< ରମିୟ 3 >
1 ୧ ତେବେ ଜିଉଦି ନଇଲା ଲକ୍ମନର୍ତେଇଅନି ଜିଉଦିମନର୍ ଅଦିକ୍ ସୁବିଦା କାଇଟା? ସୁନତ୍ କଲେ କାଇ ଲାବ୍?
2 ୨ ସବୁ ରକାମର୍ ଲାବ୍ ଆଚେ । ତେବେ ପର୍ତୁମ୍, ପରମେସର୍ ତାର୍ କବର୍ ଜାନାଇବା ଦାଇତ୍ ଜିଉଦିମନର୍ ଆତେ ଦେଲା ଆଚେ ।
3 ୩ ତେବେ କାଇଟା ଅଇସି? ଜିଉଦିମନର୍ ବିତ୍ରେଅନି କେତେ ଲକ୍ ବିସ୍ବାସ୍ ନ କଲେ ପରମେସର୍ କାତା ଦେଇରଇବାଟା ପୁରାପୁରୁନ୍ ନ ଅଏ କି?
4 ୪ କେବେ ନାଇ । ମୁନୁସ୍ମନ୍ ସବୁ ଲକ୍ ମିଚୁଆ ଅଇଲେ ମିସା, ପରମେସର୍ ସତ୍ସେ । ସାସ୍ତରେ ଲେକା ଆଚେ, “ତମର୍ ବାକିଅ ଅନି ତମେସେ ସତ୍ ବଲି ଚିନାଇ ଉଆ, ତମେ ବିଚାର୍ କରାଇ ଅଇଲାବେଲେ ଜିତି କରି ରୁଆ ।”
5 ୫ ଇତି ଗଟେକ୍ ପର୍ସନ୍ ଅଇପାରେ, “ଆମର୍ କାରାପ୍ ଚଲାଚଲ୍ତି, ପରମେସରର୍ ଦରମ୍କେ ଚିନାଇ ଦେଇସି ବଇଲେ, ସେ ଆମ୍କେ ଡଣ୍ଡ୍ଦେଇ ଅନିଆଇ କଲାନି ବଲି କଇପାରିଅଇସି କି?
6 ୬ କେବେ ନାଇ । ପରମେସର୍ ଜଦି ନିଆଇତେଇ ନାଇ, ତେବେ ସେ କେନ୍ତି ଜଗତର୍ ନିଆଇ ବିଚାର୍ କର୍ସି?”
7 ୭ “ଜଦି ମୁଇ ମିଚ୍ କଇବାଟା ପରମେସରର୍ ସତ୍ ଅଦିକ୍ ଡିସି କରି ଡାକ୍ପୁଟା କରାଇସି ବଇଲେ, ମୁଇ କାଇକେ ପାପି ବଲି ଡଣ୍ଡ୍ ପାଇବି?”
8 ୮ ସେନ୍ତାର୍ଆଲେ “ଆସା, ଆମେ କାରାପ୍ କାମ୍ କରୁ ଜେନ୍ତାରି କି ତେଇଅନି ନିକ ବିସଇ ବାରଇସି” ବଲି କଇଅଇସି କି? ନାଇ, କଇ ନଏ । ମୁଇ ସମାନ୍ ଏନ୍ତି କାତା କଇଲିନି ବଲି ଦାବା କରି କେତେ ଲକ୍ ମକେ ଇଜତ୍ ଜିକ୍ଲାଇନି । ସେମନ୍ ସେଟାର୍ ପାଇ ଜନ୍ ଡଣ୍ଡ୍ ପାଇବାର୍ ରଇଲାଇ, ସତଇସେ ପାଇବାଇ ।
9 ୯ ତେବେ କାଇ ଜିଉଦିମନର୍ ଜିଉନା କାଉନା, ଜିଉଦି ନଇଲା ଲକ୍ମନର୍ଟାନେଅନି ଅଦିକ୍ ନିକ କି? ନାଇ, ମୁଲ୍କେ ନାଇ! ମୁଇ ଆଗ୍ତୁଅନି କଇଲି ଆଚି ଜେ, ସେମନ୍ ଦୁଇ ଦଲ୍ ଜାକ ପାପର୍ ସାସନେ ଆଚତ୍ ।
10 ୧୦ ସାସ୍ତରେ ଲେକା ଆଚେ, ଦରମ୍ ଲକ୍ କେ ନାଇ ଗଟେକ୍ ଲକ୍ ମିସା ନାଇ,
11 ୧୧ କେ ମିସା ଗିଆନ୍ ରଇବା ଲକ୍ ନାଇ । ସତଇସେ ପରମେସର୍କେ ଉପାସନା କର୍ବା ଲକ୍ ନାଇ ।
