< କରିନ୍ଥୀୟ 1 >

1 ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଆହୂତ ଜଣେ ପ୍ରେରିତ, ଓ ଭ୍ରାତା ସୋସ୍ଥିନା,
Павло, покликаний з волі Божої бути апостолом Христа Ісуса, і брат Состен.
2 କରିନ୍ଥ ସହରରେ ଥିବା ଈଶ୍ବରଙ୍କ ମଣ୍ଡଳୀ ନିକଟକୁ ପତ୍ର; ଯେଉଁମାନେ ସର୍ବତ୍ର, ସେମାନଙ୍କ ଓ ଆମ୍ଭମାନଙ୍କ ସ୍ଥାନରେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରନ୍ତି, ସେ ସମସ୍ତଙ୍କ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ରୀକୃତ ଓ ଆହୂତ ସାଧୁ ଯେ ତୁମ୍ଭେମାନେ,
Церкві Божій в Коринфі, тим, хто освячений у Христі Ісусі та покликаний бути Його святим [народом], разом з усіма, хто призиває в будь-якому місці ім’я нашого Господа Ісуса Христа – [Господа] їхнього й нашого.
3 ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ।
Благодать вам і мир від Бога, нашого Отця, і від Господа Ісуса Христа.
4 ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କୁ ଦିଆଯାଇଥିବା ଈଶ୍ବରଙ୍କ ଯେଉଁ ଅନୁଗ୍ରହ, ସେଥିନିମନ୍ତେ ମୁଁ ସର୍ବଦା ତୁମ୍ଭମାନଙ୍କ ବିଷୟରେ ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି,
Я завжди дякую моєму Богові за вас і за Його благодать, надану вам у Христі Ісусі.
5 କାରଣ ତାହାଙ୍କଠାରେ ସମସ୍ତ ବିଷୟରେ, ବିଶେଷତଃ ସମସ୍ତ ପ୍ରକାର ଶିକ୍ଷାଦାନରେ ଓ ସମସ୍ତ ପ୍ରକାର ଜ୍ଞାନରେ ତୁମ୍ଭେମାନେ ଧନବାନ ହୋଇଅଛ;
Бо в Ньому ви збагатились у всьому: і в усякому слові, і в усякому знанні,
6 ଏହି ପ୍ରକାରେ ଖ୍ରୀଷ୍ଟଙ୍କର ସାକ୍ଷ୍ୟ ତୁମ୍ଭମାନଙ୍କ ମଧ୍ୟରେ ସ୍ଥିରୀକୃତ ହୋଇଅଛି।
оскільки свідчення про Христа підтвердилося у вас.
7 ଏଣୁ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶ ନିମନ୍ତେ ଅପେକ୍ଷାରେ ଥାଇ କୌଣସି ଅନୁଗ୍ରହଦାନର ଊଣା ପଡ଼ୁ ନାହଁ;
Тож вам, що очікуєте з’явлення нашого Господа Ісуса Христа, не бракує жодного дару благодаті.
8 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦିବସରେ ଯେପରି ତୁମ୍ଭେମାନେ ଅନିନ୍ଦନୀୟ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ମଧ୍ୟ ସ୍ଥିର ରଖିବେ।
Він зміцнить вас до кінця, [щоб ви були] невинними в День нашого Господа Ісуса Христа.
9 ଈଶ୍ବର ବିଶ୍ୱସ୍ତ, ଯାହାଙ୍କ ଦ୍ୱାରା ତୁମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ, ଆମ୍ଭମାନଙ୍କ ପ୍ରଭୁଙ୍କର ସହଭାଗିତା ନିମନ୍ତେ ଆହୂତ ହୋଇଅଛ।
Вірний Бог, через Якого ви покликані до спільності з Його Сином Ісусом Христом, нашим Господом.
10 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଯେପରି ତୁମ୍ଭେମାନେ ସମସ୍ତେ ଏକ କଥା କୁହ, ଆଉ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ନ ହୁଏ, କିନ୍ତୁ ତୁମ୍ଭେମାନେ ଏକ ମନରେ ଓ ଏକ ବିଚାରରେ ସମ୍ମିଳିତ ହୁଅ।
Закликаю вас, брати, іменем нашого Господа Ісуса Христа, щоб ви всі говорили одне й щоб не було між вами розділень, натомість майте цілковиту єдність у думках і розумінні.
11 କାରଣ, ହେ ମୋହର ଭାଇମାନେ, ଖ୍ଳୟୀଙ୍କ ପରିଜନଙ୍କଠାରୁ ତୁମ୍ଭମାନଙ୍କ ସମ୍ବନ୍ଧରେ ମୋʼ ନିକଟରେ ଏହା ପ୍ରକାଶ ପାଇଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବାଦବିବାଦ ଅଛି।
Адже, брати мої, [люди] Хлої доповіли мені, що між вами існують сварки.
