< Rút 3 >

1 Řekla jí potom Noémi svegruše její: Má dcero, nemám-liž pohledati tobě odpočinutí, aby tobě dobře bylo?
ଏଥିଉତ୍ତାରେ ତାହାର ଶାଶୁ ନୟମୀ ତାହାକୁ କହିଲା, “ଆହେ ମୋହର କନ୍ୟା, ଯେଉଁଥିରେ ତୁମ୍ଭର ମଙ୍ଗଳ ହେବ, ଏପରି ଆଶ୍ରୟ ସ୍ଥାନ ମୁଁ କି ତୁମ୍ଭ ପାଇଁ ଚେଷ୍ଟା କରିବି ନାହିଁ?
2 Anobrž zdaliž Bóz ten příbuzný náš, s jehož jsi děvečkami byla, nebude víti ječmene na humně noci této?
ତୁମ୍ଭେ ଯେଉଁ ବୋୟଜର ଦାସୀଗଣ ସଙ୍ଗରେ ଥିଲ, ସେ କି ଆମ୍ଭମାନଙ୍କ ଜ୍ଞାତି ନୁହେଁ? ଦେଖ, ସେ ଆଜି ରାତ୍ରି ନିଜ ଖଳାରେ ଯବ ଝାଡ଼ିବାକୁ ଉଦ୍ୟତ ଅଛି।
3 Protož umej se a pomaž, roucho své také oblec, a jdi na humno, však tak, aby nebylo známé muži tomu, prvé než by přestal jísti a píti.
ଏଣୁ ତୁମ୍ଭେ ଏବେ ସ୍ନାନ କର ଓ ତୈଳ ମର୍ଦ୍ଦନ କର ଓ ନିଜ (ଉତ୍ତମ) ବସ୍ତ୍ର ପରିଧାନ କରି ସେହି ଖଳାକୁ ଯାଅ; ମାତ୍ର ସେ ମନୁଷ୍ୟ ଭୋଜନପାନ ନ ସାରିବା ପର୍ଯ୍ୟନ୍ତ ତାହାକୁ ନିଜର ପରିଚୟ ଦିଅ ନାହିଁ।
4 A když půjde ležeti, znamenej místo, na kterémž lehne, a přijduc, pozdvihneš pláště u noh jeho, a tu se položíš; on pak oznámí tobě, co bys měla činiti.
ସେ ଯେତେବେଳେ ଶୟନ କରିବ, ସେତେବେଳେ ତୁମ୍ଭେ ତାହାର ଶୟନ ସ୍ଥାନ ଦେଖି ନିର୍ଣ୍ଣୟ କର; ତହୁଁ ସେଠାକୁ ଯାଇ ତାହାର ଚରଣ ସମୀପସ୍ଥ ସ୍ଥାନ ଅନାବୃତ କରି ଶୟନ କର, ତହିଁରେ ତୁମ୍ଭକୁ କʼଣ କରିବାକୁ ହେବ, ତାହା ସେ ଜଣାଇବ।”
5 Jížto Rut řekla: Cokoli mi rozkážeš, učiním.
ସେ ଉତ୍ତର କଲା, “ତୁମ୍ଭେ ଯାହା କହୁଅଛ, ସେସମସ୍ତ ମୁଁ କରିବି।”
6 Šla tedy na to humno, a učinila všecko, což jí rozkázala svegruše její.
ଏଣୁ ସେ ସେହି ଖଳାକୁ ଯାଇ ନିଜ ଶାଶୁର ଆଦେଶାନୁସାରେ ସମସ୍ତ କର୍ମ କଲା।
7 Když pak pojedl Bóz a napil se, a rozveselilo se srdce jeho, šel spáti vedlé stohu; přišla i ona tiše, a pozdvihši pláště u noh jeho, položila se.