12 ୧୨ ସେମନ୍ ସବୁ ଲକ୍ ପରମେସର୍ଟାନେଅନି ଅନି ଦୁରିକେ ଜାଇ ଆଚତ୍ । ସେମନ୍ ବାଟ୍ ବାନା ଅଇଗାଲାଇ ଆଚତ୍ । କେ ଗଟେକ୍ ଲକ୍ ମିସା ସତ୍ କାମ୍ କରତ୍ ନାଇ ।
13 ୧୩ ସେମନର୍ କାତା କଇବାଟାନେ ଅଦିକ୍ ନାଡାଇବାଟା ଆଚେ, ଟଣ୍ଡେଅନି ଗାଡ୍ ଗାଲାପାରା ମିଚ୍ କାତା ବାରଇଲାନି । ଜିବ୍ତଲେ ନାଗ୍ ସାପର୍ ବିସ୍ ପାରା ଆଚେ ।
14 ୧୪ ସେମନର୍ କାତା, ପିତା ଅଇ, ଅବିସାପେ ପୁରୁନ୍ ଅଇଆଚେ ।
15 ୧୫ ସେମନ୍ ମାର୍ବାକେ ଆରି ମରାଇବାକେ ତେରେପେତେ ଅଇଲାଇନି ।
16 ୧୬ ସେମନ୍ ଜନ୍ବାଟେ ଗାଲାଇନି, ତେଇ କୁରୁପ୍ନାସ୍ ଅଇବାଟା ଆରି କସ୍ଟ ଅଇବାଟା ଉବଜ୍ଲାନି ।
17 ୧୭ ସେମନ୍ ସାନ୍ତିର୍ ବାଟ୍ ନାଜାନତ୍,
18 ୧୮ କି ପରମେସର୍କେ ଡର୍ବାଟା ସିକତ୍ ନାଇ ।
19 ୧୯ ଆମେ ଜାନୁ, ଜନ୍ ଲକ୍ମନ୍ ନିୟମର୍ ସାସନ୍ ତଲେ ଆଚତ୍, ତେଇର୍ ସବୁ ବିଦିବିଦାନ୍ ମାନ୍ବାକେ ବାଦିଅ । ପରମେସର୍ ଜେଡେବଲ୍ ଗୁଲାଇ ଜଗତର୍ ବିଚାର୍ କର୍ସି, ନିୟମ୍ ନ ମାନ୍ଲା ଲକ୍ମନ୍ କାଇ କାମ୍ ମିସା ଦେକାଇକରି, ଦସ୍ କରିନାଇ ବଲି କଇନାପାରତ୍ ।
20 ୨୦ ମାତର୍ ନିୟମର୍ ରିତିନିତି ମାନିକରି କେ ମିସା ପରମେସରର୍ ମୁଆଟେ ଦରମ୍ ଲକ୍ ଅଇନାପାରେ । ନିୟମେଅନି ସେ ଲକ୍ ଅବ୍କା ପାପର୍ ବଜ୍ସେ ପାଇସି ।
21 ୨୧ ମାତର୍ ଏବେ ଲକ୍ମନ୍ ତାର୍ ମୁଆଟେ ଦରମ୍ ବଲି ଏଜାଇ ଅଇବାକେ, ପରମେସର୍ ଜନ୍ଟା ଜଜ୍ନା କରି ରଇଲା, ସେଟା ସେ ଆମ୍କେ ଜାନାଇଦେଲାଆଚେ । ମାତର୍ ଏଟା ନିୟମ୍ ମାନ୍ଲାକେ ଅଏନାଇ । ଏ ଜଜ୍ନା ମସାର୍ ନିୟମେ ଆରି ବିନ୍ ବବିସତ୍ବକ୍ତାମନର୍ ଟାନେ ମିସା ରଇଲା ।
22 ୨୨ ଉଜେ ଜିସୁକିରିସ୍ଟକେ ବିସ୍ବାସ୍ କଲାକେ ଏବେ ଆମେ ପରମେସରର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲାଇ ଅଇଆଚୁ । ପରମେସର୍ କେତେ ଲକ୍କେ ଆଲାଦ୍ କରି ଆରି କେତେକ୍ ଲକ୍କେ ଗିନ୍ କରେନାଇ । କିରିସ୍ଟକେ ବିସ୍ବାସ୍କର୍ବା ସବୁ ଲକ୍ମନ୍କେ ଏ ଅଦିକାର ଦେଲାଆଚେ ।
23 ୨୩ ସବୁ ଲକ୍ ପାପ୍ କଲାଇ ଆଚତ୍ ଆରି ପରମେସରର୍ ପୁରାପୁରୁନ୍ ମଇମାଇଅନି ଉନା ଅଇଗାଲାଇ ଆଚତ୍ ।
