< ୧ ପିତର 4 >
1 ଖ୍ରୀଷ୍ଟ ଶରୀରରେ ଦୁଃଖଭୋଗ କରିଥିବାରୁ ତୁମ୍ଭେମାନେ ମଧ୍ୟ ସେହିପରି ମନ ଧରି ଆପଣାମାନଙ୍କୁ ସୁସଜ୍ଜିତ କର, କାରଣ ଯେ, ଶରୀରରେ ଦୁଃଖଭୋଗ କରିଅଛି, ସେ ପାପରୁ ନିବୃତ୍ତ ହୋଇଅଛି,
କ୍ରିସ୍ଟ ଗଃଗାଳେ ଦୁକ୍ ବୟ୍ଗ୍ କଃରି ରିଲାକ୍ ତୁମିମଃନ୍ ହେଁ ସେରଃକମ୍ ମଃନ୍ ଦଃରି ଅଃହ୍ଣାମଃନ୍କେ ନିକ କଃରି ତିଆର୍ କଃରା, ବଃଲେକ୍ ଜେ କ୍ରିସ୍ଟର୍ ଗିନେ ଗଃଗାଳେ ଦୁକ୍ବୟ୍ଗ୍ କଃରିଆଚେ, ସେ ହାହ୍ ଚାଡି ଆଚେ,
2 ଯେପରି ତୁମ୍ଭେମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ବରଙ୍କ ଇଚ୍ଛାନୁସାରେ କ୍ଷେପଣ କର।
ଜଃନ୍କଃରି ତୁମିମଃନ୍ ଇ ଜଃଗତାର୍ ଜିବନାର୍ ବାକି କାଳ୍ ମାନାୟ୍ର୍ କଃରାବ୍ ଇଚା ହଃର୍କାରେ ଜିବନ୍କାଟି ନଃକେରି ଇସ୍ୱରାର୍ ଇଚା ହଃର୍କାରେ ଜିବନ୍ କାଟା ।
3 ଯେଣୁ ଅଣଯିହୁଦୀମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେକାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ, ତାହା ଯଥେଷ୍ଟ;
ସେତାକ୍ ଅଜିଉଦିମଃନାର୍ ଇଚା ହଃର୍କାରେ କାମ୍ କଃରି ତୁମିମଃନ୍ ଜଃତି ଦିନ୍ କଃରାବ୍ କାମ୍, କଃରାବ୍ ଇଚା, ମଃଦ୍ କାତାର୍, ରଃଙ୍ଗ୍ରଃସିଆ, ମାତୁଆଳି ଆର୍ କିଚ୍କିଚା ମୁର୍ତିହୁଜା କଃର୍ତି ରିଲାସ୍ ।
4 ଏପ୍ରକାର ଉଚ୍ଛୃଙ୍ଖଳ ପନ୍ଥାରେ ତୁମ୍ଭେମାନେ ଯେ ସେମାନଙ୍କ ସହିତ ଧାବମାନ ହେଉ ନାହଁ, ଏହା ସେମାନେ ଆଶ୍ଚର୍ଯ୍ୟ ମଣି ତୁମ୍ଭମାନଙ୍କର ନିନ୍ଦା କରନ୍ତି;
ଇ ରଃକମ୍ ଉତ୍ହାତ୍ ବାଟେ ତୁମିମଃନ୍ ସେମଃନାର୍ ସଃଙ୍ଗ୍ ଦଃବ୍ଳି ନଃଜାହାସ୍, ଇରି ସେମଃନ୍ କାବା ଅୟ୍ ତୁମିମଃନାର୍ ବେସି ଲିନ୍ଦା କଃର୍ତି ।
5 କିନ୍ତୁ ଯେ ଜୀବିତ ଓ ମୃତ ଲୋକମାନଙ୍କର ବିଚାର କରିବାକୁ ଉଦ୍ୟତ, ସେହି ଈଶ୍ବରଙ୍କ ଛାମୁରେ ସେମାନଙ୍କୁ ହିସାବ ଦେବାକୁ ହେବ।
ମଃତର୍ ଜୁୟ୍ ଇସ୍ୱର୍ ଜିବନ୍ ରିଲା ଆର୍ ମଃଲାଲକ୍ମଃନାର୍ ବିଚାର୍ କଃରେଦ୍, ତାର୍ ଚଃମେ ସେମଃନ୍କେ ଇସାବ୍ ଦେଉଁକେ ହଃଳେଦ୍ ।