ପୁଣି ଭୋଜନପାନ ସାରି ବୋୟଜର ମନ ଆନନ୍ଦିତ ହୁଅନ୍ତେ, ସେ ଶସ୍ୟରାଶିର ଏକ ପ୍ରାନ୍ତଭାଗରେ ଶୟନ କରିବାକୁ ଗଲା, ତହିଁରେ ରୂତ ଧୀରେ ଧୀରେ ଯାଇ ତାହାର ଚରଣ ସମୀପସ୍ଥ ସ୍ଥାନ ଅନାବୃତ କରି ଶୟନ କଲା।
8 A když bylo o půl noci, ulekl se muž ten a zchopil se, a aj, žena leží u noh jeho.
ତହୁଁ ମଧ୍ୟରାତ୍ରି ସମୟରେ ସେ ପୁରୁଷ ଚମତ୍କୃତ ହୋଇ ଉଠି ଅନାଇଲା, ଆଉ ଦେଖ, ତାହାର ପାଦ ନିକଟରେ ଜଣେ ସ୍ତ୍ରୀ ଶୟନ କରିଅଛି। ତହିଁରେ ସେ ପଚାରିଲା, “ତୁମ୍ଭେ କିଏ?”
9 I řekl: Kdo jsi ty? A ona odpověděla: Já jsem Rut, děvka tvá. Vztáhni křídlo pláště svého na děvku svou, nebo příbuzný jsi.
ସେ ଉତ୍ତର କଲା, “ମୁଁ ଆପଣଙ୍କର ଦାସୀ ରୂତ; ଏଣୁ ନିଜ ଚାଦର ଆପଣଙ୍କ ଦାସୀ ଉପରେ ବିସ୍ତାର କରନ୍ତୁ, କାରଣ ଆପଣ ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି।”
10 A on řekl: Požehnaná jsi ty od Hospodina, dcero má. Větší jsi nyní pobožnosti dokázala, nežli prvé, že jsi nehledala mládenců bohatých aneb chudých.
ସେ କହିଲା, “ଆହେ ମୋହର କନ୍ୟା, ତୁମ୍ଭେ ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ରୀ ହୁଅ, ଯେହେତୁ ତୁମ୍ଭେ ଧନବାନ କି ଦରିଦ୍ର କୌଣସି ଯୁବାପୁରୁଷର ଅନୁଗାମିନୀ ନ ହୋଇ ପ୍ରଥମାପେକ୍ଷା ଶେଷରେ ଅଧିକ ସାଧୁତା ଦେଖାଇଅଛ।
11 Protož nyní, dcero má, neboj se; vše, čehož žádáš, učiním tobě, nebo víť všecko město lidu mého, že jsi ty žena šlechetná.
ଏଣୁ ଆହେ ମୋହର କନ୍ୟା, ଭୟ କର ନାହିଁ, ତୁମ୍ଭେ ଯାହା କହିଲ, ମୁଁ ତୁମ୍ଭ ପାଇଁ ସେସମସ୍ତ କରିବି;
12 A také jest to pravé, že jsem příbuzný tvůj, ale jestiť příbuzný bližší nežli já.
ଯେହେତୁ ତୁମ୍ଭେ ଯେ ସମ୍ମାନୀୟ ସ୍ତ୍ରୀ, ଏହା ମୋହର ନଗରସ୍ଥ ସମସ୍ତ ଲୋକ ଜାଣନ୍ତି। ମୁଁ ମୁକ୍ତିକର୍ତ୍ତା ଜ୍ଞାତି ଅଟେ, ଏହା ସତ୍ୟ, ମାତ୍ର ମୋʼ ଠାରୁ ନିକଟ ସମ୍ପର୍କୀୟ ଆଉ ଜଣେ ମୁକ୍ତିକର୍ତ୍ତା ଜ୍ଞାତି ଅଛି।
13 Odpočiniž tu přes noc, a když bude ráno, jestližeť on bude chtíti práva příbuznosti k tobě užiti, dobře, nechť užive. Pakliť nebude chtíti práva užiti k tobě, já právem příbuznosti pojmu tebe, živť jest Hospodin. Spiž tu až do jitra.
