ ଆପଣା ମହାନାମ ସକାଶୁ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ; କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇଅଛନ୍ତି।
Јер Господ неће оставити народ свој ради великог имена свог; јер Господу би воља да вас учини својим народом.
23 ଆହୁରି ମୁଁ ଯେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରୁ ନିବୃତ୍ତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିବି, ଏହା ଦୂରେ ଥାଉ; ମାତ୍ର ମୁଁ ତୁମ୍ଭମାନଙ୍କୁ ଉତ୍ତମ ଓ ସରଳ ପଥ ବିଷୟ ଶିକ୍ଷା କରାଇବି।
А мени не дао Бог да згрешим Господу и престанем молити се за вас; него ћу вас упућивати на пут добар и прав.
24 କେବଳ ସଦାପ୍ରଭୁଙ୍କୁ ଭୟ କର, ପୁଣି, ସତ୍ୟ ରୂପେ ସମସ୍ତ ଅନ୍ତଃକରଣ ସହିତ ତାହାଙ୍କର ସେବା କର; କାରଣ ଦେଖ, ସେ ତୁମ୍ଭମାନଙ୍କ ନିମନ୍ତେ କିପରି ମହତ କର୍ମମାନ କରିଅଛନ୍ତି।
Само се Бојте Господа и служите му истинито, свим срцем својим, јер видите, какве је велике ствари учинио за вас.
25 ମାତ୍ର ଯେବେ ତୁମ୍ଭେମାନେ ନିତାନ୍ତ ମନ୍ଦ ଆଚରଣ କରିବ, ତେବେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ରାଜା ଉଭୟ ବିନଷ୍ଟ ହେବ।”
Ако ли зло ушчините, пропашћете и ви и цар ваш.