6 କାରଣ ଏହି ଉଦ୍ଦେଶ୍ୟରେ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାରିତ ହେଲା, ଯେପରି ସେମାନେ ମନୁଷ୍ୟମାନଙ୍କ ସଦୃଶ ଶରୀରରେ ବିଚାରିତ ହେଲେ ହଁ ଈଶ୍ବରଙ୍କ ସଦୃଶ ଆତ୍ମାରେ ସଜୀବ ହେବେ।
ବଃଲେକ୍ ଇତାର୍ ଗିନେ ହଃକା ମଃଲା ଲକାର୍ ତଃୟ୍ ହେଁ ନିକ କବୁର୍ ପର୍ଚାର୍ ଅୟ୍ଲି, ଜଃନ୍କଃରି ସେମଃନ୍ ମାନାୟ୍ମଃନାର୍ ହର୍ ଗଃଗାଳେ ବିଚାର୍ କଃରା ଅୟ୍ଲେକ୍ ହେଁ, ଇସ୍ୱରାର୍ ହର୍ ଆତ୍ମାୟ୍ ଜିବନ୍ ଅଃଉତି ।
7 ମାତ୍ର ସମସ୍ତ ବିଷୟର ଅନ୍ତିମ ସମୟ ସନ୍ନିକଟ। ଅତଏବ ସୁବୁଦ୍ଧି ହୁଅ, ପୁଣି, ପ୍ରାର୍ଥନା କରିବା ପାଇଁ ଜାଗ୍ରତ ଥାଅ,
ମଃତର୍ ସଃବୁ ବିସୟାର୍ ସଃରାସଃରି ଦିନ୍ ଲଃଗେ ଅୟ୍ଲିବେ । ବଃଲେକ୍ ନିକ ବୁଦିର୍ ଅଃଉଆ ଆର୍ ପାର୍ତ୍ନା କଃରୁକେ ମଃନ୍ ତିର୍ କଃରି ଜଃଗ୍ରାତ୍ ରିଆ ।
8 ବିଶେଷରେ ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ।
ମୁଳ୍କଃରି ତୁମିମଃନ୍ ମଃନ୍ହଃରାଣ୍ ସଃଙ୍ଗ୍ ଲାଡ୍ କଃରାକଃରି ଅଃଉତି ରିଆ, ବଃଲେକ୍ ଲାଡ୍ ବୁତେକ୍ ହାହ୍ ଡାହେଦ୍ ।
9 କୁଣ୍ଠିତ ନ ହୋଇ ପରସ୍ପରର ଆତିଥ୍ୟ କର;
କଃଟି ନଃୟ୍କଃରି ଏକ୍ଆରେକ୍କେ ଗଃରେ କୁଦା ।
10 ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହ ଦାନ ପାଇଅଛ, ସେହି ପ୍ରକାରେ ଈଶ୍ବରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ଡାରଘରିଆ ସ୍ୱରୂପେ ତଦ୍ୱାରା ପରସ୍ପରର ସେବା କର;
ହଃତି ଲକ୍ ହେଁ ଜଃନ୍କଃରି ଦଃୟା ହାୟ୍ ଆଚାସ୍, ସେ ରଃକମ୍ ଇସ୍ୱରାର୍ ସଃବୁ ବାଟାର୍ ଦଃୟାର୍ ନିକ ବଃଣ୍ଡାର୍ଗଃରିଆ ହର୍ ଏକ୍ଆରେକାର୍ ସେବା କଃରା ।
11 କେହି ଯଦି ପ୍ରଚାର କରେ, ତେବେ ସେ ଈଶ୍ବରଙ୍କ ବାକ୍ୟର ପ୍ରଚାରକ ପରି ପ୍ରଚାର କରୁ; କେହି ଯଦି ସେବା କରେ, ତେବେ ସେ ଈଶ୍ବରଙ୍କଠାରୁ ଶକ୍ତିପ୍ରାପ୍ତ ଲୋକ ପରି ସେବା କରୁ, ଯେପରି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ବର ଗୌରବାନ୍ୱିତ ହେବେ; ଯୁଗେ ଯୁଗେ ଗୌରବ ଓ ପରାକ୍ରମ ତାହାଙ୍କର। ଆମେନ୍। (aiōn )
