< 2 Korintským 2 >

1 Toto jsem pak sobě uložil, abych k vám zase s zámutkem nepřišel.
ମାତ୍ର ତୁମ୍ଭମାନଙ୍କ ନିକଟକୁ ମୋହର ଯିବା ଯେପରି ପୁନର୍ବାର ଦୁଃଖଜନକ ନ ହୁଏ, ଏହା ମୁଁ ମନରେ ସ୍ଥିର କଲି।
2 Nebo jestliže já vás zarmoutím, i kdo jest, ješto by mne obveselil, než ten, kterýž jest ode mne zarmoucen?
ଯେଣୁ ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖ ଦିଏ, ତେବେ ଯାହାକୁ ମୁଁ ଦୁଃଖ ଦିଏ, ତାହା ଛଡ଼ା ଆଉ କିଏ ମୋତେ ଆନନ୍ଦ ଦେବ?
3 A toto samo psal jsem vám, abych přijda, neměl zámutku z těch, z nichž bych se měl radovati, doufaje o všech o vás, že radost má jest všech vás.
ପୁଣି, ଯେଉଁମାନଙ୍କଠାରୁ ମୋହର ଆନନ୍ଦ ପାଇବା ଉଚିତ, ସେମାନଙ୍କଠାରୁ ମୁଁ ଆସି ଯେପରି ଦୁଃଖ ନ ପାଏ, ଏଥିନିମନ୍ତେ ମୁଁ ଏହି କଥା ଲେଖିଥିଲି, ଯେଣୁ ମୋହର ଆନନ୍ଦରେ ଯେ ତୁମ୍ଭମାନଙ୍କର ଆନନ୍ଦ, ଏହା ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ବିଶ୍ୱାସ।
4 Nebo z velikého ssoužení a bolesti srdce psal jsem vám, s mnohými slzami, ne abyste zarmouceni byli, ale abyste poznali lásku, kterouž k vám velikou mám.
କାରଣ ବହୁତ କ୍ଳେଶ ଓ ହୃଦୟର ବେଦନାରେ ବହୁ-ଅଶ୍ରୁପାତ ସହିତ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି ଯେପରି ତୁମ୍ଭେମାନେ ଦୁଃଖିତ ହୁଅ, ଏପରି ନୁହେଁ, ମାତ୍ର ତୁମ୍ଭମାନଙ୍କ ପ୍ରତି ମୋହର ଯେ ଅଧିକ ପ୍ରଚୁର ପ୍ରେମ ଅଛି, ଏହା ଯେପରି ତୁମ୍ଭେମାନେ ଜ୍ଞାତ ହୁଅ।
5 Jestližeť pak kdo zarmoutil, ne mneť zarmoutil, ale poněkud, (abych nepřetížil, ) všecky vás.
କିନ୍ତୁ ଯଦି କେହି ଦୁଃଖ ଦେଇଅଛି, ସେ ମୋତେ ଦୁଃଖ ଦେଇ ନାହିଁ, ମାତ୍ର କେତେକ ପରିମାଣରେ (ମୁଁ ଅଧିକ କଠିନ ହେବାକୁ ଇଚ୍ଛା କରୁ ନାହିଁ) ତୁମ୍ଭ ସମସ୍ତଙ୍କୁ ଦୁଃଖ ଦେଇଅଛି।
6 Dostiť má takový na tom trestání od mnohých,
ଅଧିକାଂଶଙ୍କ ଦ୍ୱାରା ଏପରି ଲୋକ ଯେଉଁ ଶାସ୍ତି ପାଇଅଛି, ତାହା ପକ୍ଷରେ ତାହା ଯଥେଷ୍ଟ;
7 Tak abyste naproti tomu již raději odpustili, a potěšili ho, aby snad přílišným zámutkem nebyl sehlcen takový.
ଏଣୁ କାଳେ ଏପରି ଲୋକ ଅତିରିକ୍ତ ଦୁଃଖରେ ବୁଡ଼ିଯାଏ, ଏଥିପାଇଁ ତୁମ୍ଭେମାନେ ତାହାକୁ ବରଂ କ୍ଷମା କର ଓ ସାନ୍ତ୍ୱନା ଦିଅ।
8 Protož prosím vás, abyste utvrdili k němu lásku.
ଅତଏବ, ତାହା ପ୍ରତି ପ୍ରେମ ବ୍ୟବହାର ସ୍ଥାପନ କରିବାକୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି।
9 Nebo i proto psal jsem, abych zkušením zvěděl, jste-li ve všem poslušni.
କାରଣ ତୁମ୍ଭେମାନେ ସମସ୍ତ ବିଷୟରେ ଯେ ବାଧ୍ୟ ଅଟ, ତୁମ୍ଭମାନଙ୍କ ବିଷୟରେ ସେଥିର ପ୍ରମାଣ ଯେପରି ମୁଁ ପାଏ, ଏହି ଉଦ୍ଦେଶ୍ୟରେ ମଧ୍ୟ ଲେଖିଥିଲି।
10 Komuž pak vy co odpouštíte, i já. Nebo i já, jestliže jsem co odpustil, komuž jsem odpustil, pro vás jsem učinil, před oblíčejem Kristovým, abychom nebyli oklamáni od satana.