24 ୨୪ ମାତର୍ ପରମେସର୍ କିରିସ୍ଟ ଜିସୁର୍ତେଇଅନି ଇନାମେ ନ ସାର୍ବା ଜିବନ୍ ଦୁକାନି ଦାନ୍ କଲାଆଚେ । ଜନ୍ ଲକ୍ମନ୍ ସେଟା ମିଲାଇଆଚତ୍, ସେମନ୍କେ ମାପ୍ରୁ ଜିସୁ ମୁକ୍ତି ଦେଇସି । ସେମନ୍ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇ ଅଇବାଇ ।
25 ୨୫ ପରମେସର୍ ଜିସୁକେ ଦାନ୍କଲା, ଜେନ୍ତିକି ତାର୍ ମରନ୍, ତାକେ ବିସ୍ବାସ୍ କର୍ବା ଲକ୍ମନର୍ ପାପ୍ କେମାର୍ ବାଟ୍ ଦେକାଇସି । ସେ ନିଜର୍ ଦରମ୍ ଅଇଲାଟା ଦେକାଇବାକେ ଏଟା କଲା । ସେ ସବୁ ମୁର୍ଚିକରି ଲକ୍ମନ୍ ଆଗ୍ତୁ କରିରଇବା ପାପ୍ ଦାରେ ନାଇ ।
26 ୨୬ ମାତର୍ ଏବେ ସେ ତାର୍ ଦରମ୍ ଅଇଲାଟା ଦେକାଇବାକେ ସେ ସବୁ ପାପ୍, ଜନ୍ ପାପ୍ କି ଜିସୁ କୁର୍ସକାଟେ ଦାରିରଇଲା, ତେଇ ମିସାଇ ଆଚେ । ଏଟାର୍ଲାଗି ପର୍ମେସର୍ ପୁରାପୁରୁନ୍ ଦରମ୍ ଆଚେ । ଆରି ଜେତ୍କି ଲକ୍ ଜିସୁକେ ବିସ୍ବାସ୍ କର୍ବାଇ ସେ ସବୁ ଦରମ୍ ଲକ୍ ବଲି ଏଜାଇଅଇବାଇ ।
27 ୨୭ ସେନ୍ତାର୍ଆଲେ ଆମେ କାଇ ବିସଇନେଇ ବଡ୍ପନ୍ ଅଇବାର୍ ଆଚେ? ନାଇ ସେନ୍ତି କାଇଟା ମିସା ନାଇ । ଆମେ ବଡ୍ପନ୍ ଦେକାଇବାକେ କାଇ ବିସଇ ଆଚେ କି? ଆମେ ପୁରାପୁରି ନିୟମ୍ ମାନ୍ଲୁନି ବଲିକରି କି? ନାଇ, ଅବ୍କା ବିସ୍ବାସ୍ କର୍ବାଟାସେ ଆମର୍ ବଡ୍ପନ୍ ଦେକାଇବାଟା ।
28 ୨୮ ଆମେ ସତଇସେ ବୁଜି ପାର୍ଲୁ ଜେ, ଗଟେକ୍ ଲକ୍ ଅବ୍କା ବିସ୍ବାସ୍ କରିସେ ଦରମ୍ ଲକ୍ ବଲାଇ ଅଇସି, ନିୟମ୍ ମାନିକରି ନାଇ ।
29 ୨୯ ପରମେସର୍ କାଇ ଉଜେ ଜିଉଦିମନର୍ସେ ପରମେସର୍ କି? ସେ କାଇ ଜିଉଦିନଇଲା ଲକ୍ମନର୍ ପରମେସର୍ ନଏଁ କି? ସତଇସେ ସେ ସବୁ ଲକର୍ ପରମେସର୍ ।
30 ୩୦ ପରମେସର୍ ଗଟେକ୍ସେ । ଜିଉଦି ଆରି ଜିଉଦିନଇଲା ଲକର୍ ପାଇ ସମାନ୍ । ସେମନର୍ ବିସ୍ବାସ୍ ପାଇ ସେମନ୍କେ ଦରମ୍ ଲକ୍ ଇସାବେ ବାଚ୍ସି ।
31 ୩୧ ଏଟାର୍ ଅରତ୍ କାଇଟା, ଏନ୍ତାରି ବିସ୍ବାସ୍ କରି ନିୟମ୍ ନସାଇଦେଉଁ କି? ନାଇ, ଆମେ ଜଦି ଜିସୁକିରିସ୍ଟକେ ବିସ୍ବାସ୍ କର୍ବୁ ବଇଲେ, ନିୟମ୍କେ ମିସା ଡାଟ୍ କର୍ବୁ ।