କେ ଜଦି ପର୍ଚାର୍ କଃରେଦ୍, ତଃବେ ସେ ଇସ୍ୱରାର୍ ବାକ୍ୟର୍ ପର୍ଚାର୍କଃରୁ ହର୍ ପର୍ଚାର୍ କଃର; କେ ଜଦି ସେବା କଃରେଦ୍, ତଃବେ ଇସ୍ୱରାର୍ ସଃକ୍ତି ହାୟ୍ଲା ଲକ୍ ହର୍ ସେବା କଃର, ଜଃନ୍କଃରି ଜିସୁ କ୍ରିସ୍ଟର୍ ଗିନେ ଇସ୍ୱର୍ ଜଃଜ୍ମାନ୍ ହାୟ୍ଦ୍; ଜୁଗେଜୁଗେ ଜଃଜ୍ମାନ୍ ଆର୍ ସଃକ୍ତି ତାର୍ । ଆମେନ୍ । (aiōn )
12 ହେ ପ୍ରିୟମାନେ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖଭୋଗରୂପ ଅଗ୍ନି ଉପସ୍ଥିତ ହୋଇଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ;
ଏ ଲାଡାର୍ ବାୟ୍ବେଣିମଃନ୍ ତୁମିମଃନାର୍ ପରିକ୍ୟା ଗିନେ ଜୁୟ୍ ଦୁକ୍ ବୟ୍ଗାର୍ ହର୍ ଜୟ୍ ଆୟ୍ଲି ଆଚେ, ସେରି କାବା ଅଃଉତା ଗଃଟ୍ଣା ବଃଲି କାବା ଅଃଉଆ ନାୟ୍ ।
13 ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହେବ।
ମଃତର୍ ଜଃତେକ୍ ମାଡ୍ କ୍ରିସ୍ଟର୍ ଦୁକ୍ ବୟ୍ଗାର୍ ବାଗି ଅଃଉଁଲାସ୍ ସଃତେକ୍ ମାଡ୍ ସଃର୍ଦା କଃରା ଜଃନ୍କଃରି ତାର୍ ଜଃଜ୍ମାନ୍ ଜାଣାହଃଳ୍ତା ବଃଳ୍ ହେଁ ତୁମିମଃନ୍ ବଃଡେ ସଃର୍ଦା କଃରାସ୍ ।
14 ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହାହେଲେ ତୁମ୍ଭେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା, ଅର୍ଥାତ୍, ଈଶ୍ବରଙ୍କ ଆତ୍ମା, ତୁମ୍ଭମାନଙ୍କଠାରେ ଅଧିଷ୍ଠାନ କରୁଅଛନ୍ତି।
ଜଦି ତୁମିମଃନ୍ କ୍ରିସ୍ଟର୍ ନାଉଁଆର୍ ଗିନେ ଲିନ୍ଦା ହାଉଁଲାସ୍, ତଃନ୍ଅୟ୍ଲେକ୍ ତୁମିମଃନାର୍ ବାୟ୍ଗ୍, ବଃଲେକ୍ ଜଃଜ୍ମାନାର୍ ଆତ୍ମା, ବଃଲେକ୍ ଇସ୍ୱରାର୍ ଆତ୍ମା, ତୁମିମଃନାର୍ ତଃୟ୍ ଉତ୍ରୁଲି ।
15 ଏଣୁ ତୁମ୍ଭମାନଙ୍କ ମଧ୍ୟରୁ କେହି ହତ୍ୟାକାରୀ କି ଚୋର, କି ଦୂରାଚାରୀ, କି ଅନଧିକାର ଚର୍ଚ୍ଚାକାରୀ ହୋଇ ଦଣ୍ଡ ଭୋଗ ନ କରୁ;