12 ମୋʼ କଥାର ଭାବ ଏହି, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି କହନ୍ତି, ମୁଁ ପାଉଲଙ୍କର, କେହି କେହି କହନ୍ତି, ମୁଁ ଆପଲ୍ଲଙ୍କର, କେହି କେହି କହନ୍ତି, ମୁଁ କୈଫାଙ୍କର, ଆଉ କେହି କେହି କହନ୍ତି, ମୁଁ ଖ୍ରୀଷ୍ଟଙ୍କର।
Я маю на увазі, що одні з вас кажуть: «Я – Павла!», інші: «Я – Аполлоса!», ще інші: «Я – Кифи!» або: «Я – Христа!»
13 ଖ୍ରୀଷ୍ଟ କି ବିଭକ୍ତ ହୋଇଅଛନ୍ତି? ତୁମ୍ଭମାନଙ୍କ ନିମନ୍ତେ କି ପାଉଲ କ୍ରୁଶରେ ହତ ହୋଇଥିଲା? କିମ୍ବା ତୁମ୍ଭେମାନେ କି ପାଉଲ ନାମରେ ବାପ୍ତିଜିତ ହୋଇଥିଲ?
Невже Христос поділений? Чи, може, Павло був розіп’ятий за вас? Чи, може, ви в ім’я Павла були хрещені?
14 କାଳେ ତୁମ୍ଭେମାନେ ମୋହର ନାମରେ ବାପ୍ତିଜିତ ହୋଇଅଛ ବୋଲି କେହି କହିବ,
Я дякую Богові за те, що не хрестив жодного з вас, окрім Криспа та Гая,
15 ଏଥିପାଇଁ କ୍ରୀଷ୍ପ ଓ ଗାୟ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କାହାରିକୁ ବାପ୍ତିସ୍ମ ଦେଇ ନାହିଁ ବୋଲି ମୁଁ ଈଶ୍ବରଙ୍କୁ ଧନ୍ୟବାଦ ଦିଏ।
щоб ніхто не сказав, що ви були хрещені в моє ім’я.
16 ଆଉ ସ୍ତିଫାନଙ୍କ ପରିଜନଙ୍କୁ ମଧ୍ୟ ବାପ୍ତିସ୍ମ ଦେଇଅଛି, ଏହା ଛଡ଼ା ମୁଁ ଆଉ କାହାରିକୁ ବାପ୍ତିସ୍ମ ଦେଇଅଛି ବୋଲି ମୋହର ମନେ ପଡ଼ୁ ନାହିଁ।
[Щоправда, ] я охрестив і дім Стефана, але не знаю, чи хрестив я ще когось іншого.
17 କାରଣ ଖ୍ରୀଷ୍ଟ ମୋତେ ବାପ୍ତିସ୍ମ ଦେବା ନିମନ୍ତେ ପ୍ରେରଣ କରିନାହାଁନ୍ତି, ମାତ୍ର ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କରିଅଛନ୍ତି; ତାହା ମଧ୍ୟ ବାକ୍ୟ ଆଡ଼ମ୍ବରରେ ନୁହେଁ, କାଳେ କ୍ରୁଶରେ ଖ୍ରୀଷ୍ଟଙ୍କ ମୃତ୍ୟୁ ବ୍ୟର୍ଥ ହୁଏ।
Бо Христос послав мене не хрестити, а звіщати Добру Звістку, причому не мудрістю красномовства, щоб хрест Христа не був позбавлений [своєї сили].
18 କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ବରଙ୍କ ଶକ୍ତି ଅଟେ।
Адже звістка хреста – це безумство для тих, хто гине, але для нас, спасенних, – це Божа сила.
19 ଯେଣୁ ଏହା ଲେଖାଅଛି, “ଆମ୍ଭେ ଜ୍ଞାନୀମାନଙ୍କର ଜ୍ଞାନ ନଷ୍ଟ କରିବା, ଆଉ ବୁଦ୍ଧିମାନମାନଙ୍କର ବୁଦ୍ଧି ଅଗ୍ରାହ୍ୟ କରିବା।”
Бо написано: «Я знищу мудрість мудрих та відкину розум розумних».
20 ଜ୍ଞାନୀ କାହିଁ? ଶାସ୍ତ୍ରୀ କାହିଁ? ଏହି ଯୁଗର ତାର୍କିକ କାହିଁ? ଈଶ୍ବର କି ଜଗତର ଜ୍ଞାନକୁ ମୂର୍ଖତା ବୋଲି ପ୍ରକାଶ କରି ନାହାନ୍ତି? (aiōn g165)
Де мудрець? Де книжник? Де мислитель цього віку? Хіба Бог не обернув на безумство мудрість світу? (aiōn g165)
21 କାରଣ ଈଶ୍ବରଙ୍କ ଜ୍ଞାନ ପ୍ରକାଶିତ ହୋଇଥିଲେ ହେଁ ଜଗତ ନିଜ ଜ୍ଞାନ ଦ୍ୱାରା ଈଶ୍ବରଙ୍କୁ ନ ଜାଣିବାରୁ ପ୍ରଚାରିତ ପ୍ରସଙ୍ଗର ମୂର୍ଖତା ଦ୍ୱାରା ବିଶ୍ଵାସୀମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ବର ସନ୍ତୁଷ୍ଟ ହେଲେ।
Оскільки за великою мудрістю Бога світ, незважаючи на всю [свою] мудрість, так і не зміг пізнати Бога, [то] до вподоби було Богу спасти тих, хто вірить, через безумство проповіді [Доброї Звістки].