ଏହି ରାତ୍ରି ଥାଅ; ସକାଳେ ସେ ଯେବେ ତୁମ୍ଭକୁ ମୁକ୍ତ କରେ, ତେବେ ଭଲ, ସେ ମୁକ୍ତ କରୁ; ମାତ୍ର ଯେବେ ସେ ତୁମ୍ଭକୁ ମୁକ୍ତ ନ କରେ, ତେବେ ଜୀବିତ ସଦାପ୍ରଭୁଙ୍କ ନାମରେ ସତ୍ୟ କହୁଅଛି ଯେ, ମୁଁ ତୁମ୍ଭକୁ ମୁକ୍ତ କରିବି; ତୁମ୍ଭେ ସକାଳ ପର୍ଯ୍ୟନ୍ତ ଶୟନ କର।”
14 A tak spala u noh jeho až do jitra. Potom vstala prvé, nežli by kdo poznati mohl bližního svého; nebo pečoval Bóz, aby někdo nezvěděl, že přišla žena ta na humno.
ତହିଁରେ ରୂତ ସକାଳ ଯାଏ ତାହାର ପାଦ ନିକଟରେ ଶୋଇ ରହିଲା, ପୁଣି କେହି କାହାକୁ ଚିହ୍ନି ପାରିବା ସମୟ ପୂର୍ବେ ସେ ଉଠିଲା କାରଣ ବୋୟଜ କହିଲା, “ଖଳାକୁ ଏ ସ୍ତ୍ରୀ ଯେ ଆସିଥିଲା, ଏହା ଜଣା ନ ଯାଉ।”
15 A řekl: Přines loktušku, kterouž se odíváš, a drž ji. A když ji držela, naměřiv jí šest měr ječmene, vložil na ni. I vešla do města.
ସେ ଆହୁରି କହିଲା, “ତୁମ୍ଭର ଆବରଣୀୟ ବସ୍ତ୍ର ବିଛାଇ ଧର,” ତହିଁରେ ରୂତ ତାହା ବିଛାଇ ଧରନ୍ତେ, ସେ ଛଅ ପାତ୍ର ଯବ ମାପି ତାହାର ମସ୍ତକରେ ଦେଇ ନଗରକୁ ଚାଲିଗଲା।
16 A přišla k svegruši své. Kteráž řekla: Kdo jsi ty, dcero má? I vypravovala jí všecko, což jí učinil muž ten.
ତହୁଁ ରୂତ ନିଜ ଶାଶୁ ନିକଟକୁ ଆସନ୍ତେ, ସେ କହିଲା, “ଆହେ ଆମ୍ଭର କନ୍ୟା, କଅଣ ହେଲା?” ତହିଁରେ ସେ ନିଜ ପ୍ରତି ସେହି ପୁରୁଷର କୃତ ସମସ୍ତ କର୍ମ ତାହାକୁ ଜଣାଇଲା।
17 A řekla: Šest měr těchto ječmene dal mi, nebo řekl ke mně: Nenavrátíš se prázdná k svegruši své.
ପୁଣି ଆହୁରି କହିଲା, “ଶାଶୁ ନିକଟକୁ ମୁକ୍ତ ହସ୍ତରେ ନ ଯାଅ” ବୋଲି କହି ସେ ମୋତେ ଏହି ଛଅ ପାତ୍ର ଯବ ଦେଇଅଛନ୍ତି।
18 I řekla jí Noémi: Počekej, dcero má, až porozumíš, jak to padne; neboť neobleví muž ten, až tu věc dnes k místu přivede.
ତହୁଁ ତାହାର ଶାଶୁ ତାହାକୁ କହିଲା, “ଆହେ ଆମ୍ଭର କନ୍ୟା, ଏ ବିଷୟ କʼଣ ହେବ, ଏହା ତୁମ୍ଭକୁ ଜଣା ହେବା ପର୍ଯ୍ୟନ୍ତ ବସିଥାଅ; କାରଣ ସେ ମନୁଷ୍ୟ ଆଜି ଏ କର୍ମ ସମାପ୍ତ ନ କରି ବିଶ୍ରାମ କରିବ ନାହିଁ।”

< Rút 3 >