ଇତାର୍ ଗିନେ ତୁମିମଃନାର୍ ବିତ୍ରେ କେ ଜଦି ନଃର୍ ହଃତ୍ୟାକାରି, କି ଚର୍, କି କଃରାବ୍ ବେବାର୍ କଃରୁ, କି ଅଃଦିକାର୍ ନୟ୍ଲା ଗାଣେଞ୍ଜ୍କଃଉ, ଅୟ୍ ଦଃଣ୍ଡ୍ ବୟ୍ଗ୍ ନଃକେର ।
16 କିନ୍ତୁ କେହି ଯଦି ଖ୍ରୀଷ୍ଟିୟାନ ହେବାରୁ ଦଣ୍ଡ ଭୋଗ କରେ, ତାହାହେଲେ ସେ ଲଜ୍ଜା ବୋଧ ନ କରୁ, ବରଂ ଏହି ନାମ ହେତୁରୁ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ।
ମଃତର୍ କେ ଜଦି କ୍ରିସ୍ଟାନ୍ ଅୟ୍ ଡଃଣ୍ଡ୍ ବୟ୍ଗ୍ କଃରେଦ୍, ତଃନ୍ଅୟ୍ଲେକ୍ ସେ ଲାଜ୍ ନଃଉଅ, ମଃତର୍ ଇ ନାଉଁଆର୍ ଗିନେ ଇସ୍ୱରାର୍ ଗୁଣ୍ କଃଉଆ ।
17 କାରଣ, ଈଶ୍ବରଙ୍କ ଗୃହଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ; ଆଉ ଯଦି ପ୍ରଥମରେ ଆମ୍ଭମାନଙ୍କଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ବରଙ୍କ ସୁସମାଚାରର ଅନାଜ୍ଞାବହ, ସେମାନଙ୍କର ଶେଷ ଦଶା ଅବା କଅଣ ନ ହେବ!
ବଃଲେକ୍ ଇସ୍ୱରାର୍ ଗଃରେହୁଣି ଆରୁମ୍ କଃରି ବିଚାର୍ କଃର୍ତା ବେଳା ଅୟ୍ଲିବେ; ଆର୍ ଜଦି ହଃର୍ତୁ ଅଃମାର୍ ତଃୟ୍ ଆରୁମ୍ ଅୟ୍ଦ୍, ତଃବେ ଜୁୟ୍ମଃନ୍ ଇସ୍ୱରାର୍ ନିକ କବୁରାର୍ ବଲ୍ ନଃମାନ୍ତି, ସେମଃନ୍କାର ସଃରାସଃରି ଦଃସା କଃନ୍କାର୍ ନୟ୍?
18 ପୁଣି, “ଧାର୍ମିକ ବ୍ୟକ୍ତି ଯଦି କଷ୍ଟରେ ପରିତ୍ରାଣ ପାଏ, ତେବେ ଅଧାର୍ମିକ ଓ ପାପୀ ଲୋକ କେଉଁଠାରେ ମୁହଁ ଦେଖାଇବ?”
ସାସ୍ତରେ ଲେକା ଆଚେ, “ଦଃର୍ମି ଜଦି କଃସ୍ଟେ ମୁକ୍ତି ହାୟ୍ଦ୍ ତେବେ ଅଃଦଃର୍ମି ଆର୍ ହାହି କୁୟ୍ତି ମୁଁ ଦଃକାୟ୍ଦ୍?”
19 ଅତଏବ, ଯେଉଁମାନେ ଈଶ୍ବରଙ୍କ ଇଚ୍ଛାମତେ ଦୁଃଖଭୋଗ କରନ୍ତି, ସେମାନେ ବିଶ୍ୱସ୍ତ ସୃଷ୍ଟିକର୍ତ୍ତାଙ୍କର ହସ୍ତରେ ଆପଣା ଆପଣା ଆତ୍ମାକୁ ସମର୍ପଣ କରି ସତ୍କର୍ମରେ ନିବିଷ୍ଟ ରହନ୍ତୁ।
ତଃବେ, ଜୁୟ୍ମଃନ୍ ଇସ୍ୱରାର୍ ଇଚା ହଃର୍କାରେ ଦୁକ୍ ବୟ୍ଗ୍ କଃର୍ତି, ସେମଃନ୍ ସଃତ୍ କାମ୍ କଃରି ତାର୍ ତଃୟ୍ ହୁରାହୁରି ବଃର୍ସା କଃରତ୍ । ସେମଃନାର୍ ଉବ୍ଜାଣ୍କାରି ଇସ୍ୱର୍ ସଃବୁବଃଳ୍ ତାର୍ ଜଃବାଉ ରଃକ୍ୟା କଃରେଦ୍ ।