କିନ୍ତୁ ତୁମ୍ଭେମାନେ ଯାହାର କିଛି କ୍ଷମା କର, ମୁଁ ମଧ୍ୟ ତାହାକୁ କ୍ଷମା କରେ; କାରଣ ମୁଁ ଯଦି କିଛି କ୍ଷମା କରିଅଛି, ତେବେ ଯାହା କ୍ଷମା କରିଅଛି, ତାହା ଖ୍ରୀଷ୍ଟଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ସକାଶେ କ୍ଷମା କରିଅଛି,
11 Neboť nejsou nám myšlení jeho neznámá.
ଯେପରି ଶୟତାନ ଆମ୍ଭମାନଙ୍କର ଅପକାର କରିବାକୁ ସୁଯୋଗପ୍ରାପ୍ତ ନ ହୁଏ। କାରଣ ଆମ୍ଭେମାନେ ତାହାର ସମସ୍ତ ଦୁଷ୍ଟ କଳ୍ପନା ସମ୍ବନ୍ଧରେ ଅଜ୍ଞ ନୋହୁଁ।
12 Když jsem pak přišel do Troady, příčinou evangelium Kristova, ačkoli dvéře mi otevříny byly skrze Pána, však neměl jsem upokojení v duchu svém, proto že jsem nenalezl Tita, bratra svého.
ପୁଣି, ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ତ୍ରୋୟାକୁ ଆସିଲା ଉତ୍ତାରେ ପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ସୁଯୋଗରୂପ ଦ୍ୱାର ମୁକ୍ତ ହେଲେ ହେଁ,
13 Ale požehnav jich, odšel jsem do Macedonie.
ମୋହର ଭାଇ ତୀତସଙ୍କୁ ନ ଦେଖି ଆତ୍ମାରେ ଶାନ୍ତି ନ ପାଇବାରୁ ସେମାନଙ୍କଠାରୁ ବିଦାୟ ଘେନି ମାକିଦନିଆକୁ ପ୍ରସ୍ଥାନ କଲି।
14 Bohu pak chvála, kterýž vždycky dává nám vítězství v Kristu, a vůni známosti své zjevuje skrze nás na každém místě.
କିନ୍ତୁ ଈଶ୍ବରଙ୍କର ଧନ୍ୟବାଦ ହେଉ, ସେ ସବୁବେଳେ ଆମ୍ଭମାନଙ୍କୁ ଘେନି ଖ୍ରୀଷ୍ଟଙ୍କଠାରେ ବିଜୟ ଯାତ୍ରା କରୁଅଛନ୍ତି, ଆଉ ସବୁ ସ୍ଥାନରେ ତାହାଙ୍କ ଜ୍ଞାନରୂପ ସୁବାସ ଆମ୍ଭମାନଙ୍କ ଦ୍ୱାରା ପ୍ରକାଶ କରୁଅଛନ୍ତି,
15 Neboť jsme Kristova vůně dobrá Bohu v těch, kteříž k spasení přicházejí, i v těch, kteříž hynou,
କାରଣ ପରିତ୍ରାଣ ପାଉଥିବା ଓ ବିନାଶ ହେଉଥିବା ଲୋକମାନଙ୍କ ମଧ୍ୟରେ ଆମ୍ଭେମାନେ ଈଶ୍ବରଙ୍କ ଦୃଷ୍ଟିରେ ଖ୍ରୀଷ୍ଟଙ୍କର ସୁଗନ୍ଧ ସ୍ୱରୂପ,
16 Těmto zajisté vůně smrtelná k smrti, oněmno pak vůně života k životu. Ale k tomu kdo jest způsobný?
ଏକ ପକ୍ଷର ଲୋକଙ୍କ ପ୍ରତି ମୃତ୍ୟୁଦାୟକ ଓ ଅନ୍ୟ ପକ୍ଷରେ ଲୋକଙ୍କ ପ୍ରତି ଜୀବନଦାୟକ ସୁବାସ ସ୍ୱରୂପ। ଆଉ ଏହି ସମସ୍ତ ନିମନ୍ତେ କିଏ ସମର୍ଥ?
17 Neboť nejsme, jako mnozí, cizoložící slovo Boží, ale jako z upřímnosti, ale jako z Boha, před oblíčejem Božím, o Kristu mluvíme.
ସେହି ଅନେକ ଲୋକ ଯେପରି ଈଶ୍ବରଙ୍କ ବାକ୍ୟ ବିକୃତ କରନ୍ତି, ଆମ୍ଭେମାନେ ତ ସେମାନଙ୍କ ପରି କରୁ ନାହୁଁ, କିନ୍ତୁ ସରଳ ଭାବରେ ଈଶ୍ବରଙ୍କ ଆଦେଶକ୍ରମେ ତାହାଙ୍କ ସାକ୍ଷାତରେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଥାଇ କଥା କହୁଅଛୁ।

< 2 Korintským 2 >