22 କାରଣ ଯିହୁଦୀମାନେ ଚିହ୍ନ ଲୋଡ଼ନ୍ତି, ଆଉ ଗ୍ରୀକ୍‍ମାନେ ଜ୍ଞାନ ଅନ୍ୱେଷଣ କରନ୍ତି,
Бо юдеї вимагають знаків, греки шукають мудрості,
23 କିନ୍ତୁ ଆମ୍ଭେମାନେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ, ସେ ଯିହୁଦୀମାନଙ୍କ ନିମନ୍ତେ ବିଘ୍ନସ୍ୱରୂପ ଓ ଅଣଯିହୁଦୀମାନଙ୍କ ନିମନ୍ତେ ମୂର୍ଖତାସ୍ୱରୂପ,
а ми проповідуємо розіп’ятого Христа – камінь спотикання для юдеїв і безумство для язичників.
24 କିନ୍ତୁ ଯିହୁଦୀ ହେଉ ବା ଗ୍ରୀକ୍‍ ହେଉ, ଯେଉଁମାନେ ଆହୂତ, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ବରଙ୍କ ଶକ୍ତି ଓ ଈଶ୍ବରଙ୍କ ଜ୍ଞାନସ୍ୱରୂପ ଅଟନ୍ତି।
Але для покликаних – чи то юдеїв, чи то греків – Христос є силою та мудрістю Бога.
25 ଯେଣୁ ଈଶ୍ବରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ବରଙ୍କ ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ।
Адже Боже безумство мудріше від людей і Божа слабкість сильніша від людей.
26 କାରଣ, ହେ ଭାଇମାନେ, ତୁମ୍ଭମାନଙ୍କ ଆହ୍ୱାନ ବିଷୟ ଭାବି ଦେଖ, ସାଂସାରିକ ମତାନୁସାରେ ଅନେକ ଜ୍ଞାନୀ, ଅନେକ କ୍ଷମତାପନ୍ନ ବା ଅନେକ କୁଳୀନ ଆହୂତ ହୋଇ ନାହାନ୍ତି;
Брати, зверніть увагу на ваше покликання: [серед вас] небагато по-людському мудрих, небагато сильних, небагато вельможних.
27 କିନ୍ତୁ ଯେପରି କୌଣସି ମର୍ତ୍ତ୍ୟ ଈଶ୍ବରଙ୍କ ଛାମୁରେ ଗର୍ବ ନ କରେ,
Але Бог обрав безумне світу, щоб осоромити мудрих, і Бог обрав слабке світу, щоб осоромити сильних.
28 ଏଥିପାଇଁ ଈଶ୍ବର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖମାନଙ୍କୁ ମନୋନୀତ କଲେ, ପୁଣି, ବଳବାନମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଈଶ୍ବର ଜଗତର ଦୁର୍ବଳମାନଙ୍କୁ ମନୋନୀତ କଲେ,
Бог обрав низьке та зневажене світу, те, чого [ніби] не існує, аби скасувати те, що існує,
29 ଆଉ ଯାହା ଜଗତ ଚକ୍ଷୁରେ ମାନ୍ୟଗଣ୍ୟ, ସେ ସବୁକୁ ବ୍ୟର୍ଥ କରିବା ନିମନ୍ତେ ଈଶ୍ବର ଜଗତର ନୀଚ ଓ ତୁଚ୍ଛ ଲୋକମାନଙ୍କୁ, ହଁ, ନଗଣ୍ୟ ଲୋକମାନଙ୍କୁ ମନୋନୀତ କଲେ।
щоб жодна людина не вихвалялася перед Богом.
30 କିନ୍ତୁ ତାହାଙ୍କ ହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ, ସେ ଈଶ୍ବରଙ୍କଠାରୁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ, ଅର୍ଥାତ୍‍, ଧାର୍ମିକତା, ପବିତ୍ରତା ଓ ମୁକ୍ତି-ସ୍ୱରୂପ ହୋଇଅଛନ୍ତି।
Завдяки Йому ви знаходитесь у Христі Ісусі, Який став для нас мудрістю від Бога, праведністю, святістю та відкупленням,
31 ଅତଏବ, ଯେପରି ଲେଖାଅଛି, “ଯେ ଦର୍ପ କରେ, ସେ ପ୍ରଭୁଙ୍କଠାରେ ଦର୍ପ କରୁ।”
адже написано: «Той, хто вихваляється, нехай вихваляється в Господі».

< କରିନ୍ଥୀୟ 1 >